ଦେଶରେ କରୋନା ତାଣ୍ଡବ ଜାରି: ୨୪ ଘଂଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଆକ୍ରାନ୍ତ, ୨୨୬୩ ମୃତ

Share It

ଦେଶରେ କରୋନାର ପ୍ରକୋପ ଥମିବାର ନାମ ନେଉନାହିଁ। ଗୁରୁବାର ଦିନ କ୍ରମାଗତ ଦ୍ୱିତୀୟ ଦିନ ଦେଶରେ ତିନି ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଗୁରୁବାର ଦିନ ଦେଶରେ ୩,୩୨,୭୩୦ ଲକ୍ଷ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ବୁଧବାର ଦିନ ୩.୧୫ ଲକ୍ଷ ମାମଲା ଚିହ୍ନଟ ହୋଇଥିବା ଜଣାଯାଇଛି। ଏହା ପ୍ରଥମ ଥର ଦେଖିବାକୁ ମିଳିଛି ଯେତେବେଳେ କି କ୍ରମାଗତ ଦ୍ବିତୀୟ ଦିନ ପାଇଁ ଦୈନିକ ମାମଲା ତିନି ଲକ୍ଷରୁ ଉପରେ ପହଞ୍ଚିଛି। WHO ଆକଳନ ଦର୍ଶାଏ ଯେ ମାମଲା ତିନି ଲକ୍ଷରୁ ଅଧିକ ହେବା ପୂର୍ବରୁ ଏହା କେବଳ ଦୁଇଥର ଘଟିଥିଲା ​​| ୨୦ ଡିସେମ୍ବର ୨୦୨୦ ରେ ଆମେରିକାରେ ୪,୦୨,୨୭୦ ମାମଲା ଏବଂ ୧୦ ଜାନୁୟାରୀ ୨୦୨୧ ରେ ଆମେରିକାରେ କରୋନା ଭାଇରସ ୩,୧୩,୫୧୬ ମାମଲା ଥିଲା |

ଦେଶରେ ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୬୩ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୨୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୨୨୬୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୬୩ହଜାର ୬୯୫ରେ ପହଞ୍ଚିଛି।

ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୬ ହଜାର ୯୨୦ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୪୨୮୬୧୬।


Share It

Comments are closed.