ଦେଶରେ ରେକର୍ଡ କରୁଛି କରୋନା: ଗତ ୨୪ ଘଂଟାରେ ତିନି ଲକ୍ଷର ନୀକଟତର ହେଲା ସଂକ୍ରମଣ,
କରୋନା ଭାଇରସର ୨ୟ ଲହରୀ ସାଂଘାତିକ ପ୍ରମାଣିତ ହୋଇଛି ଏବଂ ପ୍ରତ୍ୟେକ ଦିନ ମୃତ୍ୟୁ ସଂଖ୍ୟା ରେକର୍ଡ କରୁଛି । ଦେଶରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ କରୋନା କାରଣରୁ ଦୁଇ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ସହିତ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବହୁତ ବୃଦ୍ଧି ପାଇଛି |
ଦେଶରେ ସଂକ୍ରମଣ ସବୁ ରେଡର୍କକୁ ପାର୍ କରିଛି । ଭାଇରସର ପ୍ରକୋପ ସାରା ଭାରତରେ ହହୁ ହୋଇ ବଢିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟାରେ ଲାଗିପାରୁନି ବ୍ରେକ୍ । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ପଜିଟିଭ୍ କେସ୍ ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୯୫ ହଜାର ୦୪୧ ଜଣ ସଂକ୍ରମିତ ହୋଇଥିବାବେଳେ ୨ହଜାର ୨୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦ରେ ପହଂଚିଛି । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି ପାଇଛି । ଦେଶରେ ସକ୍ରିୟ କୋଭିଡ ସକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୫୭ ହଜାର ୫୩୮ ହୋଇଛି ।
India reports 2,95,041 new #COVID19 cases, 2,023 deaths and 1,67,457 discharges in the last 24 hours, as per Union Health Ministry
Total cases: 1,56,16,130
Total recoveries: 1,32,76,039
Death toll: 1,82,553
Active cases: 21,57,538Total vaccination: 13,01,19,310 pic.twitter.com/YrLu5MVdbl
— ANI (@ANI) April 21, 2021
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨ହଜାର ଟପିଛି । ୨୪ ଘଣ୍ଟା ମଧ୍ୟରେ ୨୦୨୩ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦ରେ ପହଂଚିଛି ।
Comments are closed.