ଗତ ୨୪ ଘଣ୍ଟାରେ ଦେଶରେ ୭୪,୪୪୨ ନୂଆ ଆକ୍ରାନ୍ତ ଚିହ୍ନଟ


ଦେଶରେ କରୋନା ଭାଇରସ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ କ୍ରମାଗତ ଭାବେ ସଂକ୍ରମିତଙ୍କ ଗ୍ରାଫ ବଢିଚାଲିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୭୪,୪୪୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୦୩ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ରବିବାର ଅପେକ୍ଷା ସଂକ୍ରମଣ ମାମଲାରେ ସାମାନ୍ୟ ହ୍ରାସ ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ କରୋନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୬ଲକ୍ଷ ପାର୍‌ ହୋଇଛି । ଦେଶରେ ବର୍ତ୍ତମାନ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬,୨୩,୮୧୬ରେ ପହଁଞ୍ଚିଛି । ଏଥିରେ ୯,୩୪,୪୨୭ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୫,୮୬,୭୦୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହିତ ଭାରତରେ ମୋଟ ୧,୦୨,୬୮୫ଜଣଙ୍କ ମୃତ୍ୟୁ ହୋଇଛି ।

ସେହିପରି ଦେଶରେ ରବିବାର ତୁଳନାରେ ସଂକ୍ରମଣ ମାମଲା ହ୍ରାସ ପାଇଛି । ରବିବାର ଦିନ ୭୫,୮୨୯ଜଣ ଚିହ୍ନଟ ହୋଇଥିବା ୯୪୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ୭୪,୪୪୨ଜଣ ଚିହ୍ନଟ ହୋଇଥିବା ବେଳେ ୯୦୩ଜଣଙ୍କ ମୃତ୍ୟୁ ହୋଇଛି ।


Share It

Comments are closed.