ଦେଶରେ ପୁଣି ଡରାଇଲାଣି କରୋନା: ଗତ ୨୪ ଘଂଟାରେ ୪୦, ୯୫୩ ନୂଆ ପଜିଟିଭ ଚିହ୍ନଟ, ୧୮୮ ଜଣଙ୍କ ମୃତ୍ୟୁ
ଦେଶରେ କରୋନାର ପ୍ରକୋପ ପୁଣି ଥରେ ବୃଦ୍ଧି ପାଉଛି। ଗତ ୨୪ ଘଂଟା ମଧ୍ୟରେ ୪୦ ହଜାର ୯୫୩ ନୂତନ ସଂକ୍ରମିତ ହୋଇଥିବାବେଳେ ୨୩ ହଜାର ୬୫୩ ରୋଗୀ ସୁସ୍ଥ ହୋଇଥିବାବେଳେ, ୧୮୮ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଦେଶର କରୋନାରେ ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୫୯ ହଜାର ୫୮୮ ଲୋକ ପ୍ରାଣ ହରାଇଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୫ ଲକ୍ଷ ୫୫ ହଜାର ୨୮୪ ଲୋକ କୋରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିମଧ୍ୟରୁ ୧ କୋଟି ୧୧ ଲକ୍ଷ ୭ ହଜାର ୩୩୨ ରୋଗୀ ଆରୋଗ୍ୟ ଲାଭ କରିଥିବାବେଳେ ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷ ୮୮ ହଜାର ୩୯୪ ରହିଛି। ଏହା ବ୍ୟତୀତ ଚାରି କୋଟି ୨୦ ଲକ୍ଷ ୬୩ ହଜାର ୩୯୨ ଜଣଙ୍କୁ ଏପର୍ଯ୍ୟନ୍ତ କରୋନା ଟିକା ଦିଆଯାଇଛି।
India reports 40,953 new #COVID19 cases, 23,653 recoveries and 188 deaths in the last 24 hours, as per the Union Health Ministry
Total cases: 1,15,55,284
Total recoveries: 1,11,07,332
Active cases: 2,88,394
Death toll: 1,59,558Total vaccination: 4,20,63,392 pic.twitter.com/QZPBjwC6TE
— ANI (@ANI) March 20, 2021
Comments are closed.