ବ୍ରିଟେନରେ ‘ଇଣ୍ଡିଆ ଗ୍ଲୋବାଲ ଓ୍ବିକ’ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ମାଧ୍ୟମରେ କରିବେ ସମ୍ବୋଧିତ

Share It

ଆଜି ବ୍ରିଟେନରେ ଆରମ୍ଭ ହେବାକୁ ଥିବା ‘ଇଣ୍ଡିଆ ଗ୍ଲୋବାଲ୍ ସପ୍ତାହ ୨୦୨୦’ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। ଏହି ଭର୍ଚୁଆଲ୍ ଗ୍ଲୋବାଲ୍ ସମ୍ବୋଧନରେ ସେ ଭାରତର ବାଣିଜ୍ୟ ଏବଂ ବିଦେଶୀ ପୁଞ୍ଜି ବିନିଯୋଗ ଉପରେ ନିଜର ମତାମତ ଦେବେ।

ଇଣ୍ଡିଆ ଇନ ଗ୍ରୁପ୍ ସିଇଓ ତଥା ଚେୟାରମ୍ୟାନ୍ ମନୋଜ ଲଡୱା କହିଛନ୍ତି ଯେ କୋଭିଡ -୧୯ ର ଏହି କଷ୍ଟଦାୟକ ଅବସ୍ଥାରେ ଭାରତ ବହୁମୁଖୀ ପ୍ରତିଭା, ବୈଷୟିକ ଜ୍ଞାନ ଏବଂ ନେତୃତ୍ୱ ପାଇଁ ବଢ଼ୁଥିବା ଇଚ୍ଛା ସହିତ ବିଶ୍ୱ ବ୍ୟାପାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଏହି ତିନି ଦିନିଆ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ରେଳ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ବେସାମରିକ ବିମାନ ଚଳାଚଳ ଏବଂ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ମଧ୍ୟ ଯୋଗଦେବେ।

ବ୍ରିଟେନ ତରଫରୁ ଏହି କାର୍ଯ୍ୟକ୍ରମରେ ପ୍ରିନ୍ସ ଚାର୍ଲ୍ସ ଏକ ବିଶେଷ ସମ୍ବୋଧନ ପ୍ରଦାନ କରିବେ। ଏମାନଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାଏବ, ଗୃହମନ୍ତ୍ରୀ ପ୍ରୀତି ପଟେଲ, ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ ମନ୍ତ୍ରୀ ଲିଜ ଟ୍ରସ ମଧ୍ୟ ବିଶ୍ୱବ୍ୟାପୀ ସମ୍ବୋଧିତ କରିବେ।


Share It

Comments are closed.