ପୁଣି ଇତିହାସ ରଚିଲା ଭାରତ, ୨-୧ରେ ଜିତି ସିରିଜ କବଜା କଲା ଭାରତ


ଭାରତ ଏବଂ ଅଷ୍ଟ୍ରେଲିଆ ଚାରୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ଶେଷ ଏବଂ ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ ବ୍ରିସବେନର ଗାଓା ମଇଦାନରେ ଖେଳାଯାଉଛି । ମ୍ୟାଚର ପଞ୍ଚମ ତଥା ଶେଷ ଦିନର ଖେଳ ଜାରି ରହିଛି । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲା ଏବଂ ପ୍ରଥମ ପାଳରେ ୩୬୯ ରନ ସଂଗ୍ରହ କରିଥିଲା, ଯବାବରେ ଭାରତ ୩୩୬ ରନ ସଂଗ୍ରହ କରିଥିଲା ୩୩ ରନର ଅଗ୍ରଣୀ ସହ ଅଷ୍ଟ୍ରେଲିଆ ୨୯୪ ରନ ସଂଗ୍ରହ କରି ୩୨୮ ରନର ଟାର୍ଗେଟ ଦେଇଥିଲା । ରିଷଭ ପନ୍ଥ ଧୂଆଁଧାର ଇଂନିସ ଖେଳି ୮୯ ରନ କରି ନଟଆଉଟ ରହିଥିବାବେଳେ ଅନ୍ୟପଟେ ଭାରତ ୩ଟି ୱିକେଟରେ ବିଜୟ ଲାଭ କରିଛି ।


Share It

Comments are closed.