ଅଷ୍ଟ୍ରେଲିଆରେ ବାଉନସର ପିଚର ସାମନା କରିବା ପାଇଁ ସ୍ୱତନ୍ତ୍ର ରଣକୌଶଳ, ଟେନିସ ବଲ ଏବଂ ରାକେଟରେ ଅଭ୍ୟାସ କଲେ ଭାରତୀୟ ଦଳ


ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ପିଚରେ ବାଉନସର ବଲକୁ ନେଇ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଛି । ଦଳର ଖେଳାଳି ଏକ ଖାସ୍ ପ୍ଲାନ୍ ଆପଣାଇଛନ୍ତି । ବିସିସିଆଇ ସୋମବାର ଏକ ଭିଡିଓ ଜାରି କରି ଟ୍ୱିଟରରେ ପୋଷ୍ଟ କରିଛି । ଯେଉଁଥିରେ ରବିଚନ୍ଦ୍ରନ ଅଶ୍ୱିନୀ ବ୍ୟାଟସମ୍ୟାନ୍ କେଏଲ ରାହୁଲଙ୍କୁ ଟେନିସ୍ ବଲରେ ବୋଲିଂ କରୁଛନ୍ତି । ରାହୁଲ ମଧ୍ୟ ଏହି ବାଉନ୍ସର ବଲକୁ ଅଭ୍ୟାସ କରୁଛନ୍ତି । ରାହୁଲ ନିଜ ଶରୀରକୁ ଆସୁଥିବା ବଲକୁ ପୁଲ୍ ସଟ୍ ଖେଳୁଥିବା ଦେଖିବାକୁ ମିଳିଛି । ବିସିସିଆଇ ଟ୍ୱିଟ୍ କରି ଲେଖିଛି ଯେ, ଏହା ହେଉଛି ସ୍ୱତନ୍ତ୍ର ପ୍ଲାନ୍ ।

ଅଷ୍ଟ୍ରେଲିଆ ଗସ୍ତରେ ପିଚରେ ଅତିରିକ୍ତ ବାଉନ୍ସ ଓ ଦ୍ରୁତ ବୋଲିଂ ଭାରତୀୟ ବ୍ୟାଟସମ୍ୟାନଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ଏହାପୂର୍ବରୁ ଭାରତ ଅଷ୍ଟ୍ରେଲିଆରେ ଟେନିସ୍ ବଲ୍ ଓ ରାକେଟରେ ଅଭ୍ୟାସ କରୁଛି । ଭାରତୀୟ ଟିମ୍ ୟୁଏଇକୁ ସିଧା ଅଷ୍ଟ୍ରେଲିଆରେ ପହଁଚିଛି । ୟୁଏଇର ଧିମା ପିଚରେ ଦଳ ଆଇପିଏଲ ଖେଳିଥିଲା । ତେଣୁ ଅଷ୍ଟ୍ରେଲିଆ ପିଚକୁ ବୁଝିବା ପାଇଁ ଭାରତୀୟ ଦଳ ପାଖରେ ଅଭ୍ୟାସ୍ ମ୍ୟାଚ୍ ଖେଳିବାକୁ କମ୍ ସୁଯୋଗ ରହିଛି ।

ଅଷ୍ଟ୍ରେଲିଆ ଗସ୍ତରେ ଭାରତ ତିନୋଟି ଦିନିକିଆ, ତିନୋଟି ଟି୨୦ ଓ ଚାରୋଟି ଟେଷ୍ଟ୍ ମ୍ୟାଚ୍ ଖେଳିବ । ଏହି ସିରିଜ୍ ନଭେମ୍ବର ୨୭ରୁ ଆରମ୍ଭ ହେବ ।


Share It

Comments are closed.