ସାମ୍‌ସଙ୍ଗ ପକ୍ଷରୁ ଏହାର ୨୦୨୦ ଲାଇଫଷ୍ଟାଇଲ ଟିଭି ଦି ସେରୋର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱସନୀୟ ଓ ସର୍ବବୃହତ୍ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ଆଜି ବିଶ୍ୱର ପ୍ରଥମ ମୋବାଇଲ ଅପ୍ଟିମାଇଜ୍‌ଡ ଟିଭି ‘ଦ ସେରୋ’ର ଶୁଭାରମ୍ଭ ସହିତ ଏହାର ଲାଇଫ୍‌ଷ୍ଟାଇଲ୍ ଟିଭି ଶୃଙ୍ଖଳାକୁ ସମ୍ପ୍ରସାରଣ କରରାଯାଇଛି । ଦ ସେରୋ କେବଳ ଗୋଟିଏ ବଟନର ଫ୍ଲିକ୍‌ରେ ଭୂସମାନ୍ତରାଳ ଓ ଭୂଲମ୍ବ ଆଭିମୁଖ୍ୟ ମଧ୍ୟରେ ଘୂର୍ଣ୍ଣନ କରି କଂଟେଂଟ୍ ଦେଖାଇବାକୁ ସକ୍ଷମ । ଦ ସେରୋ ସ୍ୱତନ୍ତ୍ର ଭାବେ ରିଲାଏନ୍ସ ଡିଜିଟାଲ ଷ୍ଟୋରଗୁଡିକରେ ୧,୨୪,୯୯୦ ଟଙ୍କାରେ ଉପଲବ୍ଧ ହେବ । ଦି ସେରୋ ଏକ ୧୦ ବର୍ଷର ନୋ ସ୍କ୍ରିନ୍ ବର୍ଣ୍ଣ-ଇନ୍ ୱାରେଂଟି, ୧ ବର୍ଷର ବ୍ୟାପକ ୱାରେଂଟି ଓ ପ୍ୟାନେଲ ଉପରେ ୧ ବର୍ଷର ଅତିରିକ୍ତ ୱାରେଂଟି ସହିତ ଆସୁଛି । ଏଥିରେ ଉପଭୋକ୍ତାମାନେ ୫% କ୍ୟାଶବ୍ୟାକ୍‌, ୧୧୯୦ ଟଙ୍କାର ସର୍ବନିମ୍ନ ଇଏମ୍‌ଆଇ ଭଳି ଏକାଧିକ ଅନ୍ୟାନ୍ୟ ଲାଭ ପାଇପାରିବେ ।
ଏକ ନାଭି ବ୍ଲୁ ଷ୍ଟାଣ୍ଡ ସହିତ ଚମତ୍କାର ଭାବେ ମିନିମାଲ ଥିବା ଏହି ଟିଭିରେ ଏକ ୩୬୦ ଡିଗ୍ରୀ କ୍ଲିନ୍ ଡିଜାଇନ୍ ରହିଛି । ଦି ସେରୋକୁ ସୋସିଆଲ ମିଡିଆ କଂଟେଂଟ୍‌, ଷ୍ଟ୍ରିମିଙ୍ଗ୍ ସର୍ଭିସ୍ ଓ ଗେମିଙ୍ଗ୍ ପାଇଁ ଅପ୍ଟିମାଇଜ୍ କରାଯାଇଛି । ଏହା ମୋବାଇଲ କଂଟେଂଟ୍‌କୁ ମିରର କରିବା ପାଇଁ ସ୍ୱୟଂଚାଳିତ ଭାବେ ସ୍କ୍ରିନ୍‌କୁ ଘୂର୍ଣ୍ଣନ କରି ମୋବାଇଲ-ଅପ୍ଟିମାଇଜ୍‌ଡ ଅଭିଜ୍ଞତା ପ୍ରଦାନ କରୁଛି । ଏହି ସ୍କ୍ରିନ୍‌କୁ ରିମୋଟ୍ କଂଟ୍ରୋଲ, ଭଏସ୍ କମାଣ୍ଡ ଓ ସ୍ମାର୍ଟ ଥିଙ୍ଗ୍‌ସ ଆପ୍ ମାଧ୍ୟମରେ ରୋଟେଟ୍ ବା ବୁଲାଯାଇପାରିବ । ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବିଜ୍‌ନେସ୍‌ର ବରିଷ୍ଠ ଉପାଧ୍ୟକ୍ଷ ରାଜୁ ପୁଲାନ କହିଛନ୍ତି ଯେ, “ଉପଭୋକ୍ତାମାନେ ନିଜ ଟିଭିକୁ ପୂର୍ବ ତୁଳନାରେ ଏବେ ସୋସିଆଲ ମିଡିଆ ମାଧ୍ୟମରେ ସ୍କ୍ରୋଲିଂ କରିବା, ସଦ୍ୟତମ ଭାଇରାଲ ଭିଡିଓ ଦେଖିବା କିମ୍ବା ନିଜ ପସନ୍ଦର ଓଟିଟି ଶୋ’ ଦେଖିବା ଭଳି ଅନ୍ୟାନ୍ୟ ମାଧ୍ୟମଗୁଡିକରେ ବ୍ୟବହାର କରୁଥିବାରୁ, ଆମେ ଏହାକୁ ଏକ ବଡ ସ୍କ୍ରିନ୍‌କୁ ମୁକ୍ କରି ସେମାନଙ୍କର କଂଟେଂଟ୍ ଦୃଶ୍ୟତା ଅଭିଜ୍ଞତାକୁ ପୁନଃପରିଭାଷିତ କରିବାକୁ ଚାହୁଁଛୁ ।”
ଦି ସେରୋ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ୪.୧ସିଏଚ୍ ୬୦ୱାଟ୍ ଫ୍ରଂଟ୍ ଫାୟାରିଙ୍ଗ୍ ସ୍ପିକର୍ ସହିତ ଆସୁଛି ଯାହା ଏକ ଅତୁଳନୀୟ ସାଉଣ୍ଡ ଅନୁଭବ ପ୍ରଦାନ କରୁଛି । ଏହା ଏକ ବାସ୍ତବ ସିନେମାଟିକ୍ ଅଭିଜ୍ଞତା ପାଇଁ ୧୦୦ କୋଟିରୁ ଅଧିକ ରଙ୍ଗ ଓ ସେଡ୍ ସହିତ ୧୦୦% କଲର୍ ଭଲ୍ୟୁମ୍ ପ୍ରଦାନ କରୁଛି । ଦି ସେରୋ କଂଟେଂଟ୍‌କୁ ୪କେ ରିଜୋଲ୍ୟୁସନକୁ ବଢାଇବା ପାଇଁ ଏଆଇ ଟେକ୍ନୋଲୋଜିର ବ୍ୟବହାର କରିଛି, ଯାହାଫଳରେ ଉପଭୋକ୍ତାମାନେ ନିଜ ପସନ୍ଦର କଂଟେଂଟ୍‌ଗୁଡିକୁ ଆକର୍ଷଣୀୟ ବିବରଣୀରେ ଷ୍ଟ୍ରିମ୍ କରିପାରିବେ । ଦ ସେରୋ ଆପଣଙ୍‌କୁ ଟିଭିରେ ୪କେ ମନୋରଞ୍ଜନ ଉପଭୋଗ କରିବାକୁ ଦେଉଥିବା ବେଳେ ଏହା ବ୍ୟବହାର ନହେବା ସମୟରେ ମଧ୍ୟ ଏହାର ଏହାର ସ୍ୱତନ୍ତ୍ର ପୋର୍ଟ୍ରେଟ୍ ମୋଡ୍ ସ୍ୱତନ୍ତ୍ର ଉପସ୍ଥିତି ପ୍ରଦାନ କରିଥାଏ । ଦ ସେରୋରେ ଏକ ଅତ୍ୟାଧୁନିକ ଦୃଶ୍ୟତା ଅଭିଜ୍ଞତା ପାଇଁ ଅନ୍ୟାନ୍ୟ ସ୍ମାର୍ଟ ଫିଚର ଯେପରିକି ଆଡାପ୍ଟିଭ୍ ପିକ୍‌ଚର, ରେସ୍‌ପନ୍ସିଭ୍ ୟୁଆଇ, ଟ୍ୟାପ୍ ଭ୍ୟୁ ଟେକ୍ନୋଲୋଜି, ଆକ୍ଟିଭ୍ ଭଏସ୍ ଆମ୍ପ୍ଲିଫାୟାର (ଏଭିଏ) ଆଦି ସାମିଲ ରହିଛି ।


Share It

Comments are closed.