ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କଲେ କିମ ଜଙ୍ଗ


ଆମେରିକା ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପ କରୋନା ପଜିଟିଭ। ଏହା ଜାଣିବା ପରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ୍ ଟ୍ରମ୍ପଙ୍କୁ ସହାନୁଭୂତି ଜଣାଇଛନ୍ତି। ଏହା ସହିତ ଖୁବ୍ ଶୀଘ୍ର କରୋନାରୁ ସୁସ୍ଥ ହେବା ପାଇଁ ଆଶା ପ୍ରକାଶ କରିଛନ୍ତି। ଉତ୍ତର କୋରିଆର ଗଣମାଧ୍ୟମର ସୂଚନା ଅନୁସାରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆଙ୍କୁ କିମ୍ ସହାନୁଭୂତି ଓ ଶୁଭକାମନା ଜଣାଇଛନ୍ତି ।

ଉଲ୍ଲେଖନୀୟ ଯେ, ଟ୍ରମ୍ପ ଓ କିମଙ୍କ ଭିତରେ ଏକ ଅଦ୍ଭୁତପୂର୍ବ ସମ୍ପର୍କ ବିକଶିତ କରିଛନ୍ତି, ଯେଉଁଥିରେ ଆମେରିକା ରା​‌ଷ୍ଟ୍ରପତି ଓ ଉତ୍ତର କୋରିଆର ନେତାଙ୍କ ଭିତରେ ପ୍ରଥମ ବୈଠକ ହୋଇଥିଲା ଓ ଟ୍ରମ୍ପ ବହୁବାର ଘୋଷଣା କରିଥିଲେ ଆଲୋଚନା କରିବା ପରେ ପ୍ରେମରେ ପଡିଯାଇଛନ୍ତି।

ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ସ କରୋନା ପଜିଯିଭ ଜଣାପଡିବା ପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ନିଜର ଟେଷ୍ଟ କରିଥିଲେ। ଦୁହିଁଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏବେ ଟ୍ରମ୍ପ ଏବଂ ମେଲାନିଆ ନିଜକୁ କ୍ବାରେଣ୍ଟାଇନ୍ କରି ରଖିଛନ୍ତି। ଉଲ୍ଲେଖନୀୟ ଯେ, ୩ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି।


Share It

Comments are closed.