ବିଶ୍ୱର ସବୁଠାରୁ ବଡ ସୁଡଙ୍ଗର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଟଳ ଟନେଲର ଲୋକାର୍ପଣ କରିଛନ୍ତି। ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ମନାଲୀ-ଲେହ ମାର୍ଗରେ ସାମରିକ ମହତ୍ତ୍ୱ ରଖିଥିବା ୯.୦୨ କିଲୋମିଟର ଲମ୍ବା ବିଶ୍ୱର ସବୁଠାରୁ ବଡ ସୁଙ୍ଗଡ ଅଟଳ ଟନେଲ ରୋହତାଙ୍ଗକୁ ଶନିବାରକୁ ଲୋକାର୍ପଣ କରିଛନ୍ତି। ଏହା ସହିତ ହିମାଚଳ ପ୍ରଦେଶର ପାଇଁ ୧୦ ବର୍ଷ ଅପେକ୍ଷା କରିଆା ଆଜି ଶେଷ ହୋଇଯାଇଛି। ଲାହୋଲ ସ୍ପିତି ପାଇଁ ଏହା କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଜେନେରାଲ ବିପିନ ସିଂ ରାୱତ ମଧ୍ୟ ରହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଥିଲେ। ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ନର୍ଥ ପୋର୍ଟାଲରେ ନିଗମ ବସକୁ ସବୁଜ ପତାକା ଦେଖାଇ ୧୫ ଜଣ ବରିଷ୍ଠ ନାଗରିକଙ୍କୁ ସାଉଥ୍ ପୋର୍ଟାଲ ଅଭିମୁଖେ ଯାତ୍ରା କରାଇଥିଲେ। ପୀରପଞ୍ଜାଲର ପହାଡକୁ ଭେଦ କରି ୩୨୦୦ କୋଟି ଅର୍ଥରେ ଏହି ଟନେଲ ବିଶ୍ୱର ସବୁଠାରୁ ଉଚ୍ଚତମ(୧୦୦୪୦ ଫୁଟ) ଉପରେ ହାଇୱେ ତିଆରି କରାଯାଇଛି। ଟନେଲର ଆରମ୍ଭରୁ ସେନା ଏହି ମାର୍ଗରୁ ଚାଇନାକୁ ଲାଗି ରହିଥିବା ସୀମା ଲଦାଖ ଓ ପାକିସ୍ତାନକୁ ଲାଗି ରହିଥିବା କାର୍ଗିଲ ପର୍ଯ୍ୟନ୍ତ ସହଜରେ ପହଁଞ୍ଚି ଯିବ। ଏହା ସହିତ ମନାଲି ଓ ଲେହ ଭିତର ଦୂରତ୍ୱ ୪୬ କିଲୋମିଟରରୁ କମ୍ ହୋଇଯାଇଛି। ମାତ୍ର ଦେଢ ଘଣ୍ଟାରେ ମନାଲିରୁ କେଲାଙ୍ଗ ପହଁଞ୍ଚି ହେବ।


Share It

Comments are closed.