ଆଇସିଏମଆର ଅଧ୍ୟୟନ: ଖୋଲାଯାଉ ବିଦ୍ୟାଳୟ, ଛୋଟ ପିଲାମାନଙ୍କଠାରେ କରୋନାର ଆଶଙ୍କା କମ୍
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ବୈଜ୍ଞାନିକମାନେ ଦେଶରେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟ ଖୋଲିବାକୁ ପରାମର୍ଶ ଦେଇଛନ୍ତି । ଆଇସିଏମଆର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭରଭାଙ୍କ ତତ୍ତ୍ୱାବଧାନରେ କରାଯାଇଥିବା ଏକ କ୍ଲିନିକାଲ ଅଧ୍ୟୟନରେ ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କଠାରେ କରୋନା ହେବାର ଆଶଙ୍କା କମ୍ ।
ସେଥିପାଇଁ ପ୍ରଥମେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଖୋଲାଯିବା ଉଚିତ୍ । ଏହା ପରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଖୋଲାଯାଉ । ଅଧିକାଂଶ ରାଜ୍ୟ ବିଭିନ୍ନ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଦ୍ୟାଳୟ ଖୋଲୁଛନ୍ତି । ଦିଲ୍ଲୀ ବିଷୟରେ କହିବାକୁ ଗଲେ ସର୍ବପ୍ରଥମେ ମାଧ୍ୟମିକ ସ୍ତରୀୟ ବିଦ୍ୟାଳୟଗୁଡ଼ିକ ଏଠାରେ ଖୋଲାଯାଇଛି । ପରେ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଧ୍ୟୟନରେ କୁହାଯାଇଛି ଯେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ ରହୁଛି ।
ଯେହେତୁ ଏହି ବୟସ ଶ୍ରେଣୀ ପାଇଁ ଟିକା ଉପଲବ୍ଧ ନାହିଁ, ତେଣୁ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ବିଷୟରେ ଚିନ୍ତା କରିବା ଦରକାର । ଏଭଳି ପରିସ୍ଥିତିରେ ସମସ୍ତ କୋଭିଡ ନିୟମ ପାଳନ କରିବା ସହିତ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଉଚିତ୍ । କିଛି ସମୟ ପରେ ମାଧ୍ୟମିକ ବିଦ୍ୟାଳୟ ମଧ୍ୟ ଖୋଲାଯିବ । ଏହି ଅଧ୍ୟୟନରେ ଆଇସିଏମଆର ମୁଖ୍ୟ ସଂକ୍ରାମକ ରୋଗ ବିଶେଷଜ୍ଞ ଡଃ ସମୀର ପଣ୍ଡା ଏବଂ ଡକ୍ଟର ତନୁ ଆନନ୍ଦ ମଧ୍ୟ ଜଡିତ ଅଛନ୍ତି ।
Comments are closed.