ଏବେ ଏଟିଏମ୍ ରୁ କାଢ଼ି ହେବ ସୁନା : ଦେଶରେ ଲଞ୍ଚ ହେଲା ପ୍ରଥମ ଗୋଲ୍ଡ ଏଟିଏମ୍
ଏଟିଏମ୍ ରୁ ଟଙ୍କା ବାହାରିବା ବିଷୟରେ ଆମ ସଭିଙ୍କୁ ଜଣା କିନ୍ତୁ ଏଟିଏମ୍ ରୁ ସୁନା ବାହାରିବା କଥା ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ । ଟଙ୍କା ବିତରଣ କରୁଥିବା ସାଧାରଣ ଏଟିଏମ୍ ପରି, ଗୋଲ୍ଡସିକ୍କା ଏଟିଏମ୍ ସୁନା ମୁଦ୍ରା ବିତରଣ କରିଥାଏ | ଭାରତର ପ୍ରଥମ ସୁନା ଏଟିଏମ୍ ରେ ଲୋକମାନେ ସେମାନଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡକୁ ଗୋଲ୍ଡସିକ୍କାରେ ଭର୍ତ୍ତି କରି ସୁନା ମୁଦ୍ରା କିଣିପାରିବେ |ଆଜ୍ଞା ହଁ ଏଣିକି ଏଟିଏମରୁ ସୁନା ବି କାଢ଼ିପାରିବେ। ଅବଶ୍ୟ ଏହି ସେବା ବର୍ତ୍ତମାନ କେବଳ ହାଇଦ୍ରାବାଦରେ ଉପଲବ୍ଧ।
ଗୋଲ୍ଡସିକ୍କା କମ୍ପାନୀ ତରଫରୁ ଏହି ଏଟିଏମ ଲଗାଯାଇଛି। ଏହା ଦେଶର ଗୋଲ୍ଡ ଏଟିଏମ୍। ଏଟିଏମ୍ରେ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ସାହାଯ୍ୟରେ ଟଙ୍କା ଉଠାଇପାରିବେ। ହାଇଦ୍ରାବାଦ ବେଗମପେଟ ରଘୁପତି ଚାମ୍ବର୍ସରେ ରହିଛି ଏହି ଏଟିଏମ। ଏହି ଏଟିଏମର ୫ କେଜି ସୁନା ରହିପାରିବାର କ୍ଷମତା ରହିଛି। ଲୋକେ ୦.୫ ଗ୍ରାମ୍ରୁ ୧୦୦ ଗ୍ରାମ୍ର ସୁନା କିଣିପାରିବେ।
ଗୋଲ୍ଡସିକ୍କା ପ୍ରାଇଭେଟ ଲିମିଟେଡ୍ର ଉପସଭାପତି ପ୍ରତାପ କହିଛନ୍ତି, ଲୋକମାନେ ସୁନା ଦୋକାନକୁ ଯିବା ବଦଳରେ ଏଠାକୁ ଆସି ସହଜରେ ଗୋଲ୍ଡ କଏନ ଉଠାଇପାରିବେ। ଏହି କଏନ ଗୁଡ଼ିକ ୨୪ କ୍ୟାରେଟ୍ ଏବଂ ୯୯୯ ପଞ୍ଚିକୃତ। ଏହା ସହ ଆସନ୍ତା ସମୟରେ ହାଇଦ୍ରାବାଦରେ ୩-୪ ଏଟିଏମ ମେସିନ୍ ବସାଇବା ପାଇଁ ଯୋଜନା ରଖାଯାଇଥିବାନେଇ ସେ କହିଛନ୍ତି। ଆସନ୍ତା ୨ ବର୍ଷ ମଧ୍ୟରେ ଭାରତରେ ୩୦୦୦ ଏଟିଏମ ସ୍ଥାପନ କରିବା ନେଇ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପ୍ରତାପ। ଏଟିଏମର ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିବା ନେଇ କହିଛନ୍ତି ପ୍ରତାପ।
Comments are closed.