ବର୍ଷା ଦିନେ ଜ୍ୱର ଏବଂ ଥଣ୍ଡା କାଶରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସମସ୍ତ ଘରୋଇ ଉପଚାର . . . . . . .


ବର୍ଷାଦିନେ ଋତୁ ପରବିର୍ତ୍ତନ ହେଉଥିବାରୁ ପ୍ରାୟତଃ ସମସ୍ତଙ୍କୁ ଥଣ୍ଡା କାଶ ହେବା ସହିତ ଜ୍ୱର ପରି ସମସ୍ୟା ଦେଖାଯାଇଥାଏ । ଜ୍ୱର ହେବା ଦ୍ୱାରା ଶରୀର ଦୁର୍ବଳ ହୋଇଥାଏ ଏବଂ ଶରୀରରୁ ଶକ୍ତି ଚାଲିଯାଇଥାଏ । ଜ୍ୱର ହେବା ଦ୍ୱାରା ବିଭିନ୍ନ କାର୍ଯ୍ୟ କରିବାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ ଏବଂ ପାଟିର ସ୍ୱାଦ ଚାଲିଯାଇଥାଏ ତେଣୁ ଖାଦ୍ୟ ଖାଇବାକୁ ମଧ୍ୟ ଇଚ୍ଛା ହୁଏ ନାହିଁ । ଜ୍ୱର ଥଣ୍ଡା ଏବଂ କାଶର ଉପଚାର ପାଇଁ ଆପଣ ଘରୋଇ ଉପଚାର ଆପଣାଇ ପାରିବେ ଯାହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ଘରେ ଉପଲବ୍ଧ ହେଉଥିବା ସାଧାରଣ ଉପାଦାନରୁ ଉପଚାର ପ୍ରସ୍ତୁତ କରିପାରିବେ । ଆସନ୍ତୁ ଜାଣିବା କିପରି କରିବେ ଜ୍ୱରର ଘରୋଇ ଉପଚାର . . . . . . . . . . .

୧.   ଜ୍ୱରରୁ ରକ୍ଷା ପାଇବା ପାଇଁ ଆପଣ ପ୍ରତିଦିନ ସକାଳୁ ୭ରୁ ୮ ଟି ତୁଳସୀ ପତ୍ରକୁ ୩ରୁ ୪ ଗୋଲ ମରିଚ ସହିତ ଚୋବାଇ ଖାଆନ୍ତୁ । ଏହା ଦ୍ୱାରା ଅନ୍ତ ଜ୍ୱରର ସମସ୍ୟା ଦୂର ହୋଇଥାଏ ।

୨.   ମହୁରେ ଅଦା ମିଶାଇ ଏକ ରସ ପ୍ରସ୍ତୁତ କରନ୍ତୁ । ଏବଂ ଏହି ରସକୁ ଖାଦ୍ୟ ଖାଇଲା ପରେ ଆପଣ ଗୋଟିଏ ଚାମଚ ଏବଂ ଦୁଇ ଚାମଚ ପିଅନ୍ତୁ ।

୩.   ଜ୍ୱର ହେଉଥିଲେ ଜ୍ୱରର ସମସ୍ୟାକୁ ଗୂର କରିବା ପାଇଁ ଚାହାରେ ଅଧା ଚାମଚ ଡାଲଚିନି, ଦୁଇଟି ବଡ ଗୁଜୁରାତି ଏବଂ ଦୁଇ ଚାମଚ ସୁଣ୍ଠି ମିଶାଇ ଦିନରେ ଦୁଇରୁ ତିନି ଥର ପିଅନ୍ତୁ ।

୪.   ଏହି ସମୟରେ କାଢା ମଧ୍ୟ କୁବ ଉପକାରୀ ହୋଇଥାଏ । ଆପଣ ସୁଣ୍ଠି, ତୁଳସୀ, ଗୁଡ ଏବଂ ଗୋଲ ମରିଚ ମିଶାଇ ଏକ କାଢା ପ୍ରସ୍ତୁତ କରନ୍ତୁ  ଏବଂ ଏହାକୁ ଦିନକୁ ଦୁଇ ରୁ ତିନିଥର ପିଅନ୍ତୁ । ଏହା ସହିତ ଆପଣ ଲେମ୍ବୁ ମଧ୍ୟ ମିଶାଇ ପିଇପାରିବେ ।

୫.   ଜ୍ୱର ସମୟରେ ଆପଣ ହାଲକା ଉଷୁମ ପାଣି ପିଅନ୍ତୁ । ଏବଂ ଯଥା ସମ୍ଭବ ତରଳ ପଦାର୍ଥର ସେବନ କରନ୍ତୁ । ଏବଂ ତ୍ରିଫଳାର ମିଶ୍ରଣ ଖାଇପାରନ୍ତି । ଏହା ଦ୍ୱାରା ପେଟ ସଫା ହୋଇଥାଏ ଏବଂ ଆପଣ ଜ୍ୱରରୁ ଶୀଘ୍ର ମୁକ୍ତି ପାଇବେ ।

୬.   କାଶ ସମମ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘିଅ ଏବଂ ଗୋଲ ମରିଚକୁ ହାଲକା ଗରମ କରି ଏଥିରେ ମିଶ୍ରି ମିଶାି ପିଇବା ଦ୍ୱାରା କାଶ ତୁରନ୍ତ ବନ୍ଦ ହୋଇଯାଇଥାଏ ।

 


Share It

Comments are closed.