ଓଡ଼ିଶାରେ ସର୍ବଶ୍ରେଷ୍ଠ ମୋବାଇଲ ନେଟୱର୍କର ମାନ୍ୟତା ହାସଲ କରିଛି ଏୟାରଟେଲ


ଭୁବନେଶ୍ୱର: ଭାରତର ପ୍ରମୁଖ ଯୋଗାଯୋଗ ସମାଧାନ ପ୍ରଦାନକାରୀ ଏୟାରଟେଲ, ଓଡ଼ିଶାରେ ଭିଡିଓ ଅନୁଭୂତି, ଗେମ ଅନୁଭୂତି, ଭଏସ ଆପ୍ ଅନୁଭୂତି ଏବଂ ଡାଉନଲୋଡ଼ ସ୍ପିଡ ଅନୁଭୂତି ପାଇଁ ଓପନସିଗନାଲ ଦ୍ୱାରା ନେଟୱର୍କ ଉତ୍କର୍ଷତା ପାଇଁ ପୁନର୍ବାର ସ୍ୱୀକୃତି ହାସଲ କରିଛି । ଓଡ଼ିଶାରେ ସ୍ମାର୍ଟଫୋନ ବ୍ୟବହାରକାରୀମାନେ ଏୟାରଟେଲ ନେଟୱର୍କରେ ଭିଡିଓ ଷ୍ଟ୍ରିମିଙ୍ଗ, ମଲଟିପ୍ଲେୟର ମୋବାଇଲ ଗେମ ଖେଳିବା, କିମ୍ବା ଓଭର-ଦ-ଟପ(ଓଟିଟି) ଭଏସ ସର୍ଭିସଗୁଡ଼ିକର ବ୍ୟବହାର ଏବଂ ଡାଉନଲୋଡ଼ ସମୟରେ ସ୍ପିଡ କ୍ଷେତ୍ରରେ ସର୍ବୋତମ ଗୁଣବତାର ଅନୁଭୂତିର ଉପଭୋଗ କରିଛନ୍ତି । ଫଳାଫଳସ୍ୱରୂପ ଏୟାରଟେଲ ଓଡ଼ିଶାରେ ଓପନସିଗନାଲର ନେଟୱର୍କ ମାପ ପରୀକ୍ଷଣର ବିଜେତା ହୋଇଛି ।
ଏକ ସ୍ୱାଧିନ ଏବଂ ବିଶ୍ୱସ୍ତରରେ ପ୍ରସିଦ୍ଧ ମୋବାଇଲ ଆନାଲିଟିକ୍ସ ଏବଂ ଇନସାଇଟ କମ୍ପାନୀ, ଓପନସିଗନାଲ ଭିଡିଓ ଏବଂ ଗେମିଙ୍ଗ ଅନୁଭୂତି ଦୃଷ୍ଟିରୁ ଏୟାରଟେଲକୁ ଭାରତର ସର୍ବୋଚ୍ଚ ମୋବାଇଲ ନେଟୱର୍କର ମାନ୍ୟତା ଦେଇସାରିଛି । ଏହି ଅନୁସନ୍ଧାନଗୁଡ଼ିକ ସମଗ୍ର ଭାରତର ଲକ୍ଷ ଲକ୍ଷ ସ୍ମାର୍ଟଫୋନର ତଥ୍ୟର ବିଶ୍ଲେଷଣ ଉପରେ ଆଧାରିତ ।
ଏହା ସମ୍ପର୍କରେ ଶ୍ରୀ ସୌମେନ୍ଦ୍ର ସାହୁ, ସିଓଓ, ଓଡ଼ିଶା, ଭାରତୀ ଏୟାରଟେଲ କହିଛନ୍ତି ଯେ, “ସ୍ମାର୍ଟଫୋନ ଆମ ଜୀବନର ଏକ ଅଂଶ ହୋଇଯାଇଛି ଏବଂ ଏକ ଉନ୍ନତମାନର ଡାଟା ଅନୁଭୂତି ଆମ ସମସ୍ତ ଗ୍ରାହକମାନଙ୍କର ଏକ ଚରମ ଇଚ୍ଛାରେ ପରିଣତ ହୋଇଛି । ଭାରତର ଅଗ୍ରଣୀ ସ୍ମାର୍ଟଫୋନ ନେଟୱର୍କ ଭାବେ, ଏୟାରଟେଲ ଓଡ଼ିଶା ଡିଜିଟାଲ ଭାରତ ପାଇଁ ନିର୍ମିତ ଏହାର ନେଟୱର୍କ ଗୁଣବତା ପାଇଁ ଆଉ ଏକ ଅନୁମୋଦନ ଗ୍ରହଣ କରି ଅତ୍ୟନ୍ତ ଆନନ୍ଦିତ ।”


Share It

Comments are closed.