ଆଜି ହେଉଛି ଶୁଭ ମଙ୍ଗଳବାର, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ


ଆଜିତା.୨୨.୧୨.୨୦୨୦ରିଖ, ଧନୁ ୮ ଦିନ, ମାର୍ଗଶିର ମାସ ଶୁକ୍ଳପକ୍ଷ ଅଷ୍ଟମୀ, ମଙ୍ଗଳବାର । ଅଷ୍ଟମୀ-ସନ୍ଧ୍ୟା ୬ଟା ୧୭ ମିନିଟ୍‌ ଉତ୍ତରଭାଦ୍ର-ରାତ୍ରି ୧ଟା ୪୦ ମିନିଟ୍‌ ମୀନଚନ୍ଦ୍ର: ୬୦ ଦଣ୍ଡ ଅହୋରାତ୍ର । ସୂର୍ଯ୍ୟୋଦୟ- ୬ଟା ୧୮ ମିନିଟ୍‌ ୪୩ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୧୨ ମିନିଟ୍‌ ୦୩ ସେକେଣ୍ଡ । ମୃତେ ଏକପାଦ ପୁଷ୍କର ଦୋଷ । ନଡ଼ିଆ ଖାଇବା ମନା, ଖାଇଲେ ମୂର୍ଖ ହେବେ ଓ ବୁଦ୍ଧି ନଷ୍ଟ ହେବ ।

ମଙ୍ଗଳବାର ରାଶିଫଳ
ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ମନରେ ଅସ୍ଥିରତା ଭାବ ଓ ବିରକ୍ତିଭାବ ପ୍ରକାଶ ପାଇବ । ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି । ପରିବାରର ବ୍ୟୟଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ବାଧ୍ୟ ହେବେ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିବାରରେ ଅଶାନ୍ତି ଓ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୬, ଆରାଧନା- ମା’ ଚଣ୍ଡୀ ।

ବୃଷ: ଶୁକ୍ଳପକ୍ଷର ଏକାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ କିମ୍ବା ନୂତନ ବ୍ୟବସାୟ କରିବାର ପ୍ରଚେଷ୍ଟା କରିବେ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଆକସ୍ମିକ ଧନଲାଭ କିମ୍ବା କୌଣସି ବିଶେଷ ସୂତ୍ରରୁ ଧନ ମିଳିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ମୂଲ୍ୟବାନ ଧାତୁ କ୍ରୟ କରିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା- ମା’ କମଳା ।

ମିଥୁନ : ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । କର୍ମ କରିବାର ଶୈଳୀରେ ପରିବର୍ତ୍ତନ ଆସିବ ଓ କର୍ମରେ ଉନ୍ନତି ପରିଲକ୍ଷିତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ମନରେ ଉତ୍ସାହ ଉଦ୍ଦୀପନା ଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ କର୍ମତତ୍ପର ହେବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୮, ଆରାଧନା-ଭଗବାନ ବିଷ୍ଣୁ ।

କର୍କଟ: ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ପ୍ରମୋଶନ ଓ ପଦସ୍ଥ କର୍ମ•ରୀଙ୍କ କୃପାଲାଭ କରିବେ । ରାଜନୈତିକ ବ୍ୟକ୍ତି ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଓ ସଦ୍ଦିଚ୍ଛା ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସନୀୟ ହେବେ । ମହିଳାମାନେ ସମ୍ମାନର ଅଧିକାରୀ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ଭଗବାନ ବିଷ୍ଣୁ ।

ସିଂହ : ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଓ ଧନକ୍ଷତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ବାଧାବିଘ୍ନ ଓ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଏବଂ ପରିବାରରେ ବିବାଦ ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା- ପ୍ରଭୁ ଗଣେଶ ।

କନ୍ୟା: ମୂଲ୍ୟବାନ ଧାତୁ କିମ୍ବା ବସନ, ଭୂଷଣ କ୍ରୟ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଆତ୍ମସନ୍ତୋଷ ଓ ସହକର୍ମୀଙ୍କ ସହଯୋଗ ପାଇବେ । ରୋଗ, ଋଣ ଓ ଶତ୍ରୁ-ଏ ତିନୋଟିରୁ କିଛି ମାତ୍ରାରେ ମୁକ୍ତି ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଯତ୍ନ କରିବେ । ମହିଳାମାନେ ପରିବାରର ମନ ଜିଣିବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୧୨, ଆରାଧନା-ପ୍ରଭୁ ଗଣେଶ ।

ତୁଳା : ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ମାନସିକ, ପାରିବାରିକ ଶାନ୍ତି ଓ ଦେହମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ପ୍ରଶଂସା ପାଇବେ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ପିତାମାତାଙ୍କ ଆଶୀର୍ବାଦ ଲାଭ କରିବେ । କଳା ଓ ସଂସ୍କୃତି ପ୍ରତି ଦୁର୍ବଳତା ଜାତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ସନ୍ତାନ ବତ୍ସଳା ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା- ପ୍ରଭୁ ଶ୍ରୀରାମ ।

ବିଛା : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଆତ୍ମସନ୍ତୋଷ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ନୂତନ ଲେଖା ଓ କଳା ପ୍ରତି ଦୁର୍ବଳତା ଭାବ ଜାଗ୍ରତ ହେବ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ପିତାମାତାଙ୍କ କୃପାଲାଭ କରିବେ । ବିଦ୍ୟାର୍ଥୀ ବିଦ୍ୟାରେ ଅଗ୍ରଣୀ ହେବେ ଓ କ୍ରୀଡ଼ାବିତ୍‌ ସମ୍ମାନ ପାଇବେ । ମହିଳାମାନେ ସନ୍ତାନବତ୍ସଳା ହେବେ । ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୩, ଆରାଧନା- ପ୍ରଭୁ ସ୍କନ୍ଦ ।

ଧନୁ: ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ । ସ୍ୱଜନ, ପ୍ରିୟଜନଙ୍କ ସହ ବିବାଦ, ଧନକ୍ଷତି ଓ ଯାନବାହନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ ସ୍ୱଳ୍ପ ଆୟ ଓ ପରିବହନରେ କ୍ଷତି ହେବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନଙ୍କର ବିଶେଷ କ୍ଷତି ଘଟିବ । କର୍ମରେ ବାଧାବିଘ୍ନ ଓ ସହକର୍ମୀଙ୍କ ସହ ବିବାଦ ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।

ମକର: ଘାତବାର ଓ ତୃତୀୟ ଚନ୍ଦ୍ର ହେତୁ ମନରେ ବିରକ୍ତିଭାବ ଓ ଅସ୍ଥିରତା ଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଆଶାତୀତ ସଫଳତା ଓ ନୂତନ କର୍ମାରମ୍ଭ କରିପାରନ୍ତି । ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଓ ମୂଲ୍ୟବାନ ଧାତୁ କ୍ରୟ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନ କରିବେ । ମହିଳାମାନେ ଭ୍ରମଣପ୍ରିୟ ହେବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-ମା’ ବିମଳା ।

କୁମ୍ଭ: ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ଅନ୍ୟକୁ ଦେଇଥିବା ଧନ ଫେରିପାଇବେ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ମନ ପ୍ରଫୁଲ୍ଲ ରହିବ ଓ ପରିବାରର ଶାନ୍ତି ଅତୁଟ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୧୧, ଆରାଧନା- ମା’ ଚଣ୍ଡୀ ।

ମୀନ: ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ମନରେ ଉତ୍ସାହ ଉଦ୍ଦୀପନା ଭାବ ଜାଗ୍ରତ ହେବ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ମଧୁର ହେବ ଏବଂ ସେମାନେ ସହାୟତାର ହାତ ବଢ଼ାଇବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ଓ କର୍ମରେ ସଫଳତା, ପ୍ରଶଂସା ଓ ସମ୍ମାନ ବୃଦ୍ଧି ଘଟିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଯତ୍ନ କରିବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ମା’ ତାରା ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ମଙ୍ଗଳ ମହାମନ୍ତ୍ରସ୍ୟ,
ବିରୁପାକ୍ଷ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ମଙ୍ଗଳ ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଅହିଂ ନୃପଂ ଚ ଶାର୍ଦ୍ଦୁଳ କିଟଂ ଚ ବାଳକ ତଥା
ପରଶ୍ୱାନ ଚ ମୂର୍ଖ ଚ ସପ୍ତ ସୁପ୍ତାନନ ବୋଧୟେତ୍‌ ।
ଭାବାର୍ଥ: ସାପ, ରାଜା, ସିଂହ ଓ ବାଳକ, ଅନ୍ୟର କୁକୁର ଏବଂ ମୂର୍ଖ ବ୍ୟକ୍ତି ଏ ସାତ ଜଣ ସୁପ୍ତ ଥିଲେ ଉଠାଇବେ ନାହିଁ । କାରଣ ଏମାନଙ୍କୁ ନିଦ୍ରାରୁ ଉଠାଇଲେ ନିଜର ହାନି ହୋଇପାରେ ।


Share It

Comments are closed.