କରୋନାର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱରେ ଆତଙ୍କ, ଏପଟେ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉପରେ ରୋକ ଲଗାଇଲା ଭାରତ


ବ୍ରିଟେନରେ କରୋନାର ନୂତନ ଷ୍ଟ୍ରେନ୍ ଜଣାପଡିବା ପରେ ଏବେ ୟୁରୋପ ମହାଦେଶ ସହିତ ସାରା ବିଶ୍ବ ପୁଣିଥରେ ଆତଙ୍କିତ। ବ୍ରିଟେନ ସହିତ ସମସ୍ତ ପ୍ରକାର ଯୋଗାଯୋଗକୁ ୟୁରୋପୀୟ ଦେଶମାନେ ବିଚ୍ଛିନ୍ନ କରିଥିବା ବେଳେ ଭାରତ ମଧ୍ୟ ସମାନ ରାସ୍ତା ଗ୍ରହଣ କରିଛି। ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି, ବ୍ରିଟେରୁ ଭାରତ ଆସୁଥିବା ସମସ୍ତ ବିମାନ ୨୨ ଡିସେମ୍ବର ରାତି ୧୧ଟା ୫୯ରୁ ୩୧ ଡିସେମ୍ବର ରାତି ୧୧ଟା ୫୯ ପର୍ଯ୍ୟନ୍ତ ଅସ୍ଥାନୀୟ ରୂପରେ ନିଲମ୍ବିତ ରହିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ଅନୁସାରେ, ଯେଉଁ ଯାତ୍ରୀ ୨୨ ଡିସେମ୍ବରରେ ୨୩.୫୯ ପୂର୍ବରୁ ଭାରତରେ ପହଁଞ୍ଚୁଛନ୍ତି, ତାଙ୍କୁ ଭାରତ ପହଁଞ୍ଚିବା ପରେ ଆରଟି-ପିସିଆର ଟେଷ୍ଟ କରିବାକୁ ହେବ।

ବ୍ରିଟେନରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଆସିବା ନେଇ ଜଣାପଡିବା ପରେ ବହୁ ଦେଶ ଭୟଭୀତ ହୋଇଛନ୍ତି। ବ୍ରିଟେନରୁ ଏଭଳି ଜଣେ ରୋଗୀ ଇଟାଲୀ ଯାଇଥିବା ବେଳେ ଆହୁରି ଭୟ ବଢିଯାଇଛି।  ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ଲୋକଙ୍କୁ କରୋନା ସଂକ୍ରମଣରୁ ସାବଧାନ ରହିବାକୁ ଆହ୍ୱାନ କରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ପ୍ରସଙ୍ଗ ଉପରେ ଟୁଇଟ୍ କରି ଲେଖିଥିଲେ, ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ବସିବା ପରେ ଯେପରି ଭାରତକୁ ଏହା ନବ୍ୟାପେ ତାକୁ ଦୃଷ୍ଟିରେ ରଖି ସେଠାରୁ ଆସୁଥିବା ସମସ୍ତ ବିମାନ ଚଳାଚଳକୁ ବନ୍ଦ କରିଦେବା ଦରକାର।


Share It

Comments are closed.