ଭାରତରେ ଶୁଭାରମ୍ଭ ହେଲା ଅନର ୭ଏସ୍


ଅନର୍ ପକ୍ଷରୁ ଏହାର ଅଧିକ ବୈଶିଷ୍ଟ୍ୟଯୁକ୍ତ, ବ୍ୟବୟସାପେକ୍ଷ ସ୍ମାର୍ଟଫୋନ୍, ଅନର ୭ ଏସ୍ ମାତ୍ର ୬୯୯୯ ଟଙ୍କାରେ ଶୁଭାରମ୍ଭ କରାଯାଇଛି । ଏହା ଏକ ସୃଜନାତ୍ମକ ଭିଡ଼ିଓ ମାଧ୍ୟମରେ ବ୍ରାଣ୍ଡର ୟୁଟ୍ୟୁବ୍ ପେଜ୍ https://www.youtube.com/watch?v=7-RlOL9IK78 ରେ ପୋଷ୍ଟ କରାଯାଇଛି । ହୁୱାଇ ଇଣ୍ଡିଆ କଞ୍ଜ୍ୟୁମର ବିଜନେସ୍ ଗ୍ରୁପ୍, ସେଲ୍ସର ଉପସଭାପତି, ପି ସଞ୍ଜିବ୍ ଏବଂ ଫ୍ଲିପକାର୍ଟର ମୋବାଇଲସ ଏବଂ ଲାର୍ଜ ଆପଲାଏନ୍ସର ଉପସଭାପତି, ଅଜୟ ଭିର ଯାଦବଙ୍କ ଦ୍ୱାରା ଅନର ୭ ଏସର ଶୁଭାରମ୍ଭ କରାଯାଇଛି । ଏହା ସ୍ୱତନ୍ତ୍ର ଭାବରେ ଫ୍ଲିପକାର୍ଟରେ ୧୪ ସେପ୍ଟେମ୍ବର ୨୦୧୮ରୁ ତିନୋଟି ରଙ୍ଗରେ ଯେପରିକି ଗୋଲ୍ଡ, ବ୍ଲୁ ଏବଂ ବ୍ଲାକରେ ଉପଲବ୍ଧ ହେବାକୁ ଯାଉଛି ।
ଏହି ପରିପ୍ରେକ୍ଷୀରେ ହୁୱାଇ ଇଣ୍ଡିଆ କଞ୍ଜ୍ୟୁମର ବିଜନେସ୍ ଗ୍ରୁପ୍ ପକ୍ଷରୁ ଏହାର ସେଲ୍ସର ଉପସଭାପତି, ପି ସଞ୍ଜିବ୍ କହିଛନ୍ତି ଯେ, “ଅନର ସର୍ବଦା ଏହାର ଉତ୍ପାଦରେ ନୂତନ ଆବିଷ୍କାରମାନ ଆଣିବାରେ ଏବଂ ଏହାର ଉତ୍ପାଦ ମାଧ୍ୟମରେ ଗ୍ରାହକ ସନ୍ତୁଷ୍ଠି ପ୍ରଦାନ କରିବା ପାଇଁ ପ୍ରତିଶୃତିବଦ୍ଧ । ଅନରରେ ଆମ୍ଭେମାନେ ସର୍ବଦା ବ୍ୟବହାର ଉପଯୋଗୀ, ଜୀବନକୁ ଆହୁରି ସରଳ କରିବା ଏବଂ ଗ୍ରାହକ ମାନଙ୍କୁ ଏକ ବ୍ୟୟସାପେକ୍ଷ ମୂଲ୍ୟରେ ଅହରହ ସ୍ମାର୍ଟଫୋନ୍ ଅନୁଭୂତି ପ୍ରଦାନ କରିବା ପାଇଁ ଦୃଷ୍ଟିନିବେଶ କରିଥାଉ । ଆମ୍ଭେମାନେ ସମ୍ପୁର୍ଣ୍ଣ ନୂତନ ଅନର ୭ ଏସ୍ ତାହା ପୁଣି ଆମର ବଜେଟ୍ ସେଗମେଣ୍ଟ ସ୍ମାର୍ଟଫୋନ୍ ଶ୍ରେଣୀରେ ଆଣିପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ ।”
ଏହି ଅବସରରେ ଫ୍ଲିପକାର୍ଟର ମୋବାଇଲସ ଏବଂ ଲାର୍ଜ ଆପଲାଏନ୍ସର ଉପସଭାପତି, ଅଜୟ ଭିର ଯାଦବ କହିଛନ୍ତିଯେ, “ଫ୍ଲିପକାର୍ଟରେ ଆମ୍ଭେମାନେ ସ୍ୱତନ୍ତ୍ରଭାବେ ଅନର ୭ ଏସ୍ର ଭାରତରେ ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଉତ୍ସାହିତ । ଏହି ସହଭଭାଗିତା ସହିତ, ଆମ୍ଭେମାନେ ଖୁବ୍ କମ୍ ମୂଲ୍ୟରେ ଗ୍ରାହକ ମାନଙ୍କୁ ଉପଯୁକ୍ତ ମୂଲ୍ୟ ଏବଂ ସ୍ୱତନ୍ତ୍ର ସ୍ମାର୍ଟଫୋନ୍ ଅନୁଭୂତି ପ୍ରଦାନକରି ଏକ ସୁଦୃଢ ସୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଠିତ । ଆମ୍ଭେମାନେ ନିଶ୍ଚିନ୍ତିକି ଅନର ୭ଏସ୍ ଆମର ଗ୍ରାହକ ମାନଙ୍କ ଦ୍ୱାରା ବହୁଳ ମାତ୍ରାରେ ଆଦୃତ ହୋଇପାରିବ ।”


Share It

Comments are closed.