ସ୍ମରଣ ଶକ୍ତି ବଢାଇବା ସହ କର୍କଟ ଭଳି ରୋଗରୁ ମୁକ୍ତି ଦେଇଥାଏ ଏହି ଜିନିଷ, ଡାଏଟରେ କରନ୍ତୁ ସାମିଲ

Share It

ଅଶ୍ୱଗନ୍ଧା, ଏହି ନାଁ ଆପଣ ଅନେକ ଥର ଶୁଣିଥିବେ। ଏହା ଏକ ପ୍ରକାର ଜଡିବୁଟି। ଅନେକ ରୋଗର ଉପଶମ ପାଇଁ ଏହାକୁ ଔଷଧ ରୂପେ ବ୍ୟବହାର କରାଯାଏ। ତେବେ ଆପଣ ଭାବୁଥିବେ ଅଶ୍ୱଗନ୍ଧା କଣ, ଏହାର କଣ କଣ ସବୁ ଔଷଧୀୟ ଗୁଣ ଅଛି ଆସନ୍ତୁ ଜଣିବା।

ପୋଟାପଣ କମ୍‌ କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ତେବେ ଅଶ୍ୱଗନ୍ଧାର ଏମିତି ଅନେକ ଉପକାର ଅଛି ଯାହା ଆପଣ ହୁଏତ ଶୁଣି ନଥିବେ!

-କ୍ୟାନସର ଭଳି ଖତରନାକ ରୋଗପାଇଁ ଖୁବ୍‌ ଉପଯୋଗୀ ଅଶ୍ୱଗନ୍ଧା । ଗବେଷଣାରୁ ଜଣା ପଡ଼ିଛି ଅଶ୍ୱଗନ୍ଧାରେ କ୍ୟାନ୍ସର ସେଲକୁ ବଢ଼ିବାରେ ରୋକିଥାଏ।

– ଅଶ୍ୱଗନ୍ଧାରେ ଥିବା ଅକ୍ସିଡେଣ୍ଟ୍ ଆପଣଙ୍କ ଇମ୍ୟୁନସିଷ୍ଟମକୁ ମଜଭୁଦ କରିବାରେ କାମ କରିଥାଏ। ଯାହା ଆପଣଙ୍କୁ ଥଣ୍ଡା, ଜ୍ୱର ଭଳି ରୋଗରୁ ଲଢିବାକୁ ଶକ୍ତି ଦେଇଥାଏ।

– ଅଶ୍ୱଗନ୍ଧା ହ୍ୱାଇଟ୍‌ ବ୍ଲଡ୍‌ ସେଲ୍ସ ଓ ରେଡ୍‌ ବ୍ଲଡ୍ ସେଲ୍ସକୁ ବଢ଼ାଇବା କାମ କରିଥାଏ। ଯାହା ଅନେକ ସମସ୍ୟକୁ ଦୂର କରିଥାଏ।

– ଅଶ୍ୱଗନ୍ଧା ମାନସିକ ଦୁଶ୍ଚିନ୍ତା ଭଳି ସମସ୍ୟାକୁ ଠିକ୍‌ କରିଥାଏ। ଏକ ରିପୋର୍ଟ ଅନୁସାରେ ଅଶ୍ୱଗନ୍ଧା ବ୍ୟବହାର କଲେ ୭୦ ପ୍ରତିଶତ ପର୍ଯ୍ୟନ୍ତ ମାନସିତ ରୋଗ ଭଲ ହୋଇଥାଏ। ଏହା ଶରୀରର ମାନସିକ ସନ୍ତୁଳନ ଠିକ୍‌ ରଖିଥାଏ। ଏହାଦ୍ୱାର ଭଲ ନିଦ ବି ଆସିଥାଏ। ଅଶ୍ୱଗନ୍ଧା ଅନେକ ରୋଗକୁ ଚୁଟକିରେ ଗାଏବ କରିଥାଏ।

– ଅଶ୍ୱଗନ୍ଧା ବ୍ୟବହାର କରିବା ଦ୍ୱାର ଆଖିର ଦୃଷ୍ଟି ଶକ୍ତି ବଢିଥାଏ। ପ୍ରତିଦିନ ଖୀରରେ ଏହାକୁ ପିଇବା ଦ୍ୱାରା ଆଖି ସହ ସ୍ଟ୍ରେସ୍‌ ବି ଦ୍ୱର ହୋଇଥାଏ।

– ଅଶ୍ୱଗନ୍ଧା ଖୁବ୍‌ ପ୍ରଭାବଶାଳୀ । ଏହା ଗ୍ୟାଷ୍ଟ୍ରିକ୍ ଓ ଅଲସରକୁ ରୋକିବାରେ ବି ସାହାଯ୍ୟ କରେ ।

-ଅଶ୍ୱଗନ୍ଧା ଅନେକ ରୋଗର ଉପସମ। ମାନସିକ ଚିନ୍ତା, ପକ୍ଷାଘାତ ରୋଗ, ପ୍ରୋଷ୍ଟେଟ ଏବଂ କର୍କଟ ଭଳି ସମସ୍ୟାକୁ ଦୂର କରିଥାଏ।


Share It

Comments are closed.