ଲଣ୍ଡନ କୋର୍ଟକୁ ଅନିଲଙ୍କ ସଫେଇ, ଏବେ ଓକିଲଙ୍କ ଫି ଦେବା ପାଇଁ ଗହଣା ବିକିବାକୁ ପଡୁଛି

Share It

ଋଣରେ ବୁଡ଼ିଥିବା ଭାରତୀୟ ଉଦ୍ୟୋଗୀ ଅନିଲ ଅମ୍ବାନୀଙ୍କ ଆର୍ଥିକ ସ୍ଥିତି ଖୁବ୍ ବିଗିଡ଼ି ଯାଇଛି। ଅନିଲ ଲଣ୍ଡନ ଅଦାଲତକୁ କହିଛନ୍ତି ସେ ଏବେ ବିଳାସମୟ ଜୀବନ ଛାଡ଼ି ସାଧାରଣ ଜୀବନ ଜିଉଛନ୍ତି। ଏପରିକି ତାଙ୍କ ପାଖରେ ଓକିଲଙ୍କ ଫି’ ଦେବା ପାଇଁ ଗହଣା ବିକିବାକୁ ପଡୁଛି। ଏହା ସହ ସେ ଏବେ ଗୋଟିଏ କାର୍ ବ୍ୟବହାର କରୁଛନ୍ତି।

ଅମ୍ବାନି କହିଛନ୍ତି ଜାନୁଆରୀ ଓ ଜୁନ୍ ୨୦୨୦ ମଧ୍ୟରେ ସେ ୯.୯ କୋଟି ଟଙ୍କାର ଗହଣା ବିକିଛନ୍ତି। ଏହା ସହ ଏବେ ତାଙ୍କ ପାଖରେ ଏମିତି କିଛି ବସ୍ତୁ ନାହିଁ ଯାହାର କିଛି ମୂଲ୍ୟ ଥିବ। ତେବେ ତାଙ୍କ ପାଖରେ କେବେ ରଲ୍ସ ରୟସ୍ ନ ଥିଲା କି କୌଣସି ଲଗଜରିୟସ ଗାଡ଼ି କେବେ ବ୍ୟବହାର କରି ନାହାନ୍ତି। ସେ କେବଳ ଗୋଟିଏ ହିଁ ଗାଡ଼ି ଚଳାଇ ଆସୁଛନ୍ତି। ବ୍ରିଟେନ ହାଇକୋର୍ଟ ମେ ୨୨ରେ ପାରିତ କରିଥିବା ଏକ ଆଦେଶରେ ଅମ୍ବାନି କହିଥିଲେ ଚୀନ ବ୍ୟାଙ୍କର ୫,୨୮୧ କୋଟି ଟଙ୍କା ଋଣକୁ ଜୁନ୍ ୧୨ ସୁଦ୍ଧା ପରିଶୋଧ କଲେ। ଏହା ସହ ଅମ୍ବାନି ସାତ କୋଟି ଟଙ୍କା ଆଇନଗତ ଖର୍ଚ ପାଇଁ ପରିଶୋଧ କରିବାକୁ କୁହାଗଲା।

ଜୁନ୍ ୧୫ରେ ଇଣ୍ଡଷ୍ଟ୍ରିଆଲ ଆଣ୍ଡ୍ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନା ନେତୃତ୍ୱରେ ଚୀନ ବ୍ୟାଙ୍କକୁ ଅନିଲ ଅମ୍ବାନିଙ୍କ ସମ୍ପତିକୁ ଖୁଲାସା କରିବା ଦାବି କରିଥିଲେ। ଜୁନରେ ଏଫିଡେଟ୍ ମାଧ୍ୟମରେ ମାଷ୍ଟର ଡେଭିସନ ଅମ୍ବାନୀଙ୍କୁ ତାଙ୍କ ସବୁ ସମ୍ପତିର ଖୁଲାସା କରିବା ଆଦେଶ ଦେଇଥିଲେ। ଯାହାର ମୂଲ୍ୟ ଥିଲା ୭୪ ଲକ୍ଷ ଟଙ୍କାରୁ ଅଧିକ।

କୋର୍ଟ ଜାଣିଲେ ଯେ ଅମ୍ବାନିଙ୍କ ବ୍ୟାଙ୍କ ବାଲାନ୍ସ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ୪୦.୨ ଲକ୍ଷ ଟଙ୍କା ଥିଲା ଓ ଜାନୁଆରୀ ୨୦୦୨ରେ ଏହା ହ୍ରାସ ପାଇଁ ୨୦.୮ ଟଙ୍କା ହୋଇଗଲା। ଅମ୍ବାନି କୋର୍ଟରେ କହିଛନ୍ତି ସେ ଭାରତରେ ସବୁଠୁ ଧନୀ ଲୋକରେ ସାମିଲ ହେଲେ ମଧ୍ୟ ମାତ୍ର ତାଙ୍କ ପାଖରେ କେବଳ ୧,୧୦,୦୦୦ ଡଲାରର ମୂଲ୍ୟର ଗୋଟିଏ କଳାକୃତି ରହିଛି। ବ୍ରିଟେନ କୋର୍ଟକୁ କହିଛନ୍ତି ଏବେ ସେ ଖୁବ୍ କମ୍ ଖର୍ଚ କରୁଛନ୍ତି। ତେବେ ତାଙ୍କ ସ୍ତ୍ରୀ ଓ ପରିବାର ହିଁ ଏହାକୁ ବହନ କରୁଛନ୍ତି। ତାଙ୍କର କୌଣସି ଚାକଚକ୍ୟ ଜୀବନ ନାହିଁ। ନାଁ ଆମଦାନୀର ଅନ୍ୟ କିଛି ବିକଳ୍ପ ରହିଛି। ସେ ଏବେ ଓକିଲଙ୍କ ପିସ୍ ପାଇଁ ଅଳଙ୍କାର ବିକୁଥିବା ବେଳେ ଅନ୍ୟ ଖର୍ଚ ପାଇଁ ସମ୍ପତି ବିକିବା ନିମନ୍ତେ କୋର୍ଟର ଅନୁମତି ଦରକାର। ତେବେ ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନା, ଏକ୍ସପୋର୍ଟ ଆଣ୍ଡ ଇମପୋଟ୍ ବ୍ୟାଙ୍କ ଅଫ୍ ଚାଇନା ଓ ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ କହିଛନ୍ତି ଅନିଲଙ୍କ ବିରୋଧରେ ସବୁ ଆଇନଗତ ବିକଳ୍ପ ବ୍ୟବହାର କରାଯିବ।


Share It

Comments are closed.