ଆୟରର୍ଲାଣ୍ଡ ବିପକ୍ଷରେ ସିରିଜ୍‌ ବିଜୟ ପରେ ଉମ୍‌ରାନ୍‌ଙ୍କୁ ଟ୍ରଫି ଧରାଇଲେ କ୍ୟାପ୍‌ଟେନ୍‌ ହାର୍ଦ୍ଦିକ


ଆୟରର୍ଲାଣ୍ଡରେ ସିରିଜ୍‌ କବ୍‌ଜା କରିଛି ଭାରତ । ଟି-୨୦ ସିରିଜ୍‌କୁ ୦-୨ରେ ଜିତିଛି ଟିମ ଇଣ୍ଡିଆ । ଟିମ୍‌ର ଏହି ବିଜୟରେ ଅନେକ ହିରୋ ସାମ୍ନାକୁ ଆସିଛନ୍ତି । କିନ୍ତୁ ସିରିଜ୍‌ କବ୍‌ଜା ପରେ ସମସ୍ତଙ୍କୁ ମନେପଡିଗଲା ଧୋନୀଙ୍କ କଥା। ହାର୍ଦ୍ଦିକ ପାଣ୍ଡ୍ୟା ଯେତେବେଳେ ଟ୍ରଫି ହାତେଇଥିଲେ , ସେତେବେଳେ ସମସ୍ତଙ୍କୁ କ୍ୟାପ୍‌ଟେନ୍‌ କୁଲ୍‌ଙ୍କ କଥା ମନେପଡିଥିଲା ।

ଖବର ଅନୁଯାୟୀ, ଟି-୨୦ ସିରିଜ୍‌କୁ କ୍ଲିନ୍‌ ସ୍ୱିପ୍‌ ପରେ ଟିମ୍‌ ଇଣ୍ଡିଆକୁ ଟ୍ରଫି ମିଳିଥିଲା । ପୁରସ୍କାର ବିତରଣ ଉତ୍ସବରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ହାତେଇଥିଲେ । ହାର୍ଦ୍ଦିକ ଟ୍ରଫିକୁ ଗ୍ରହଣ କରିବା ପରେ ତୁରନ୍ତ ଟିମ୍‌ ସବୁଠାରୁ ୟଙ୍ଗ ଖେଳାଳି ଉମରାନ୍ ମଲ୍ଲିକଙ୍କୁ ଦେଇଥିଲେ । ଉମ୍‌ରାନ୍‌ ମଲ୍ଲିକ ଟ୍ରଫି ସହ ପୋଜ ମଧ୍ୟ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଦଳରେ ଏହି ପରମ୍ପରା ପ୍ରଥମେ ମହେନ୍ଦ୍ର ସିଂହ ଧୋନି ହିଁ ଆରମ୍ଭ କରିଥିଲେ । ଧୋନି ଯେତେବେଳେ ଅଧିନାୟକ ଥିଲେ, ସେତେବେଳେ ସିରିଜ୍‌ ବିଜୟ ପରେ ଟ୍ରଫିକୁ ତୁରନ୍ତ ଟିମ୍‌ର ସବୁଠାରୁ ୟଙ୍ଗ ଖେଳାଳିଙ୍କୁ ଦେଉଥିଲେ । ଏହାପରେ ଏହି ପରମ୍ପରାକୁ ବିରାଟ କୋହଲି ଓ ରୋହିତ ଶର୍ମାକୁ ଆଗକୁ ନେଇଥିଲେ । ଏବେ ହାର୍ଦ୍ଦିକ ଟିମ୍‌ର କ୍ୟାପଟେନ୍‌ ଅଛନ୍ତି । ତେଣୁ ସେ ସିରିଜ୍‌ ବିଜୟ ପରେ ପୂର୍ବ ପରମ୍ପରାକୁ ବଜାୟ ରଖିଥିଲେ । ଆଉ ବିଜୟ ପରେ ଟ୍ରଫିକୁ ତୁରନ୍ତ ଯୁବ ଖେଳାଳି ଉମ୍‌ରାନ୍‌ ମଲ୍ଲିକଙ୍କ ହାତକୁ ଦେଇଥିଲେ । ପୁରା ଟିମ୍‌ ଫଟୋ ପାଇଁ ପୋଜ ଦେଉଥିବା ବେଳେ ଉମ୍‌ରାନ୍‌ ମଲ୍ଲିକଙ୍କ ହାତରେ ଟ୍ରଫି ରହିଥିଲା ।


Share It

Comments are closed.