ଆକ୍ସିସ୍ ବ୍ୟାଙ୍କ ସହ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ସହଭାଗିତା


ଭୁବନେଶ୍ୱର: ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଭାରତର ଟିୟର ୩ ସହର ଓ ଅର୍ଦ୍ଧ ସହରାଂଚଳ କ୍ଷେତ୍ରଗୁଡିକରେ ନଗଦ ସଂଗ୍ରହ ପ୍ରଣାଳୀକୁ ଡିଜିଟାଇଜ୍ କରିବା ପାଇଁ ଭାରତର ୩ୟ ସର୍ବବୃହତ୍ ଘରୋଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ସହ ସହଭାଗିତା କରାଯାଇଛି । ଏହି ସହଭାଗିତା ମାଧ୍ୟମରେ, ନଗଦ ପରିଚାଳନା ପ୍ରକ୍ରିୟାରେ ପରିଚାଳନାଗତ ଦକ୍ଷତା ନିର୍ମାଣ କରି ଆକ୍ସିସ୍ ବ୍ୟାଙ୍କ ଓ ଏହାର ଗ୍ରାହକମାନେ ଗୁରୁତ୍ୱପୂର୍ଣ୍ଣ ଲାଭ ପାଇପାରିବେ । ଏହା ମଧ୍ୟ ପେମେଂଟ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ଏବଂ ଦେଶବ୍ୟାପୀ ପରିଚାଳନା କରୁଥିବା ଫିଲ୍ଡ ଏଜେଂଟ୍‌ମାନଙ୍କର କ୍ଷମତାକୁ ପ୍ରକାଶ କରିବାରେ ସାହାଯ୍ୟ କରିବ । ଏହି ଏଜେଂଟ୍‌ମାନଙ୍କୁ ସଂଗୃହିତ ଇଏମ୍‌ଆଇ ରାଶିକୁ ଜମା କରିବା ପାଇଁ ବ୍ୟାଙ୍କ ଶାଖାକୁ ଯିବାକୁ ପଡିବ ନାହିଁ । ସେମାନେ ଏବେ ନିଜ ପଡୋଶୀରେ ଥିବା ଯେକୌଣସି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଆଉଟ୍‌ଲେଟ୍‌ରେ ଉକ୍ତ ଅର୍ଥକୁ ସହଜରେ ଜମା କରିପାରିବେ । ଏହି ପ୍ରକ୍ରିୟା ଦୀର୍ଘ ଦୂରତାର ଯାତ୍ରା ସମୟରେ ଏଜେଂଟ୍‌ଙ୍କ ଦ୍ୱାରା ନଗଦ ପରିବହନର ବିପଦକୁ ମଧ୍ୟ ହ୍ରାସ କରିବ । ଏହାବ୍ୟତୀତ ଏହି ପ୍ରକ୍ରିୟା କୌଣସି ପ୍ରକାରର ବିଳମ୍ବକୁ ଏଡାଇବାରେ ସାହାଯ୍ୟ କରିବ, କାରଣ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଆଉଟ୍‌ଲେଟ୍‌ଗୁଡିକ ପାରମ୍ପରିକ ବ୍ୟାଙ୍କିଙ୍ଗ୍ ସମୟରୁ ବାହାରେ ଏବଂ ସାପ୍ତାହିକ ଛୁଟିଗୁଡିକରେ ମଧ୍ୟ କାର୍ଯ୍ୟ କରିଥାନ୍ତି ।ଖୁବ୍‌ଶୀଘ୍ର ଆକ୍ସିସ୍ ବ୍ୟାଙ୍କର ଗ୍ରାହକମାନେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ୫ ଲକ୍ଷ ବ୍ୟାଙ୍କିଙ୍ଗ୍ ପଏଂଟ୍‌ଗୁଡିକରେ ଋଣ ପରିଶୋଧ ପାଇଁ ପ୍ରତ୍ୟକ୍ଷ ଇଏମ୍‌ଆଇ ରାଶି ଜମା କରିବାକୁ ସକ୍ଷମ ହେବେ ।
ଏସମ୍ପର୍କରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ଚିଫ୍ ଫାଇନାନ୍ସ ଅଫିସର ଓ ଇନ୍‌ଷ୍ଟିଚ୍ୟୁଶ୍‌ନାଲ ବିଜ୍‌ନେସ୍ ମୁଖ୍ୟ ଗୌରବ ସେଠ୍ କହିଛନ୍ତି, “ ଆମେ ଶେଷ ଦୂରତା ନଗଦ ସଂଗ୍ରହର ଡିଜିଟାଲିକରଣ ପାଇଁ ଆକ୍ସିସ୍ ବ୍ୟାଙ୍କ ସହ ହାତ ମିଳାଇ ଖୁସି ଅନୁଭବ କରୁଛୁ । ଆମର କଲେକ୍ସନ ମ୍ୟାନେଜ୍‌ମେଂଟ୍ ସର୍ଭିସ୍ ନଗଦ ଅର୍ଥକୁ ପରିଚାଳନା କରିବାର ଆହ୍ୱାନଗୁଡିକୁ ହ୍ରାସ କରିଛି ଏବଂ ସମଗ୍ର ଶୃଙ୍ଖଳାକୁ ଡିଜିଟାଇଜ୍ କରି ନଗଦ ଅର୍ଥ ପରିବହନର ବିପଦକୁ ମଧ୍ୟ କମାଇଛି । ଏହା ଆମର ସହଯୋଗୀ ଓ ସେମାନଙ୍କ ଗ୍ରାହକଙ୍କ ପାଇଁ ବୃହତ୍ ପରିଚାଳନାଗତ ଦକ୍ଷତା ଆଣିଛି ।”
ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କ, ଭାରତ ବ୍ୟାଙ୍କିଙ୍ଗ୍‌ର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ହେଡ୍ ମୁନିଶ୍ ଶାରଦା କହିଛନ୍ତି,’ ଆକ୍ସିସ୍ ବ୍ୟାଙ୍କରେ ଆମେ ଆମର ଗ୍ରାହକଙ୍କୁ ସର୍ବୋତମ ମୂଲ୍ୟ ପ୍ରସ୍ତାବ ପ୍ରଦାନ କରିବା ପାଇଁ ଶିଳ୍ପର ଅଗ୍ରଣୀ ସଂଗଠନଗୁଡିକ ସହ ମିଶି ନିରନ୍ତର କାର୍ଯ୍ୟ କରୁଛୁ । ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ସହ ଏହି ସହଭାଗିତା ଡିଜିଟାଲିକରଣକୁ ଗ୍ରହଣ କରିବା ଦିଗରେ ଆଉ ଏକ ପଦକ୍ଷେପ, ଯାହା ଦେଶର ଅର୍ଦ୍ଧ-ଗ୍ରାମାଂଚଳ କ୍ଷେତ୍ରଗୁଡିକରେ ଆମର ବ୍ୟାପକ ଗ୍ରାହକ ଆଧାରକୁ ଉନ୍ନତ ସୁବିଧା ଓ ଦ୍ରୁତ ସମାଧାନ ପ୍ରଦାନ କରୁଛି ।”


Share It

Comments are closed.