ପୁଣି ଥରେ ବାପା ହେଲେ ପୂର୍ବତ୍ତନ କ୍ରିକେଟର ହରଭଜନ ସିଂହ


ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ହରଭଜନ ସିଂହ ପୁଣି ଥରେ ପିତା ହୋଇଛନ୍ତି । ହରଭଜନଙ୍କ ପତ୍ନୀ ତଥା ଅଭିନେତ୍ରୀ ଗୀତା ବସ୍‌ରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଟିମ ଇଣ୍ଡିଆରେ ଟର୍ବାନେଟର ନାଁରେ ପରିଚିତ ହରଭଜନ ସିଂହ ଶନିବାର ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆରେ ଏହି ଖୁସି ଖବର ଦେବା ସହିତ କ୍ୟାପସନ୍‌ରେ ଲେଖିଛନ୍ତି, ‘ପୁତ୍ର ସନ୍ତାନର ଜନକ ହେବାର ଆଶୀର୍ବାଦ ମିଳିଛି । ଭଗବାନଙ୍କୁ ଧନ୍ୟବାଦ।’ ଭଜି ଏବଂ ତାଙ୍କ ପତ୍ନୀ ଗୀତାଙ୍କର ହିନାୟା ଏକ ଝିଅ ରହିଛି । ହିନାୟାଙ୍କ ଜନ୍ମ ୨୦୧୬ରେ ହୋଇଥିଲା । ଏବେ ଜୁଲାଇ ୧୦ ଅର୍ଥାତ ଶନିବାର ଆଉ ଏକ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି ସିଂ ଦମ୍ପତ୍ତି । ହରଭଜନ ଏବଂ ଗୀତାଙ୍କର ବିବାହ ୨୦୧୫ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିଲା ।


Share It

Comments are closed.