ରାତିରେ କେବଳ ଦୁଇଟି ଅଳେଇଚ ଖାଆନ୍ତୁ, ମିଳିବ ଏହିସବୁ ଫାଇଦା


ଅଳେଇଚର ଅନେକ ଫାଇଦା ରହିଛି ବୋଲି ସମସ୍ତେ ଜାଣିଛନ୍ତି। ଆପଣ ଥଣ୍ଡାହେଲେ ଅଳେଇଚରେ ପ୍ରସ୍ତୁତ ଚାହା ପିଇଥିବେ ଏବଂ ଏହା ସହିତ ହାଲୁଓ୍ବା ଏବଂ କ୍ଷୀରିରେମଧ୍ୟ ଅଳେଇଚର ସ୍ବାଦ ଚାଖିଥିବେ। ଅଳେଇଚ ଖାଇବାରେ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକିଲାଭଦାୟକ। ଆପଣ ଠିକ୍ ସମୟ ପୂର୍ବରୁ ଅଳେଇଚ ଖାଇ ରୋଗର ପ୍ରଭାବକୁ କମ୍ କରିପାରିବେ।

ରାତିରେ ଶୋଇବା ପୂର୍ବରୁ ଅଳେଇଚ ଖାଅନ୍ତୁ। ଯେଉଁମାନଙ୍କୁ ବ୍ରଣର ସମସ୍ୟାଥାଏ ସେମାନଙ୍କୁ ପ୍ରତିଦିନ ଗରମ ପାଣି ସହିତ ଅଳେଇଚ ଖାଇବା ଫଳରେ ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତିମିଳିଥାଏ । କେତେକ ଲୋକ ପ୍ରାୟ ପେଟ ସମ୍ବନ୍ଧୀୟସମସ୍ୟା ଭୋଗିଥାନ୍ତି। ପେଟ ଠିକ୍ ନ ରହିବା କାରଣରୁ ବାଳ ଝଡ଼ିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସକାଳେ ଖାଲି ପେଟରେ ଗୋଟିଏ ଅଳେଇଚ ନଖଉଷୁମ ପାଣିରେ ଖାଆନ୍ତୁ। କିଛି ଦିନ ଏପରି କରିବା ଦ୍ବାରା ଲାଭ ମିଳିଥାଏ।

କେତେକ ଲୋକଙ୍କୁ ଦିନ ସାରା କଠିନ ପରିଶ୍ରମ କଲେ ସୁଦ୍ଧା ରାତିରେ ନିଦହୋଇନଥାଏ। ନିଦ ଭଲ ହେବା ପାଇଁ ଲୋକମାନେ ଔଷଧ ଖାଇଥାନ୍ତି। ଯାହା ଦ୍ବାରା ଶରୀରରେ କ୍ଷତିକାରକପ୍ରଭାବ ପଡ଼ିଥାଏ। ପ୍ରାକୃତିକ ଉପାୟରେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅଳେଇଚକୁ ଗରମ କରିପାଣି ସହ ଖାଆନ୍ତୁ। ଏହା ଦ୍ବାରା ନିଦ ଭଲ ହେବ ଏବଂ ଘୁଙ୍ଗୁଡ଼ି ସମସ୍ୟାରୁ ମୁକ୍ତି ମିଳିବ।

ଗ୍ୟାସ୍,ଅମ୍ଳପିତ୍ତ,କୋଷ୍ଠକାଠିନ୍ୟ,ତଳିପେଟରେ କୁଞ୍ଚନ ଆଦି ସମସ୍ୟାକୁଅଳେଇଚ ଦ୍ବାରା ଦୂର କରାଯାଇପାରିବ। ଏହା ସହିତ ହାକୁଟୀ ମଧ୍ୟ ବନ୍ଦ ହୋଇଯାଇଥାଏ।

ପାଟିରୁ ବାହାରୁଥିବା ଦୁର୍ଗନ୍ଧକୁ ମଧ୍ୟ ଅଳେଇଚ ଦ୍ବାରା ଦୂର କରାଯାଇପାରିବ।ପ୍ରତିଦିନ ଏଥିରୁ ପ୍ରସ୍ତୁତ କାଢ଼ା ପିଇବା ଦ୍ବାରା ମଧ୍ୟ ମାନସିକ ଚିନ୍ତା ଦୂର ହୋଇଥାଏ। ଏଥିରୁକାଢ଼ା ପ୍ରସ୍ତୁତ କରିବା ପାଇଁ ଅଳେଇଚ ପାଉଡରକୁ ପାଣିରେ ଫୁଟାନ୍ତୁ। ତାପରେ କାଢ଼ାରେ ମହୁ ମିଶାଇପିଅନ୍ତୁ। କିଛି ଦିନ ଏପରି ପିଇଲେ ଲାଭ ମିଳିଥାଏ।


Share It

Comments are closed.