ପ୍ରଭୁ ହନୁମାନଙ୍କୁ ରାଶି ଅନୁଯାୟୀ କରନ୍ତୁ ଏହିସବୁ ଜିନିଷର ଅର୍ପଣ, ପୂର୍ଣ୍ଣ ହେବ ସମସ୍ତ କାର୍ଯ୍ୟ

Share It

ହିନ୍ଦୁ ପଂଚାଙ୍ଗ ଅନୁଯାୟୀ, ଚୈତ୍ର ମାସର ଶୁକ୍ଲ ପକ୍ଷର ପୂର୍ଣ୍ଣିମାରେ ହନୁମାନଙ୍କ ଜୟନ୍ତୀ ପର୍ବ ପାଳନ କରାଯାଏ | ଏଥର ପୂର୍ଣ୍ଣିମା ୨୬ ଏପ୍ରିଲ ୨୦୨୧ ରେ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହେବ ଏବଂ ୨୭ ଏପ୍ରିଲରେ ରାତି ୯ ଟା ପର୍ଯ୍ୟନ୍ତ ଚାଲିବ। ହିନ୍ଦୁ ଧର୍ମର ଅନୁଗାମୀମାନେ ଏହି ଦିନ ପ୍ରଭୁ ହନୁମାନଙ୍କର ଜନ୍ମଦିନ ପାଳନ କରନ୍ତି | ଲୋକମାନେ ଶୋଭାଯାତ୍ରା କରନ୍ତି |

କିନ୍ତୁ ଏଥର କୋଭିଡ -୧୯ ମହାମାରୀ ହେତୁ ସମସ୍ତ ଭକ୍ତ ନିଜ ଘରେ ରହି ହନୁମାନ ଜୟନ୍ତୀ ପର୍ବ ପାଳନ କରିବେ। ମାନ୍ୟତା ରହିଛି ଯେ ହନୁମାନ ଜୟନ୍ତୀ ଅବସରରେ ଭକ୍ତମାନେ ସେମାନଙ୍କର ରାଶି ଅନୁଯାୟୀ ସ୍ୱତନ୍ତ୍ର ଭୋଗ ପ୍ରଦାନ କରିବା ଦ୍ବାରା ବଜରଙ୍ଗବାଲି ସେମାନଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି। ତେବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ, ହନୁମାନ ଜୟନ୍ତୀରେ କେଉଁ ସବୁ ପ୍ରସାଦ ଅର୍ପଣ କରାଯିବା ଉଚିତ:

ମେଷ- ଏହି ରାଶିର ଲୋକମାନେ ବେସନ ଲଡୁର ଭୋଗ ଅର୍ପଣ କରିବା ଉଚିତ୍ |
ବୃଷ – ହନୁମାନ ଜୟନ୍ତୀରେ ବୃଷ ରାଶିର ଭକ୍ତମାନେ ତୂଳସୀ ମଞ୍ଜିରୁ ପ୍ରସ୍ତୁତ ଭୋଗ ଲଗାଇବା ଉଚିତ |
ମିଥୁନ – ତୁଲସୀ ପତ୍ର ଅଫର୍ କରନ୍ତୁ |
କର୍କଟ – ଏହି ଦିନ ଘିଅ ଓ ବେସନରେ ପ୍ରସ୍ତୁତ ହାଲୁଆ ପ୍ରଦାନ କରନ୍ତୁ |
ସିଂହ- ଏହି ରାଶିର ଲୋକମାନେ ହନୁମାନଙ୍କୁ ଜିଲାପି ଭୋଗ ଲଗାନ୍ତୁ ଏହା ଦେଶୀ ଘିଅରେ ତିଆରି ହେଲେ ସର୍ବୋତ୍ତମ |
କନ୍ୟା- ମୂର୍ତ୍ତି ଉପରେ ରୂପାର ଅର୍କ ଲଗାନ୍ତୁ |
ତୂଳା – ଏହି ରାଶିର ଭକ୍ତମାନେ ମୋତିଚୁରର ଲଡ଼ୁ ଅର୍ପଣ କରନ୍ତୁ | ଧନୁ- ଧନୁ ରାଶିର ଭକ୍ତମାନେ ମୋତିଚୁରର ଲଡ଼ୁ ସହିତ ତୂଳସୀପତ୍ର ମିଶାଇ ଭୋଗ ପ୍ରଦାନ କରିବା ଉଚିତ୍ |
ମକର- ମୋତିଚୁରର ମିଠା ଭୋଗ କରନ୍ତୁ |
କୁମ୍ଭ – ଏହି ରାଶିର ଲୋକମାନେ ଭଗବାନ ହନୁମାନଙ୍କୁ ସିନ୍ଦୁର ଲେପ ଲଗାଇବା ଉଚିତ୍ |
ମିନ- ଲବଙ୍ଗ ଅର୍ପଣ କରନ୍ତୁ |


Share It

Comments are closed.