କର୍ମଚାରୀଙ୍କ ଲ୍ୟାପଟପରେ ଜୁମ ଆପର ବ୍ୟବହାରକୁ ବ୍ୟାନ କରିଛି ଗୁଗଲ


ଗୁଗଲ ପକ୍ଷରୁ ଲୋକପ୍ରିୟ ଭିଡିଓ କନଫ୍ରେନ୍ସିଙ୍ଗ ଆପ୍ ଜୁମ(ତକ୍ଟକ୍ଟଜ୍ଞ)କୁ ବ୍ୟାନ କରିଦିଆଯାଇଛି । କମ୍ପାନୀ ପକ୍ଷରୁ ଏହାର କର୍ମଚାରୀଙ୍କୁ ନିଜ ଲ୍ୟାପ୍‌ଟପ୍‌ରେ ଜୁମ ଆପ୍‌ର ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ସପ୍ତ।।ହରେ ହିଁ ଏକ ଇମେଲ ଜରିଆରେ ଗୁଗଲ୍ ନିଜର କର୍ମଚାରୀମାନଙ୍କୁ ଜଣାଇଥିଲା ଯେ ଯେଉଁମାନଙ୍କର ଲ୍ୟାପ୍‌ଟପ୍‌ରେ (ଯେଉଁଥିରେ ସେମାନେ ଅଫିସ କାର୍ଯ୍ୟ କରିଥାନ୍ତି) ଜୁମ ଆପ୍ ଇନଷ୍ଟଲଡ ଅଛି ସେମାନେ ଏହି ସଫ୍ଟଓୟାରକୁ ଡିଲିଟ କରିଦିଅନ୍ତୁ । ଆପଣଙ୍କୁ ଜଣାଇଦେଉଛୁ ଯେ ଜୁମ ଆପ୍‌ର ବ୍ୟବହାରରେ ଲକଡାଉନ ପରେ ଅନେକ ସମସ୍ୟା ଆସିଛି । ଏମିତିରେ ଏହାର ସିକ୍ୟୋରିଟୀକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି । ଏହି ଆପ୍‌ରେ ଏଭଳି ତ୍ରୁଟି ରହିଛି ଯାହା ବ୍ୟବହାରକାରୀଙ୍କର ଡାଟାକୁ ହ୍ୟାକ କରିବାରେ ସହାୟକ ହୋଇପାରେ ।
ଏହାର ‘ବଜ୍ ଫିଡ ନ୍ୟୁଜ’ର ଏକ ରିପୋର୍ଟ ଅନୁଯାୟୀ ଗୁଗଲ୍‌ର ପ୍ରବକ୍ତା ଜୋସ କେସ୍‌ଟେନେଡ଼ା କହିଛନ୍ତି ଯେ, “ଆମେ ଗତ ଅନେକ ସମୟରୁ ଏକ ପଲିସି ଉପରେ କାମ କରୁଛୁ ଯେ ଯେଉଁ ଅନୁଚିତ ଆପ୍ ଆମର କର୍ପୋରେଟ ନେଟୱର୍କ ବାହାରୁ ଆସିଥାଏ ତାହା ଉପରେ ଆମର କର୍ମଚାରୀମାନଙ୍କୁ କାମ କରିବାର ଅନୁମତି ନଥାଏ । ନୀକଟରେ କମ୍ପାନୀର ସିକ୍ୟୋରିଟୀ ଟିମ ଜୁମ ଡେସ୍କଟପ କ୍ଲାଇଂଟର ବ୍ୟବହାର କରି ନିଜର କର୍ମଚାରୀମାନଙ୍କୁ ସୁଚିତ କରିଛି ଯେ ଏହି ଆପ ଏବେ କର୍ପୋରେଟ କମ୍ପ୍ୟୁଟରରେ ଚାଲିବ ନାହିଁ । ଏହା ଏଥିପାଇଁ କାରଣ ଏହା ଆମର ସୁରକ୍ଷା ମାନଦଣ୍ଡ ଉପରେ ସଫଳ ହୋଇନି । ଯଦି କୌଣସି କର୍ମଚାରୀ ନିଜ ପରିଜନ କିମ୍ବା ପରିବାର ସହିତ ଯୋଡ଼ି ହେବା ପାଇଁ ଏହାର ବ୍ୟବହାର କରୁଛନ୍ତି ତେବେ ସେମାନେ ଏହା କରିପାରନ୍ତି ।”
ଦେଖିବାକୁ ଗଲେ ଗୁଗଲ ପ୍ରଥମ କମ୍ପାନୀ ନୁହେଁ ଯେ ନିଜର କର୍ମଚାରୀମାନଙ୍କୁୁ ଜୁମ ଆପ୍‌ର ବ୍ୟବହାର ଉପରେ ରୋକା ଲଗାଇଛି । ଏହା ପୂର୍ବରୁ ଏଲନ ମସ୍କର ରକେଟ କମ୍ପାନୀ ସ୍ପେସ-ଏକ୍ସ ମଧ୍ୟ ଏହାର କର୍ମଚାରୀଙ୍କୁ ଏହି ଆପର ବ୍ୟବହାରକୁ ବ୍ୟାନ କରିଦେଇଥିଲା । ରାୟଟର୍ସଙ୍କ ଅନୁଯାୟୀ କମ୍ପାନୀ ସିକ୍ୟୋରିଟୀ ଓ ପ୍ରାଇଭେସିକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନେଇଥିଲା । ଏମିତିରେ ନ୍ୟୁୟର୍କର ଡିପାର୍ଟମେଂଟ ଅଫ ଏଜୁକେସନ ପକ୍ଷରୁ ସ୍କୁଲ ମାନଙ୍କୁ କୁହାଯାଇଥିଲା ଯେ ସେମାନେ ନିଜର ସର୍ଭିସଗୁଡ଼ିକୁ ଜୁମ୍ ରୁ ମାଇକ୍ରୋସଫ୍ଟକୁ ସିଫ୍ଟ କରିନିଅନ୍ତୁ ।


Share It

Comments are closed.