ଓଡ଼ିଆ ପ୍ରବାସୀଙ୍କ ପାଇଁ ଖୁସି ଖବର , ବର୍ତମାନ ଟ୍ରେନ ଯୋଗେ ଓଡ଼ିଶାକୁ ଫେରିପାରିବେ ଫସିରହିଥିବା ଶ୍ରମିକ : ପରିବହନ ମନ୍ତ୍ରୀ

Share It

ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ୟା ଠାରୁ ବଡ଼ ଖୁସି ଖବର ଆଉ କଣ ହୋଇପାରିବ ଯେ ବର୍ତମାନେ ସେମାନେ ନିଜ ରାଜ୍ୟକୁ ଫେରିପାରିବେ । ଓଡ଼ିଶା ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଆଜି ଏହାର ସୂଚନା ଦେଇଛନ୍ତି ।
ଏହା ସମ୍ପର୍କରେ ସେ ମିଡିଆକୁ ସୂଚନା ଦେଇ କହିଛନ୍ତି ଯେ, “ପ୍ରବାସୀ ଓଡ଼ିଆ ଯେଉଁମାନେ ଦେଶର ଭିନ୍ନ ଭିନ୍ନ ରାଜ୍ୟ ଯଥା ମହାରାଷ୍ଟ୍ର, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଗୁଜୁରାଟରେ ଫସି ରହିଛନ୍ତି ବର୍ତମାନ ସେମାନେ ନିଜ ରାଜ୍ୟକୁ ଫେରିପାରିବେ । ଆସନ୍ତା କାଲିଠାରୁ ଏହି ରାଜ୍ୟଗୁଡ଼ିକରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଏହି ପ୍ରବାସୀ ଶ୍ରମିକମାନଙ୍କୁ ଓଡ଼ିଶାକୁ ଅଣାଯିବ । ସେମାନେ କେବଳ ଟ୍ରେନରେ ହିଁ ଆସିପାରିବେ ଏବଂ କୌଣସି ବସ୍‌କୁ ସେମାନଙ୍କୁ ଆଣିବା ପାଇଁ ଅନୁମତି ଦିଆଯିବ ନାହିଁ ।”
ଏହି ପରୀପ୍ରେକ୍ଷୀରେ ଦେଶର ଭିନ୍ନ ଭିନ୍ନ ଅଂଶରେ ଫସି ରହିଥିବା ଛାତ୍ରଛାତ୍ରୀ କିମ୍ବା ପର୍ଯ୍ୟଟକମାନେ ଆଂଚଳିକ ପ୍ରଶାସନଙ୍କ ଅନୁମତି ମିଳିବା ପରେ ଓଡ଼ିଶାକୁ ବସ୍ ଯୋଗେ ଆସି ପାରିବେ ବୋଲି ଶ୍ରୀ ବେହେରା ସ୍ପଷ୍ଟ କରିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମ କୋର୍ଟର ସ୍ଥଗିତାଦେଶ ଜାରି ହେବାର ଗୋଟିଏ ଦିନ ପରେ ବେହେରାଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ଆସିଥିଲା ଓଡ଼ିଶା ହାଇକୋର୍ଟ ପକ୍ଷରୁ କୁହାଯାଇଥିଲା ଯେ ଯେଉଁମାନେ କୋଭିଡ-୧୯ ପାଇଁ ନେଗେଟିଭ ଚିହ୍ନଟ ହେବେ ସେମାନେ କେବଳ ଓଡ଼ିଶାକୁ ଫେରିବାକୁ ସକ୍ଷମ ହେବେ ।


Share It

Comments are closed.