ଯୁବରାଜ ସିଂହଙ୍କ ପିତାଙ୍କ ବିବାଦୀୟ ବୟାନ୍ ପରେ ଜୋର୍ ଧରିଲା ଗିରଫ୍ ଦାବି
ନିଜ ପୁଅ ଯୁବରାଜ ସିଂଙ୍କ କ୍ରିକେଟ୍ କ୍ୟାରିୟର ପାଇଁ ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଦାୟୀ କରିବାଠୁ ଆରମ୍ଭ କରି ବିବାଦୀୟ ରାଜନୈତିକ ବିବୃତ୍ତି ଦେବାକୁ ନେଇ ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂ ଅନେକ ସମୟରେ ହେଡଲାଇନରେ ରହିଛନ୍ତି । ଏବେ କୃଷି ଆନ୍ଦୋଳନ ମଧ୍ୟରେ ପୁଣି ଏକ ବିବାଦିୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଛନ୍ତି ଯୋଗରାଜ ସିଂ ।
କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ପୂର୍ବତନ କ୍ରିକେଟ ଖେଳାଳି ଯୁବରାଜ ସିଂହଙ୍କ ପିତା ଯୋଗରଜ ସିଂହ। ସେ ହିନ୍ଦୁଙ୍କୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଯୋଗରଜ ସିଂହ କୃଷକ ଆନ୍ଦୋଳନ ସମୟରେ ହିନ୍ଦୁଙ୍କୁ ନେଇ ଦେଇଥିବା ଟିପ୍ପଣୀ ପରେ ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି। ତାଙ୍କର ଭାଷଣ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିବା ପରେ ଲୋକେ ଉତକ୍ଷିପ୍ତ ହୋଇଯାଇଛନ୍ତି। କିନ୍ତୁ ଏହି ଭିଡିଓର ସତ୍ୟତା ସ୍ପଷ୍ଟ ହୋଇନାହିଁ।
ଯୋଗରଜ ସିଂହଙ୍କ ଭାଇରାଲ ଭିଡିଓରେ ସେ ପଞ୍ଜାବୀରେ ଭାଷଣ ଦେଉଥିବା ନଜର ଆସିଛନ୍ତି। ଭାଷଣ ମଧ୍ୟରେ ସେ ହିନ୍ଦୁଙ୍କୁ ଗଦ୍ଦାର କହିଥିବା ନଜର ଆସିଛନ୍ତି। ସେ କହିଛନ୍ତି, ‘ଏଇ ହିନ୍ଦୁମାନେ ଗଦ୍ଦାର, ଶହେ ବର୍ଷ ଯାଏଁ ମୁଗଲମାନଙ୍କ ଗୋଲାମୀ କଲେ।’ କେବଳ ସେତିକି ନୁହେଁ, ସେ ମହିଳାଙ୍କ ବିରୋଧରେ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି।
Shameful! #yograjsingh father of cricketer Yuvraj Singh abusing Hindus during farmer's protests.
This is not acceptable.. I demand his arrest. @AmitShah ji. #ArrestYograjSingh
— Hardik M Dodiya (@HardikDodiya_) December 4, 2020
ଯୋଗରଜଙ୍କ ଏହି ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କୁ ନିନ୍ଦା କରିଛନ୍ତି। ଲୋକେ ତାଙ୍କ ଭାଷଣକୁ ବିବାଦୀୟ, ଘୃଣ୍ୟ ଏବଂ ଆପତ୍ତିଜନକ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ଯୋଗରଜ ସିଂହ ପୂର୍ବରୁ ମଧ୍ୟ ନିଜର ଅନେକ ବୟାନକୁ ନେଇ ବିବାଦରେ ଘେରି ହୋଇଛନ୍ତି। କିଛି ଦିନ ପୂର୍ବରୁ ଯୋଗରଜ ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ମଧ୍ୟ ଏକ ବିବାଦୀୟ ବୟାନ ଦେଇଥିଲେ। ତାଙ୍କ ପୁଅ ଯୁବରାଜ ସିଂହଙ୍କୁ ଟିମ ଇଣ୍ଡିଆରେ ସ୍ଥାନ ନ ମିଳିବାରୁ ସେ ଧୋନିଙ୍କ ଉପରେ କ୍ରୋଧିତ ହୋଇଥିଲେ।
Comments are closed.