ବର୍ଷା ଦିନେ ଆପଣଙ୍କ ଶିଶୁର ତ୍ୱଚାର ଯତ୍ନ କିପରି ନେବେ, ଜାଣନ୍ତୁ
ଭୁବନେଶ୍ୱର: ମୌସୁମୀରେ ଆର୍ଦ୍ରତା ଓ ଶୁଷ୍କତା ଯୋଗୁଁ ଶିଶୁମାନଙ୍କଠାରେ ର୍ୟାସେସ୍, କୁଣ୍ଡାଇ ହେଉଥିବା ସ୍କାଲ୍ପ ଇତ୍ୟାଦି ଭଳି ନିର୍ଦ୍ଧିଷ୍ଟ ପ୍ରକାରର ତ୍ୱଚା ସମ୍ବନ୍ଧିତ ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ସମୟରେ ନିଜ ଶିଶୁମାନଙ୍କ ଯତ୍ନନେବା ପାଇଁ ଦି ହିମାଳୟା ଡ୍ରଗ୍ କମ୍ପାନୀର ଆର୍ ଆଣ୍ଡ ଡି ବିଭାଗର ଆୟୁର୍ବେଦ ବିଶେଷଜ୍ଞ, ଡଃ ପ୍ରତିଭା ବବ୍ସେଠ୍ ଅଭିବାବକମାନଙ୍କୁ ଏକ ମନ୍ସୁନ୍ ସ୍କିନ୍ କେୟାର ରୁଟିନ୍ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି ।
ପିତାମାତାମାନଙ୍କୁ ପରାମର୍ଶ ଦେଇ ଡଃ ପ୍ରତିଭା କହିଛନ୍ତି ଯେ, “ତ୍ୱଚା ସବୁବେଳେ ମଶ୍ଚରାଇଜ୍ ଓ ସୁସ୍ଥ ରହିବ ତାହା ନିଶ୍ଚିତ କରିବା ପାଇଁ ମୌସୁମୀ ସମୟରେ ସୁରକ୍ଷିତ ଓ କୋମଳ ଉତ୍ପାଦର ବ୍ୟବହାର କରି ଏକ ଉପଯୁକ୍ତ ମନ୍ସୁନ୍ ହେଡ୍-ଟୁ-ହିଲ୍ ସ୍କିନ୍ କେୟାର ରୁଟିନ୍ର ଅନୁସରଣ କରନ୍ତୁ । ଅଲିଭ୍ ଅଏଲ୍ ଓ ଆଲ୍ମଣ୍ଡ ଅଏଲ୍ରେ ସମୃଦ୍ଧ ଥିବା ଏକ କୋମଳ ବେବି ସୋପ୍ ଚୟନ କରନ୍ତୁ । ଆଲ୍ମଣ୍ଡ ଅଏଲ୍ ବା ବାଦାମ ତେଲ ଏକ ପରିଚିତ ସ୍କିନ୍ ସଫ୍ଟନର୍ ଯାହା ଶିଶୁର ତ୍ୱଚାକୁ ମଶ୍ଚରାଇଜ୍ ରଖିଥାଏ ଏବଂ ଅଲିଭ୍ ଅଏଲ୍ ତ୍ୱଚାକୁ ଶୁଷ୍କତାରୁ ସୁରକ୍ଷା ପ୍ରଦାନ କରି ଏହାକୁ କୋମଳ ରଖିବାରେ ସାହାଯ୍ୟ କରିଥାଏ । ଗାଧୋଇ ସାରିବା ପରେ ପ୍ରଥମେ ଶିଶୁର ତ୍ୱଚାକୁ ଭଲ ଭାବରେ ଶୁଖାଇ ଦିଅନ୍ତୁ ଏବଂ ଏହାପରେ ଔଷଧୀୟ ଗୁଣରେ ଭରପୂର ଏକ ବେବି ପାଉଡର୍ ଲଗାନ୍ତୁ । ଭେଟିଭର୍, ଯାହାକି ଏହାର ଆଂଟିମାଇକ୍ରୋବାୟାଲ ପ୍ରପର୍ଟି ପାଇଁ ପରିଚିତ, ଏହା ତ୍ୱଚାର ର୍ୟାସେସ୍କୁ ହ୍ରାସ କରିବାରେ ସହାୟକ ହୋଇଥାଏ ଓ ଶିଶୁର ତ୍ୱଚାକୁ ଥଣ୍ଡା ଓ ସତେଜ ରଖିଥାଏ ।
ମୌସୁମୀ ସମୟରେ ସାଧାରଣ ଥିବା ଇଚି ସ୍କାଲ୍ପ ଓ କ୍ରାଡଲ୍ କ୍ୟାପ୍କୁ ଦୂର କରିବା ପାଇଁ ହିବିସ୍କସ୍ ଓ ଚିକ୍ପି ଭଳି ଔଷଧୀୟ ଗୁଣରେ ଭରପୂର ଏକ ଜେଂଟଲ୍ ବେବି ଶାମ୍ପୂର ବ୍ୟବହାର କରନ୍ତୁ । ହିବିସ୍କସ୍ କେଶକୁ ମଶ୍ଚରାଇଜ୍ ଓ କଣ୍ଡିସନ୍ ଦେଇଥାଏ ଏବଂ ଚିକ୍ପି କେଶକୁ ସୁସ୍ଥ ରଖିଥାଏ । ଏଥିସହିତ ‘ନୋ ଟିଅର୍ସ’ ଫର୍ମୂଲେସନ ଥିବା ଏକ ମାଇଲ୍ଡ ଶାମ୍ପୂର ବ୍ୟବହାର କରନ୍ତୁ ଯାହା ଆଖି ପାଇଁ କୌଣସି ସମସ୍ୟା ସୃଷ୍ଟି ନକରି କୋମଳତାର ସହିତ କେଶକୁ ପରିଷ୍କାର କରିଥାଏ, ଏହାକୁ ନରମ ଓ ଚମକିତ କରିଥାଏ ।
ଡାଇପର୍ ର୍ୟାସେସ୍ ସମସ୍ୟା ବିଷୟରେ ଡଃ ପ୍ରତିଭା କହିଛନ୍ତି, ନ୍ୟାପି ଓଦା ରହିବା କାରଣରୁ ଏହା ଘଟିଥାଏ । ନ୍ୟାପି ର୍ୟାସ୍କୁ ରୋକିବାର ସର୍ବୋତମ ଉପାୟ ହେଉଛି ୟଶଦା ଭସ୍ମ ଓ ବାଦାମ ତେଲ ଥିବା ଏକ ଡାଇପର ର୍ୟାସ କ୍ରିମ୍ର ବ୍ୟବହାର କରିବା । ‘ୟଶଦା ଭସ୍ମରେ ଆଂଟିମାଇକ୍ରୋବାୟାଲ ପ୍ରପର୍ଟି ରହିଛି ଯାହା ତ୍ୱଚାରେ ଜ୍ୱଳନ ଓ ର୍ୟାସେସ୍କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେହିଭଳି ଆଲ୍ମଣ୍ଡ ଅଏଲ୍ ବା ବାଦାମ ତେଲ ତ୍ୱଚାକୁ ମଶ୍ଚରାଇଜ୍ ରଖିଥାଏ । ବାରମ୍ବାର ନିର୍ଦ୍ଧାରିତ ସମୟରେ ନ୍ୟାପି ବଦଳାଇବାକୁ ଭୁଲନ୍ତୁ ନାହିଁ ।ଉପଯୁକ୍ତ ମୌସୁମୀ ପୋଷାକ ଚୟନ କରିବା ଏବଂ ଶିଶୁକୁ କଟନ କପଡାରେ ନିର୍ମିତ ଫୁଲ୍ ଓ ହାଲୁକା ପୋଷାକ ପିନ୍ଧାଇବା ସମାନ ରୂପେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଶିଶୁର ପୋଷାକଗୁଡିକୁ ସଫା କରିବା ପାଇ
Comments are closed.