ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍‌’ ଘୋଷଣା


ମୁମ୍ବାଇ / ଭୁବନେଶ୍ୱର: ପୋଷ୍ଟପେଡ୍ ସେବା କ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁ ଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁ କେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତ ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ନୂତନ ଭାବେ ଉନ୍ମୋଚିତ ଏହି ପୋଷ୍ଟପେଡ୍ ସେବାର ମୂଳ ଲକ୍ଷ୍ୟ ହେଉଛି ଯୋଗାଯୋଗ, ମନୋରରଂଜନ ଏବଂ ଅନୁଭୂତି କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କରିବା ।
ଏ ସମ୍ପର୍କରେ ଶ୍ରୀଯୁକ୍ତ ଆକାଶ ଅମ୍ବାନି, ନିର୍ଦ୍ଦେଶକ, ଜିଓ କହିଛନ୍ତି ଯେ, “ଜିଓ ପୋଷ୍ଟପେଡ୍ ପ୍ଲସ୍‌କୁ ଉନ୍ମୋଚନ କରିବା ପାଇଁ ବର୍ତ୍ତମାନ ହେଉଛି ସବୁଠାରୁ ଭଲ ସୁଯୋଗ ଓ ସମ୍ଭାବନାଭରା ସମୟ । ପ୍ରିପେଡ୍ ସ୍ମାର୍ଟଫୋନ୍ ବର୍ଗରେ ପ୍ରାୟ ୪୦ କୋଟି ସନ୍ତୁଷ୍ଟ ଗ୍ରାହକଙ୍କ ବିଶ୍ୱାସ ଜିତିବା ପରେ, ଆମେ ଆମର ଗ୍ରାହକ ପସନ୍ଦକୁ ପୋଷ୍ଟପେଡ୍ ବର୍ଗକୁ ସଂପ୍ରସାରିତ କରିବାକୁ ଚାହୁଛୁ । ପ୍ରତିଟି ପୋଷ୍ଟପେଡ୍ ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି ଜିଓ ପୋଷ୍ଟପେଡ୍ ପ୍ଲସ୍‌କୁ ଅତି ସୂକ୍ଷ୍ମ ଭାବେ ଡିଜାଇନ୍ ଓ ପ୍ରସ୍ତୁତ କରାଯାଇଛି । ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣାତ୍ମକ ମାନର ସଂଯୋଗ, ସୀମାହୀନ ପ୍ରିମିୟମ୍ ମନୋରଂଜନ ଉପଲବ୍ଧତା, ନିରବଚ୍ଛିନ୍ନ ଓ ସୁଲଭ ଆନ୍ତର୍ଜାତିକ ରୋମିଂ, ସଦ୍ୟତମ ଓ ଅଭିନବ ସୁବିଧା ସୁଯୋଗ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନନ୍ୟ ଗ୍ରାହକ ଅନୁଭୂତି ଭଳି ଆବଶ୍ୟକତାକୁ ଏହା ପୂରଣ କରୁଛି । ଆମେ ଏକ ସୁବର୍ଣ୍ଣ ମାନର ସେବା ଅନୁଭୂତି ପ୍ରସ୍ତୁତ କରିବାକୁ ଉଦ୍ୟମ କରିଛୁ ଏବଂ ଆମେ ଆଶା କରୁଛୁ ଯେ ଭାରତର ପ୍ରତିଟି ପୋଷ୍ଟ୍‌ପେଡ୍ ବ୍ୟବହାରକାରୀ । ଉପଭୋକ୍ତା ଏହାର ପୂର୍ଣ୍ଣ ବ୍ୟବହାର କରିବେ ।’’
ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଗ୍ରାହକମାନେ ପାଇବେ ଏଣ୍ଟରଟେନ୍‌ମେଣ୍ଟ୍ ପ୍ଲସ୍‌, ଫିଚର୍ସ ପ୍ଲସ୍‌, ଇଣ୍ଟରନ୍ୟାସନାଲ୍ ପ୍ଲସ୍ ଏବଂ ଏକ୍ସପେରିଏନ୍ସ ପ୍ଲସ୍ ଭଳି ଅନନ୍ୟ ସେବା ଓ ସୁବିଧା ସମ୍ଭାର । ଏଣ୍ଟରଟେନ୍‌ମେଣ୍ଟ୍ ପ୍ଲସ୍‌ରେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଓ ଡିଜନି+ ହଟ୍‌ଷ୍ଟାର୍‌ର ସବ୍‌ସ୍କ୍ରିପ୍‌ସନ୍ ଓ ଜିଓ ଆପ୍‌ଗୁଡ଼ିକ ସହିତ ୬୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ଭିଡିଓ କଣ୍ଟେଟ୍‌, ୫ କୋଟି ଗୀତ ଓ ୩୦୦ରୁ ଅଧିକ ସମ୍ବାଦପତ୍ର ଉପଲବ୍ଧ ହେବ । ଫିଚର୍ସ ପ୍ଲସ୍‌ରେ ପ୍ରତି ସଂଯୋଗ ପିଛା ମାତ୍ର ୨୫୦ ଟଙ୍କାରେ ସାରା ପରିବାର ପାଇଁ ଫାମିଲି ପ୍ଲାନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଅର୍ଥାତ ବଳକା ଡାଟା ପରବର୍ତ୍ତୀ ମାସକୁ ସ୍ଥାନାନ୍ତରଣ ଏବଂ ଭାରତ ଓ ବିଦେଶରେ ୱାଇ-ଫାଇ କଲିଂ ସୁବିଧା ମିଳିବ ।
ଇଣ୍ଟରନ୍ୟାସନାଲ୍ ପ୍ଲସ୍‌ରେ ବିଦେଶକୁ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ପ୍ରଥମ ଧରଣର ବିମାନ ଭିତରେ ସଂଯୋଗ ଉପଲବ୍ଧ ହେବ । ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁଏଇରେ ମାଗଣାରେ ଆନ୍ତର୍ଜାତିକ ରୋମିଂ ସୁବିଧା, ଆନ୍ତର୍ଜାତିକ ରୋମିଂରେ ଥିବା ବେଳେ ଭାରତକୁ ୧ ଟଙ୍କାରେ କଲ୍ କରିବା ସୁବିଧା ଏବଂ ମିନିଟ୍ ପିଛା ୫୦ ପଇସାରୁ ଆରମ୍ଭ କରି ଆନ୍ତର୍ଜାତିକ କଲ୍ କରିବାର ସୁବିଧା ମିଳିବ । ଏକ୍ସପେରିଏନ୍ସ ପ୍ଲସ୍‌ରେ ଜିଓରେ ପୁରୁଣା କ୍ରେଡିଟ୍ ଲିମିଟ୍ ଜାରି ରହିବ ଏବଂ ସମାନ ନମ୍ବର ରହିବ, କୌଣସି ଅପେକ୍ଷା ସମୟ ରହିବ ନାହିଁ । ଏଥି ସହିତ ମାଗଣା ହୋମ୍ ଡେଲିଭରି ଓ ଆକ୍ଟିଭେସନ୍ ଏବଂ ପ୍ରିମିୟମ୍ କଲ୍ ସେଂଟର ସେବା ଉପଲବ୍ଧ ହେବ ।
ଜିଓ ପୋଷ୍ଟପେଡ୍ ସ୍ଳସ୍‌ରେ ଟାରିଫ୍ ପ୍ଲାନ୍ ୩୯୯ ଟଙ୍କାରୁ ଆରମ୍ଭ ହେଉଛିି । ଗ୍ରାହକମାନଙ୍କ ପାଇଁ ୩୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା, ୯୯୯ ଟଙ୍କା ଓ ୧୪୯୯ ଟଙ୍କିଆ ଟାରିଫ୍ ପ୍ଲାନ୍ ଘୋଷଣା କରାଯାଇଛି । ୩୯୯ ଟଙ୍କିଆ ପ୍ଲାନ୍‌ରେ ୭୫ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍ ସେବା, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି-ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଏବଂ ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ସୁବିଧା ମିଳିବ ।
୫୯୯ ଟଙ୍କିଆ ପ୍ଲାନ୍‌ରେ ୧୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି-ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୧ଟି ଅତିରିକ୍ତ ସିମ୍ ମିଳିବ । ସେହିପରି, ୭୯୯ ଟଙ୍କିଆ ପ୍ଲାନ୍‌ରେ ୧୫୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୨ଟି ଅତିରିକ୍ତ ସିମ୍ ମିଳିବ । ୯୯୯ ଟଙ୍କିଆ ପ୍ଲାନ୍‌ରେ ୨୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୩ଟି ଅତିରିକ୍ତ ସିମ୍ ମିଳିବ ।
୧୪୯୯ ଟଙ୍କିଆ ପ୍ଲାନ୍‌ରେ ୩୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁଏଇରେ ଅସୀମିତ ଡାଟା ଓ ଭଏସ୍ ସେବା ମିଳିବ ।
ଜିଓ ପୋଷ୍ଟ୍‌ପେଡ୍ ପ୍ଲସ୍‌ରେ ସାମିଲ ହେବାକୁ ଚାହୁଥିବା ଦେଶର ପୋଷ୍ଟପେଡ୍ ଗ୍ରାହକମାନେ “Hi’ ଲେଖି ହ୍ୱାଟ୍‌ସ୍‌ଆପ୍‌ରେ ୮୮-୫୦୧-୮୮-୫୦୧କୁ ପଠାଇବାକୁ ହେବ । ତାଙ୍କ ନିଜ ଅପରେଟରଙ୍କ ପାଖରେ ଥିବା କ୍ରେଡିଟ୍ ଲିମିଟ୍ ଜାରି ରହିବ ।
ଜିଓ ଡଟ୍ କମ୍‌/ପୋଷ୍ଟପେଡ୍ ପରିଦର୍ଶନ କରି କିମ୍ବା ୧୮୦୦ ୮୮ ୯୯ ୮୮ ୯୯କୁ କଲ୍ କରି କିମ୍ବା ନିକଟସ୍ଥ ଜିଓ ଷ୍ଟୋର୍ ଅଥବା ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍‌ରୁ ନିଜର ଓ ନିଜ ପରିବାର ସଦସ୍ୟଙ୍କ ଜିଓ ପୋଷ୍ଟପେଡ୍ ପ୍ଲସ୍ ସିମ୍‌ର ହୋମ୍ ଡେଲିଭରି ପାଇପାରିବେ । ମାଇଁଜିଓ ଆପ୍ ଜରିଆରେ ଜିଓ ପୋଷ୍ଟପେଡ୍ ପ୍ଲସ୍ ଫାମିଲିରେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କୁ ଯୋଡ଼ନ୍ତୁ ।
ଜିଓପୋଷ୍ଟପେ୍‌ଡ୍ ପ୍ଲସ୍‌ରେ ସାମିଲ ହେବାକୁ ଚାହୁଥିବା ପ୍ରିପେଡ୍ ଗ୍ରାହକମାନେ ଜିଓ ଡଟ୍ କମ୍‌/ପୋଷ୍ଟପେଡ୍ ପରିଦର୍ଶନ କରି କିମ୍ବା ୧୮୦୦ ୮୮ ୯୯ ୮୮ ୯୯କୁ କଲ୍ କରି କିମ୍ବା ନିକଟସ୍ଥ ଜିଓ ଷ୍ଟୋର୍‌,/ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍‌, ରୁ ନିଜର ଓ ନିଜ ପରିବାର ସଦସ୍ୟଙ୍କ ଜିଓ ପୋଷ୍ଟପେଡ୍ ପ୍ଲସ୍ ସିମ୍‌ର ହୋମ୍ ଡେଲିଭରି ପାଇପାରିବେ । ୧୦୦% ଫେରସ୍ତଯୋଗ୍ୟ (ଯଦି ପ୍ରଯୁର୍ଯ୍ୟ) କ୍ରେଡିଟ୍ ଲିମିଟ୍‌କୁ ଅନ୍‌ଲକ୍ କରନ୍ତୁ । ମାଇଁଜିଓ ଆପ୍ ଜରିଆରେ ଜିଓ ପୋଷ୍ଟପେଡ୍ ପ୍ଲସ୍ ଫାମିଲିରେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କୁ ଯୋଡ଼ନ୍ତୁ ।
ଜିଓ ଷ୍ଟୋର୍ ଓ ହୋମ୍ ଡେଲିଭରି ଜରିଆରେ ସେପ୍ଟେମ୍ବର ୨୪ରୁ ଜିଓ ପୋଷ୍ଟପେଡ୍ ପ୍ଲସ୍ ଉପଲବ୍ଧ ହେବ । ଜିଓ ପୋଷ୍ଟପେଡ୍ ପ୍ଲସ୍ ବିଷୟରେ ଅଧିବ ବିବରଣୀ ଜାଣିବା ଲାଗି ପରିଦର୍ଶନ କରନ୍ତୁ: www.jio.com/postpaid


Share It

Comments are closed.