ୟୁନିଫର୍ମ ଆଣ୍ଡ୍ ଗାର୍‌ମେଂଟ୍‌ସ ମାନୁଫ୍ୟାକ୍‌ଚରର୍ସ ଫେୟାର୍ ୨୦୨୨ର ୫ମ ସଂସ୍କରଣ


ଭୁବନେଶ୍ୱର : ଦୁଇ ବର୍ଷର ଅନ୍ତର ପରେ ୟୁନିଫର୍ମ ଆଣ୍ଡ ଗାର୍‌ମେଂଟ୍‌ସ ମାନୁଫ୍ୟାକ୍‌ଚରର୍ସ ଫେୟାର୍ ୨୦୨୨ ପୁଣିଥରେ ଫେରିଛି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ, ସୋଲାପୁର ଗାର୍‌ମେଂଟ୍‌ସ ମାନୁଫ୍ୟାକ୍‌ଚରର୍ସ ଆସୋସିଏଶନ (ଏସ୍‌ଜିଏମ୍‌ଏ) ତରଫରୁ ଆଜି ଏହାର ଔପଚାରିକ ଘୋଷଣା କରିଛନ୍ତି । ଏହି ପ୍ରଦର୍ଶନୀର ୫ମ ସଂସ୍କରଣ ଆସନ୍ତା ଡିସେମ୍ବର ୭,୮ ଓ ୯ ତାରିଖରେ ତେଲେଙ୍ଗାନାରେ ହାଇଦ୍ରାବାଦର ଇଜ୍ଜଥ୍ ନଗର, ହାଇଟେକ୍ସ କନ୍‌ଭେନ୍‌ଶନ ସେଂଟର୍‌ରେ ଆୟୋଜିତ ହେବ । କୋଭିଡ୍ ମହାମାରୀ ପୂର୍ବରୁ ୪ଟି ସଫଳ ଇଭେଂଟ୍ ପରେ ଚଳିତ ବର୍ଷ ୟୁନିଫର୍ମ ଆଣ୍ଡ୍ ଗାର୍‌ମେଂଟ୍‌ସ ମାନୁଫ୍ୟାକ୍‌ଚରର୍ସ ଫେୟାର ୨୦୨୨କୁ ୧୫ରୁ ଅଧିକ ଦେଶକୁ ବିସ୍ତାର କରାଯାଇଛି । ଏହି ପ୍ରଦର୍ଶନୀରେ ୨୦୦ ୟୁନିଫର୍ମ ନିର୍ମାତା କମ୍ପାନୀ, ୪୦୦ ଫ୍ୟାବ୍ରିକ୍ ଡିଜାଇନ୍ ଓ ୨୦,୦୦୦ରୁ ଅଧିକ ୟୁନିଫର୍ମ ଡିଜାଇନ୍ କମ୍ପାନୀ ଅଂଶଗ୍ରହଣ କରିବେ । ଭାରତର ଅଲ୍ଟିମେଟ୍ ୟୁନିଫର୍ମ ଓ ଗାର୍‌ମେଂଟ୍ ସୋର୍ସିଙ୍ଗ୍ ପ୍ଲାଟ୍‌ଫର୍ମ ଭାବେ ପରିଚିତ ଏହି ପ୍ରଦର୍ଶନୀର ଆନୁଷ୍ଠାନିକ ଘୋଷଣା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଓ ମହାରାଷ୍ଟ୍ରର ବୟନ ଶିଳ୍ପ ବିଭାଗ ପକ୍ଷରୁ କରାଯାଇଛି । ଏହାକୁ ସୋଲାପୁରର ମହାବୀର ଟେକ୍ସଟାଇଲ୍ସ ଗ୍ରୁପ୍ ସମର୍ଥନ କରୁଛି । ପ୍ରଦର୍ଶନୀର ଟିଜର୍ ଲଂଚ୍ କରାଯିବା ପରେ ଏହାର ଘୋଷଣା ସମୟରେ ଶ୍ରୀ ଗଡକରୀ କହିଥିଲେ, ‘ ସମସ୍ତ ୟୁନିଫର୍ମ ଗାର୍‌ମେଂଟ୍ ମାନୁଫ୍ୟାକ୍‌ଚର, ୟୁନିଫର୍ମ ଫ୍ୟାବ୍ରିକ୍ ମାନୁଫ୍ୟାକ୍‌ଚର ଓ ୟୁନିଫର୍ମ ଆକ୍‌ସେସରିଜ୍ ମାନୁଫ୍ୟାକ୍‌ଚରଗୁଡିକ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ । ୟୁନିଫର୍ମଗୁଡିକ ପାଇଁ ଉତ୍ସର୍ଗୀକୃତ ପ୍ଲାଟ୍‌ଫର୍ମର ଏହି ବିଶାଳ ପ୍ରଦର୍ଶନୀ ପାଇଁ ମୁଁ ସୋଲାପୁର ଗାର୍‌ମେଂଟ୍ ଆସୋସିଏଶନକୁ ଶୁଭେଚ୍ଛା ଜଣାଉଛି । ଏହା କେବଳ ଦେଶର ନୁହେଁ ବରଂ ବିଶ୍ୱର ସର୍ବବୃହତ୍ ପ୍ଲାଟ୍‌ଫର୍ମ ହେବାକୁ ଯାଉଛି ।’

 


Share It

Comments are closed.