ପରଲୋକରେ ଭେଟେରାନ୍‌ ଅଭିନେତା ସୁନୀଲ ସିନ୍ଦେ


ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ସୁନୀଲ ସିନ୍ଦେଙ୍କ ପରଲୋକ। ସୋମବାର ଦିନ ସେ ତାଙ୍କ ମୁମ୍ବାଇ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ସୁନୀଲଙ୍କୁ ପ୍ରାୟତଃ ୭୫ ବର୍ଷ ହୋଇଥିଲା। ସୁନୀଲ ଟିଭି ସିରିଏଲ ‘ସର୍କସ’ରେ କାମ କରୁଥିଲେ। ଏହି ସିରିଏଲରେ ସେ ଶାହାରୁଖ ଖାନଙ୍କ ଅଭିନୀତ ଚରିତ୍ରର ବାବୁଜୀ ହୋଇଥିଲେ । ଏହା ବ୍ୟତୀତ ସେ ଦୁରଦର୍ଶନର ଅନେକ ସିରିଏଲରେ କାମ କରିଛନ୍ତି। ସୁନୀଲ ତାଙ୍କ ଘରେ ଥିଲେ। ହଠାତ୍‌ ତାଙ୍କ ମୁଣ୍ଡ ବୁଲାଇଥିଲେ। କୁହାଯାଉଛି କି ଶରୀରର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି। ରାତି ପ୍ରାୟ ୧ଟା ବେଳେ ତାଙ୍କ ବିଲେପର୍ଲ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଶେଷ ରୀତିନୀତି ସୋମବାର ଦିନ ୧ ଟାରେ କରାଯାଇଥିଲା । ଏନେଇ ଅଭିନେତା ରାଜେଶ ତେଲଙ୍ଗ ସୁନୀଲଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି। ଏହା ସହ ଟ୍ୱିଟରରେ ଲେଖିଛନ୍ତି, ‘ସୁନ୍ଦର କଳାକାର ଏବଂ ଜଣେ ଭଲ ମଣିଷ … ଶ୍ରୀ ସୁନୀଲ ସିନ୍ଦେ ଆଉ ନାହାଁନ୍ତି। ସିରିଏଲ ଶାନ୍ତିରେ ତାଙ୍କ ସହିତ କାମ କରିବାର ସୁଯୋଗ ପାଇ ମୁଁ ଭାଗ୍ୟବାନ।

ଫିଲ୍ମ ‘ଗାନ୍ଧୀ’ ସହିତ ସୁନୀଲ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଏଥିରେ ସେ ଏକ ଡାକୁ ଭୂମିକାରେ ଥିଲେ । ୮୦ ଏବଂ ୯୦ ଦଶକରେ ଅନେକ ଚଳଚ୍ଚିତ୍ରରେ ସୁନୀଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଦୃଢ ବ୍ୟକ୍ତିତ୍ୱ ହେତୁ ସେ ପ୍ରାୟତଃ ପୋଲିସ୍ ଏବଂ ରାଜନେତାଙ୍କ ଭୂମିକା ଗ୍ରହଣ କରିଥିଲେ ।


Share It

Comments are closed.