କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ଆଜି ଠାରୁ ନାମାଙ୍କନ ଭରିବେ ପ୍ରାର୍ଥୀ


କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ। ଏନେଇ ଚଳଞ୍ଚଳ କଂଗ୍ରେସ କାର୍ଯ୍ୟାଳୟ। କେଉଁମାନେ ନାମାଙ୍କନ ଭରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ୧୯୯୮ରୁ ଆଜି ପର୍ଯ୍ୟନ୍ତ ୨୪ ବର୍ଷ ପରେ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଏହି ପୁରୁଣା ଦଳର ମଙ୍ଗ ଧରିବେ କୌଣସି ଅଣ ଗାନ୍ଧୀ ପରିବାରର ସଦସ୍ୟ। ଅଧ୍ୟକ୍ଷ ପଦ ପାଇଁ ହେଉଥିବା ନିର୍ବାଚନ ପାଇଁ ସେପ୍ଟେମ୍ୱର ୨୪ ଶନିବାର ପାଖରୁ ନାମାଙ୍କନ ଭରାଯିବ। ସେପ୍ଟେମ୍ୱର ୩୦ ଯାଏ ଏହି ପ୍ରକ୍ରିୟା ଚାଲିବ। ତେବେ ବଡ଼ କଥା ହେଲା ଏହି ନିର୍ବାଚନରେ ଗାନ୍ଧୀ ପରିବାରରୁ କୌଣଲି ସଦସ୍ୟ ପ୍ରତିଦ୍ୱନ୍ଦିତା କରିବେ ନାହିଁ। କଂଗ୍ରେସ ନେତା ଅଶକ ଗେହଲଟ ଓ ଶଶି ଥରୁରୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଆଉ କେଉଁ ନେତା ନାମାଙ୍କନ ଭରିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଘୋଷଣା କରାଯାଇଥିବା କାର୍ଯ୍ୟକ୍ରମ ଅନୁସାରେ, ନମାଙ୍କନ ଦାଖଲ କରିବା ପ୍ରକ୍ରିୟା ସେପ୍ଟେମ୍ୱର ୨୪ରୁ ୩୦ ଯାଏ ଚାଲିବ। ନମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୮ ରେ ରହିଛି। ସେହିପରି ଅକ୍ଟୋବର ୧୭ରେ ମତଦାନ ହେବାକୁ ଥିବା ବେଳେ ଅକ୍ଚୋବର ୧୭ ରେ ମତଗଣନା ହେବ। ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ସେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ଛକାପଞ୍ଝା ଭିତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ଘୋଷଣା କରିଥିଲେ ଯେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ। ଏହା ସହ ସେ କହିଥିଲେ ଯେ ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ କରାଯିବା ନେଇ ନିଷ୍ପତ୍ତି ଦଳର ହାଇକମାଣ୍ଟ ନେବେ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଆସି ଗେହଲଟ କହିଛନ୍ତି ତାଙ୍କର ନାମାଙ୍କନ ଭରିବା ତାରିଖ ଖୁବ୍‌ ଶୀଘ୍ର ଘୋଷଣା କରିବେ। ସେ କହିଛନ୍ତି ଦେଶର ସମ୍ପ୍ରତିକ ପରିସ୍ଥିତିରେ ବିରୋଧୀଙ୍କୁ ମଜବୁତ ହେବାକୁ ପଡ଼ିବ। ସେ ଆହୁରି କହିଛନ୍ତି, ରାହୁଲଙ୍କୁ ଅଧ୍ୟକ୍ଷ ହେବା ନେଇ ପ୍ରସ୍ତାବ ଦେଇଥିଲି ହେଲେ ସେ ପୂର୍ବ ନିଷ୍ପତ୍ତିରେ ଅଡ଼ି ରହିଥିଲେ।

 


Share It

Comments are closed.