ପାର୍ବଣ ପାଇଁ ଗାଲାଞ୍ଜ ପକ୍ଷରୁ ଇଂଟେଲିଜେଂଟ୍ ଉପକରଣ ରେଞ୍ଜ୍‌ର ଶୁଭାରମ୍ଭ

Share It

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ମାନୁଫ୍ୟାକ୍‌ଚରର୍‌, ଗାଲାଞ୍ଜ ପକ୍ଷରୁ ଇଂଟେଲିଜେଂଟ୍ ଓ ମଲ୍ଟି-ଫଙ୍କ୍‌ସନାଲ ଗୃହ ଉପକରଣ ପାଇଁ ବଢୁଥିବା ଚାହିଦାକୁ ପୂରଣ କରିବା ଲାଗି ଏହାର ନୂତନ ଇଂଟେଲିଜେଂଟ୍ ମାଇକ୍ରେୱେଭ୍‌, ଓଟିଜି ଓ ୱାଶିଙ୍ଗ୍‌ମେସିନ୍ ରେଞ୍ଜ୍‌ର ଶୁଭାରମ୍ଭ କରାଯାଇଛି । ଏହି ଉପକରଣ ଉପଭୋକ୍ତାଙ୍କ କାର୍ଯ୍ୟଗୁଡିକୁ ସରଳ କରିବା ଓ ଗୁରୁତ୍ୱପୂର୍ଣ୍ଣ ସମୟ ସଂଚୟ କରିବାରେ ସହଯୋଗ କରିବା ପାଇଁ ଏକାଧିକ ସମାଧାନ ପ୍ରଦାନ କରୁଥିବା ଅତ୍ୟାଧୁନିକ ଟେକ୍ନୋଲୋଜିଗୁଡିକ ସହିତ ସୁସଜ୍ଜିତ ରହିଛି । ମାଇକ୍ରେୱେଭ୍ ଓ ଓଟିଜି ଭଳି ଉତ୍ପାଦଗୁଡିକ ଉପଭୋକ୍ତାଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ଲାଗି ଏକାଧିକ ପାୱାର ଲେଭେଲ୍‌, ୭୩ ଇଣ୍ଡିଆନ୍ ଅଟୋ କୁକ୍ ମେନ୍ୟୁ ଓ ସେନ୍ସର୍ ଆଧାରିତ କୁକିଙ୍ଗ୍ ଭଳି ଫିଚର ସହିତ ଆସୁଛନ୍ତି । ଗାଲାଞ୍ଜ ପକ୍ଷରୁ ଏହାର ନୂତନ ରେଞ୍ଜର ଇଂଟେଲିଜେଂଟ୍ ୱାଶିଙ୍ଗ୍ ମେସିନ୍ ମଧ୍ୟ ଶୁଭାରମ୍ଭ କରାଯାଇଛି, ଯାହାକି ଏକ ୧୮-ମିନିଟ୍‌ର କ୍ୱିକ୍ ୱାଶ୍‌, ୯୯.୯୯% ଜୀବାଣୁ ଓ ବ୍ୟାଟେରିଆ ନଷ୍ଟ କରିବା ପାଇଁ ଅତ୍ୟାଧୁନିକ ଷ୍ଟିମ୍ ୱାଶ ଫିଚର୍ ଓ ପାଣିର ତାପମାତ୍ରା ସନ୍ତୁଳିତ କରିବା ପାଇଁ ଏକ ବିଲ୍ଟ-ଇନ୍ ହିଟର୍ ପ୍ରଦାନ କରୁଛି ।
ଏ ସମ୍ପର୍କରେ ଗାଲାଞ୍ଜ ଇଣ୍ଡିଆର ସେଲ୍‌ସ ଡାଇରେକ୍ଟର ଅଙ୍କିତ ବଂସଲ୍ କହିଛନ୍ତି ଯେ, “ଇଂଟେଲିଜେଂଟ୍ ଉପକରଣ ପ୍ରଦାନ କରିବା କ୍ଷେତ୍ରରେ ଗାଲାଞ୍ଜ୍ ଆଗ ଧାଡିରେ ରହିଛି ଏବଂ ଆମେ ଭାରତରେ ଆମର ନୂତନ ରେଞ୍ଜର ଉପଭୋକ୍ତା ଉପକରଣର ଶୁଭାରମ୍ଭ କରି ଖୁବ୍ ଉତ୍ସାହିତ ରହିଛୁ । କାରଣ ଆମେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ସାର୍ଥକ ଇଞ୍ଜିନିୟରିଙ୍ଗ୍ ଓ ଡିଜାଇନ୍ ଆଣିବା ଲାଗି ଏହି ପଦକ୍ଷେପ ଗ୍ରହଣ କରିଛୁ ।” ଦେଶବ୍ୟାପୀ ଉପଭୋକ୍ତାମାନେ ବର୍ତମାନ ଫ୍ଲିପ୍‌କାର୍ଟ ମାଧ୍ୟମରେ ୩୦୦ରୁ ଅଧିକ ସହରରେ ପ୍ରଦାନ କରାଯାଉଥିବା ଡେଲିଭରି ଓ ଇନ୍‌ଷ୍ଟଲେଶନ ସେବାକୁ ବାଧାମୁକ୍ତ ଭାବେ ପାଇବାକୁ ସକ୍ଷମ ହୋଇପାରିବେ । ଉପଭୋକ୍ତାମାନେ ନିଜ ଆବଶ୍ୟକତାକୁ ପୂରଣ କରିବା ଲାଗି ଇନ୍‌ଷ୍ଟଲେଶନ ସେବା, ଆବଶ୍ୟକସ୍ଥଳେ ୱାରେଂଟି ଓ ଟେକ୍ନିସିଆନ୍‌ମାନଙ୍କଠାରୁ ମରାମତି ସେବା ପାଇପାରିବେ ।


Share It

Comments are closed.