ପ୍ଲାଜମାଦାତାଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ


ଭୁବନେଶ୍ୱର : ପ୍ଲାଜମା ଥେରାପି ଦ୍ୱାରା କୋଭିଡ-୧୯ ସଂକ୍ରମିତ ଗୁରୁତର ରୋଗୀମାନଙ୍କୁ ସୁସ୍ଥ ହେଉଥିବା ପରିପ୍ରେକ୍ଷୀରେ ଅଧିକ ସଂଖ୍ୟାରେ ପ୍ଲାଜମା ଦାନ କରିବା ପାଇଁ ଆଗଭର ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ‘ପ୍ଲାଜମା ଦାନ ଜୀବନ ଦାନ’ ବାର୍ତ୍ତାରେ ଅନୁପ୍ରାଣିତ ହୋଇ ଆଜି ଭଦ୍ରକ ଜିଲ୍ଲାର ୪ ଜଣ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ନିଜର ପ୍ଲାଜମା ଦାନ କରିଛନ୍ତି । କୋଭିଡ-୧୯ରୁ ସୁସ୍ଥ ହୋଇଥିବା ଭଦ୍ରକର ୪ ଜଣ ବ୍ୟକ୍ତି ଜିଲ୍ଲା ଦାୟିତ୍ୱରେ ଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ଲାଜମା ଦାନ କରିଛନ୍ତି । ପ୍ଲାଜମା ଦାନ କରିଥିବା ବ୍ୟକ୍ତିମାନେ ହେଲେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଶ୍ରୀ ମାନସ ରଞ୍ଜନ ଦାଶ ଏବଂ ବାସୁଦେବପୁର ବ୍ଲକର ଶ୍ରୀ ବସନ୍ତ କୁମାର ବେହେରା, ଶ୍ରୀ ଦିଲ୍ଲୀପ କୁମାର ସାମଲ ଓ ଶ୍ରୀ ରମାକାନ୍ତ ଲେଙ୍କା । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ଲାଜମାଦାତାଙ୍କୁ ଶୁଭେଚ୍ଛା ଜଣାଇବା ସହ କଟକ ପାନ୍ଥନିବାସଠାରେ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ପ୍ଲାଜମା ଦାନ କାର୍ଯ୍ୟର ସୁପରିଚାଳନା ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ଅଧିକାରୀ ଓ ବିଧାୟକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ଲାଜମା ଦାନ କରି ଜୀବନ ବଞ୍ଚାଇବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।


Share It

Comments are closed.