ଆଇଓଟି ସକ୍ଷମ ବାହାନ ଟେଲିମାଟିକ୍ସ ସଲ୍ୟୁସନ ପ୍ରଦାନ କରିବା ପାଇଁ ଓଡ଼ିଶାର ଓମ୍‌ଜୟ ଇଭି ଲିଃ. ସହିତ ଏରିସ୍‌ର ସହବନ୍ଧିତା


ଭୁବନେଶ୍ୱର: ଉଦ୍ୟୋଗଗୁଡିକ ପାଇଁ ଏକ ପସନ୍ଦଯୋଗ୍ୟ ଇଂଟର୍‌ନେଟ୍ ଅଫ୍ ଥିଙ୍ଗ୍‌ସ୍ (ଆଇଓଟି) ଟେକ୍ନୋଲୋଜି ପାର୍ଟନର୍ ଏରିସ୍ କମ୍ୟୁନିକେସନ୍ସ, ଭୁବନେଶ୍ୱରସ୍ଥିତ ଇଲେ୍‌କ୍‌ଟ୍ରିକ୍ ବାହନ ଷ୍ଟାର୍ଟଅପ୍‌, ଇଭି ଇଣ୍ଡିଆର ପ୍ୟାରେଂଟ୍ କମ୍ପାନୀ ଓମ୍‌ଜୟ ଇଭି ଲିଃ ସହିତ ସହଭାଗିତା ଘୋଷଣା କରିଛି । ଏହି ସହଭାଗିତା ମାଧ୍ୟମରେ ଏରିସ୍ ପୂର୍ବରୁ ଶୁଭାରମ୍ଭ ହୋଇଥିବା ଏବଂ ଆଗକୁ ଶୁଭାରମ୍ଭ ହେବାକୁଥିବା ଇଭି ଇଣ୍ଡିଆର ବାହନଗୁଡିକ ପାଇଁ ଟେଲିମ୍ୟାଟିକ୍ସ ସମାଧାନ ପ୍ରଦାନ କରିବ । ଏହି ସହଭାଗିତା ଅଧୀନରେ ଏରିସ୍‌, ଓମ୍‌ଜୟ ଇଭି ଲିଃ.କୁ, ଏହାର ଆଇଓଟି ସକ୍ଷମ ଟେଲିମ୍ୟାଟିକ୍ସ ସମାଧାନ ପ୍ରଦାନକରି ଏହାକୁ ଓଡିଶାର ପ୍ରଥମ ଆଇଓଟି ସକ୍ଷମ ଟୁହ୍ୱିଲର୍ ନିର୍ମାତାରେ ପରିଣତ କରିବ । ଏହି କମ୍ପାନୀର ପୂର୍ବାଂଚଳ ଭାରତ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡରେ ଉପସ୍ଥିତି ରହିଥିବା ବେଳେ, ବର୍ତମାନ ସୁଦ୍ଧା ଏହା ୩୦୦୦ରୁ ଅଧିକ ଏରିସ୍ ପରିଚାଳିତ ଦୁଇଚକିଆ ବାହନ ବିକ୍ରି କରିଛି । ଏରିସ୍‌ର ଫ୍ଲାଗ୍‌ସିପ୍ ଆଇଓଟି ଆଧାରିତ ଟେଲିମ୍ୟାଟିକ୍ସ ସମାଧାନ (ଏଅରଟ୍ରାକ), କମ୍ପାନୀକୁ ଏହାର ବୈଦ୍ୟୁତିକ ବାହନଗୁଡିକୁ ଟ୍ରାକ କରିବାର ସୁବିଧା ପ୍ରଦାନ କରିଥାଏ, ଡାଟାର ରିଅଲ୍‌-ଟାଇମ୍ ଆଦାନପ୍ରଦାନର ସକ୍ଷମତା ଦେଇଥାଏ ଏବଂ ଏହାର ଗ୍ରାହକଙ୍କୁ ଟେଲିମ୍ୟାଟିକ୍ସ ସକ୍ଷମ କନେକ୍ଟେଡ୍ ଟୁହ୍ୱିଲର୍ ସେବାର ସମ୍ପୂର୍ଣ୍ଣ ରେଞ୍ଜ୍ ପ୍ରଦାନ କରିଥାଏ ।
ଏ ସମ୍ପର୍କରେ ଏରିସ କ୍ୟୁନିକେସନ, ଇଣ୍ଡିଆ ଏବଂ ସାର୍କ-କଂଟ୍ରି ସେଲସ ହେଡ ଶ୍ରୀ ସମୀର ମହାପାତ୍ର କହିଛନ୍ତି ଯେ, “ଆମର ଅତ୍ୟାଧୁନିକ ଏରିସ୍ ଆଇଓଟି ସମାଧାନ ଏବଂ ଅଗ୍ରଣୀ କନେକ୍ଟେଡ୍ ଟୁ-ହ୍ୱିଲର୍ସ ପ୍ରଦାନ କରିବାରେ ସେମାନଙ୍କର ଯାତ୍ରାକୁ ପରିଚାଳନା କରିବା ପାଇଁ ଓମ୍‌ଜୟ ଇଭି ଲିଃ ସହ ଏକ ଦୀର୍ଘାବଧି ପ୍ରତିବଦ୍ଧତା ପାଇଁ ଆମେ ଗର୍ବିତ । ସେହିଭଳି ଓମ୍‌ଜୟ ଇଭି ଲିମିଟେଡ୍‌ର ସହ ପ୍ରତିଷ୍ଠାତା, ହର୍ଷବର୍ଦ୍ଧନ ଦିଦ୍‌ୱାନିଆ କହିଛନ୍ତି ଯେ, “ଏରିସ୍ ଆମର ମନପସନ୍ଦର ସହଯୋଗୀ, କାରଣ ଏହାର ଆଇଓଟି ପୋର୍ଟଫୋଲିଓ ଆମକୁ ଭାରତ ଓ ବିଦେଶରେ ଆମର ଗ୍ରାହକଙ୍କୁ ନୂତନ ଏବଂ ଅତ୍ୟାଧୁନିକ କନେକ୍ଟେଡ୍ ଟୁହ୍ୱିଲର ପ୍ରଦାନ କରିବା ପାଇଁ ସକ୍ଷମ କରୁଛି ।”
ଏରିସ୍ ହେଉଛି ଅଟୋମେଟିଭ ଓରିଜିନାଲ ଇକ୍ୟୁପମେଂଟ୍ ମାନୁଫ୍ୟାକ୍‌ଚରର୍ସ (ଓଇଏମସ୍‌) ପାଇଁ ଏକ ଆଇଓଟି ଟେକ୍ନୋଲୋଜି ସମର୍ଥକ । ଏରିସ୍ ଉଦ୍ୟୋଗ, ଆର୍ଥିକ କ୍ଷେତ୍ର, ଓଇଏମସ୍‌, ଟେକ୍ନୋଲୋଜିଷ୍ଟ, ସିଷ୍ଟମ ଇଂଟିଗ୍ରେଟର୍ ଓ ବିଭିନ୍ନ କ୍ଷେତ୍ରର ସମାଧାନ ପ୍ରଦାତାଙ୍କ ପାଇଁ ସ୍ୱତନ୍ତ୍ର ଆଇଓଟି ସିଷ୍ଟମ ନିର୍ମାଣ କରିଛି । ଏହା ସଂଗଠନଗୁଡିକୁ ମନୁଷ୍ୟକୃତ ହସ୍ତକ୍ଷେପକୁ ଅପ୍ଟିମାଇଜ୍ କରିବା ପାଇଁ ସଶକ୍ତ କରିଥାଏ । ଏହାସହିତ ମେସିନ୍‌, ଉପକରଣ ଓ ଅନ୍ୟାନ୍ୟ ସମ୍ପତିର ରିଅଲ୍‌-ଟାଇମ୍ ରିମୋଟ୍ ମନିଟରିଙ୍ଗ୍ ସହିତ ଉଦ୍ୟୋଗଗୁଡିକ ମଧ୍ୟରେ ବିଭିନ୍ନ ଉତ୍ପାଦ ଓ ସମ୍ପତିଗୁଡିକର ପ୍ରତ୍ୟାଶିତ ଓ ପ୍ରତିଷେଧକ ମରାମତି ସୁବିଧା ପ୍ରଦାନ କରିଥାଏ ।


Share It

Comments are closed.