ଖରାଦିନେ ସ୍କିନକୁ ସତେଜ ଓ ଚମକିତ ରଖିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ
ଗ୍ରୀଷ୍ମ ଋତୁ ସ୍କିନ ପାଇଁ ସମସ୍ୟା | ଏହି ଋତୁରେ ଅଧିକାଂଶ ଝିଅ ନିଜର ସ୍କିନକୁ ନେଇ ଚିନ୍ତିତ ଥାନ୍ତି | ସୂର୍ଯ୍ୟର ଉତ୍ତାପ ଏବଂ ବାୟୁ ପ୍ରଦୂଷଣ ହେତୁ ପିମ୍ପଲ୍, ଫ୍ରେକ୍ଲେସ୍, ଟ୍ୟାନିଂ ଏବଂ ଶୁଖିଲା ଜୀବନ୍ତ ଚର୍ମ ଭଳି ସମସ୍ୟା ଦେଖାଯାଏ | ଯଦି ଆପଣ ନିଜ ସ୍କିନକୁ ପୂର୍ବପରି ଚମକିତ ରଖିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କ ପାଇଁ କେତୋଟି ସରଳ ଘରୋଇ ଟିପ୍ସ ନେଇଆସିଛୁ ।
ତରଭୂଜ ଫେସପ୍ୟାକ –
ତରଭୂଜର ଫେସପ୍ୟାକ ତ୍ୱଚା ପାଇଁ ବେଶ ଉପଯୋଗୀ। ପ୍ରଥମେ କାକୁଡ଼ିର ରସ, ତରଭୂଜ ରସ, ଦହିକୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ପରେ ଏହାକୁ ମୁହଁରେ ଲଗାଇ ୨୦ ମିନିଟ ପରେ ଧୋଇ ଦିଅନ୍ତୁ। ଏହା ମୁହଁର ସୌନ୍ଦର୍ୟ୍ୟକୁ ବଢାଇବା ସହ ଏହା ମୁହଁ ପାଇଁ ଆଶୀର୍ବାଦ ଅଟେ।
କାକୁଡ଼ି ଫେସପ୍ୟାକ –
ଖରା ଦିନେ କାକୁଡ଼ି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ଅଟେ। କାରଣ ଏଥିରେ ବହୁ ପରିମାଣରେ ଜଳୀୟଅଂଶ ରହିଛି। ସେହିପରି ମୁହଁରେ କାକୁଡ଼ିରେ ପ୍ରସ୍ତୁତ ଫେସପ୍ୟାକ ଲଗାଇବା ବେଶ ଲାଭଦାୟକ। ପ୍ରଥମେ କାକୁଡ଼ିର ଚୋପା ଛଡ଼ାଇ ଏଥିରେ ଚିନି ମିଶାଇ ପେଷି ଦିଅନ୍ତୁ। ଏହାକୁ ୧୫ ମିନିଟ ଫ୍ରିଜରେ ରଖି ଦିଅନ୍ତୁ। ଏହା ପରେ ଏହାକୁ ମୁହଁରେ ଲଗାଇ ୧୦ ମିନିଟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୨ଥର ଲଗାଇବା ଦ୍ୱାରା ମୁହଁ ଖୁବ ସୁନ୍ଦର ହୋଇଥାଏ ଓ କଳା ପଡ଼ିନଥାଏ।
ଟମାଟୋ ଫେସପ୍ୟାକ –
ଏହି ଫେସପ୍ୟାକ ଯେଉଁମାନଙ୍କର ତେଲିଆ ତ୍ୱଚା ସେମାନଙ୍କ ପାଇଁ ବେଶ ଉପଯୋଗୀ। ଟମାଟୋକୁ ପେଷି ଦିଅନ୍ତୁ। ଏଥିରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ପରେ ଥଣ୍ଡା ପାଣିରେ ଏହାକୁ ଧୋଇ ଦିଅନ୍ତୁ।
Comments are closed.