ଫ୍ଲିପ୍‌କାର୍ଟ ପକ୍ଷରୁ ସଫାରି ଇଣ୍ଡଷ୍ଟ୍ରୀଜ୍ ସହିତ ସହଭାଗିତାରେ ‘ମ୍ୟାଗ୍‌ନମ’ର ଶୁଭାରମ୍ଭ


ଭୁୁବନେଶ୍ୱର: ଭାରତର ଘରୋଇ ମାର୍କେଟ୍‌ପ୍ଲେସ୍‌, ଫ୍ଲିପ୍‌କାର୍ଟ ଏହାର ପ୍ଲାଟ୍‌ଫର୍ମରେ ସୁଲଭ ବର୍ଗର ଲଗେଜ୍ , ମାଗ୍‌ନମ୍‌ର ଶୁଭାରମ୍ଭ ପାଇଁ ସଫାରି ଇଣ୍ଡଷ୍ଟ୍ରୀଜ୍ ସହିତ ସହଭାଗିତା କରିଛି । ଦୁଇ ବ୍ରାଣ୍ଡ ମଧ୍ୟରେ ଏହି ସହଭାଗିତା ଉପଭୋକ୍ତାମାନଙ୍କୁ ଚୟନ କରିବା ପାଇଁ ଏକ ବିସ୍ତୃତ ବର୍ଗର ଉତ୍ପାଦ ପ୍ରଦାନ କରୁଛି । ଏହି ସହଭାଗିତା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଭାରତୀୟ ଉପଭୋକ୍ତାମାନଙ୍କ ପାଇଁ ସର୍ବୋତମ ବ୍ରାଣ୍ଡ ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରି ଭାରତ ଆଗାମୀ ପାର୍ବଣ ଋତୁ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଫ୍ଲିପ୍‌କାର୍ଟ ଏହାର ବାର୍ଷିକ ବିଗ୍ ବିଲିୟନ ଡେଜ୍ ସେଲ୍ ପାଇଁ ପ୍ରସ୍ତୁତ ହୋଇଛି । ଏଥିରେ ନିର୍ଭରଯୋଗ୍ୟ ସଫାରି ୱାରେଂଟି ଦ୍ୱାରା ସମର୍ଥିତ ୧୦୦% ପଲିକାର୍ବୋନେଟ୍‌ରେ ନିର୍ମିତ ହାର୍ଡ ଲଗେଜ୍ ଏବଂ ମଜଭୁତ ଓ ସ୍ଥାୟୀ ଫ୍ୟାବ୍ରିକ୍‌ରେ ନିର୍ମିତ ନରମ ଲଗେଜ୍ ସାମିଲ ରହିଛି ।
ଏକ ଉତମ ଉତ୍ପାଦ-ମୂଲ୍ୟ ପ୍ୟାକେଜ୍ ଖୋଜୁଥିବା ଉପଭୋକ୍ତାଙ୍କ ପାଇଁ ନିର୍ମିତ ମ୍ୟାଗ୍‌ନମ୍ ଏହା ସହ ସ୍ଥାୟିତ୍ୱ ଓ ଷ୍ଟାଇଲ୍‌ର ପ୍ରତିଶ୍ରୁତିକୁ ବହନ କରୁଛି ଏବଂ ଷ୍ଟାଇଲିସ୍ ଟ୍ରାଭେଲର୍‌ଙ୍କ ପାଇଁ ନିର୍ଭରଯୋଗ୍ୟ ଲଗେଜ୍ ଆଣିଛି । ଏହି ବ୍ରାଣ୍ଡ ଗତ ୩ ବର୍ଷ ଅବଧି ମଧ୍ୟରେ ସର୍ବଭାରତୀୟ ସ୍ତରରେ ୨୨୦୦ ଷ୍ଟୋର୍ ସହିତ ୪୦% ସିଏଜିଆର୍‌ର ଏକ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି ଏବଂ ବର୍ତମାନ ଏହା ବିକାଶ ଓ ଭୌଗୋଳିକ ପହଂଚ ଆଣିବା ଉପରେ ଧ୍ୟାନ କେନ୍ଦ୍ରିତ କରି ଫ୍ଲିପ୍‌କାର୍ଟ ସହିତ ସ୍ୱତନ୍ତ୍ର ଅନ୍‌ଲାଇନ୍ ସହଭାଗିତା ସହିତ ଏକ ନୂତନ କ୍ଷେତ୍ରରେ ପ୍ରବେଶ କରିଛି ।
ଫ୍ଲିପ୍‌କାର୍ଟ ସହିତ ମାଗ୍‌ନମ୍‌ର ସହଭାଗିତା ଉପରେ ମତ ରଖି ସଫାରି ଇଣ୍ଡଷ୍ଟ୍ରୀଜ୍ ଇଣ୍ଡିଆ ଲିମିଲେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ସୁଧିର ଜାଟିଆ କହିଛନ୍ତି, “ଆମର ଲଗେଜ୍ ବ୍ରାଣ୍ଡ ମ୍ୟାଗ୍‌ନମ ପ୍ରାରମ୍ଭିକ ମୂଲ୍ୟ ବର୍ଗରେ ସ୍ଥାୟୀ ଓ ଷ୍ଟାଇଲିସ୍ ଉତ୍ପାଦ ଚାହୁଁଥିବା ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରୁଛି । ଏହା ଅଧିକ ସ୍ଥାୟୀ ଲଗେଜ୍ ବିକଳ୍ପ ପାଇଁ ଚାହିଦାରେ ବୃଦ୍ଧି ଆଣିଥିଲା କାରଣ ଅନେକ ଲୋକ ନିଜର ସବୁ ଜିନିଷ ସହିତ ନିଜ ନିଜ ସହରକୁ ଫେରିଯାଇଥିଲେ । ଆମର ରଣନୈତିକ ସହଭାଗିତା ମାଧ୍ୟମରେ ଆମେ ଦୁଇଟି ନୂତନ ଉତ୍ପାଦ – ଆସ୍‌ମି ଓ ଷ୍ଟର୍ମର ସହନିର୍ମାଣ କରିଥିଲୁ, ଯାହାକି ବହୁମାତ୍ରାରେ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବ । ଆମେ ନିଶ୍ଚିତ ଯେ, ଏହି ସହଭାଗିତା ଆମକୁ ନୂତନ ବଜାର ଆବିଷ୍କାର କରିବାରେ ଏବଂ ନୂଆ ଉପଭୋକ୍ତାମାନଙ୍କ ନିକଟରେ ପହଂଚିବାରେ ସାହାଯ୍ୟ କରିବ ।”
ଏହି ଶୁଭାରମ୍ଭ ସମ୍ପର୍କରେ ଫ୍ଲିପ୍‌କାର୍ଟ ଫ୍ୟାଶନର ଉପାଧ୍ୟକ୍ଷ, ନିଶିତ୍ ଗର୍ଗ କହିଛନ୍ତି, “ଏହି ସହଯୋଗିତା ମିଳିତ ଭାବେ ଫ୍ଲିପ୍‌କାର୍ଟର ବ୍ୟାପକ ପହଂଚ ଓ ମ୍ୟାଗ୍‌ନମ୍‌ର ଭାଲ୍ୟୁ ପ୍ରଡକ୍ଟ ଅଫରିଙ୍ଗ୍ ପ୍ରଦାନ କରୁଛି, ଯାହାଦ୍ୱାରା ଏହା ଆମକୁ ଦେଶବ୍ୟାପୀ ବହୁସଂଖ୍ୟକ ସଚେତନ ଗ୍ରାହକଙ୍କୁ ସେବା ପ୍ରଦାନ କରିବାକୁ ସକ୍ଷମ କରୁଛି । ଗ୍ରାହକଙ୍କୁ ଷ୍ଟାଇଲ୍‌କୁ ବଜାୟ ରଖି ସ୍ଥାୟିତ୍ୱର ପ୍ରତିଶ୍ରୁତି ପ୍ରଦାନ କରିବାର ଏକ ସାଧାରଣ ଲକ୍ଷ୍ୟ ଦ୍ୱାରା ଏକତ୍ରିତ ହୋଇଥିବା ଏହି ସହଭାଗିତା ହେଉଛି ଲକ୍ଷ ଲକ୍ଷ ଭାରତୀୟ ଉପଭୋକ୍ତାଙ୍କ ପାଇଁ ବେଷ୍ଟ-ଇନ୍‌-କ୍ଲାସ୍ ଅଫରିଙ୍ଗ୍ ଆଣିବା ନେଇ ଆମର ଲକ୍ଷ୍ୟ ପ୍ରତି ଏକ ପ୍ରମାଣ ସଦୃଶ ।”


Share It

Comments are closed.