କିଆ ସେଲ୍‌ଟସ୍‌ର ଆନିଭର୍ସରି ଏଡିସନ୍ ଉନ୍ମୋଚିତ


ରାଉରକେଲା: କିଆ ମୋଟର୍ସ ଇଣ୍ଡିଆ ପକ୍ଷରୁ କିଆ ସେଲ୍‌ଟସ୍‌ର ଆନିଭର୍ସରି ଏଡିସନ୍‌କୁ ଉନ୍ମୋଚନ କରାଯାଇଛି । ଏହି ନୂତନ ଏଡିସନ୍‌ର ସେଲ୍ଟସ୍ ସ୍ୱତନ୍ତ୍ର ଏଚଟିଏକ୍ସ ଟ୍ରିମ୍‌ରେ ଉପଲବ୍ଧ ହେବ ଯାହାର ପ୍ରାରମ୍ଭିକ ଏକ୍ସ ସୋ’ରୁମ ଦାମ୍ ୧୩,୭୫,୦୦୦ ଟଙ୍କା ରହିଛି । ଏହାର ଭିତର ଏବଂ ବାହାର ପାଶ୍ୱର୍ରେ ଅନେକ ପରିବର୍ତନ କରାଯାଇଛି ଯଥା ଟକ୍ସ ସେପ୍ ସ୍କିଡ୍ ପ୍ଲେଡ୍ ସହିତ ସିଲ୍‌ଭର ଡିଫ୍ୟୁଜର୍ ଫିନ୍ସ, ଟାଙ୍ଗରିନ୍ ଫଗ୍ ଲ୍ୟାମ୍ପ୍ ବାଜେଲ୍‌, ୧୭ ଇଂଚ୍ ରାଭେନ୍ କଳା ଆଲୟ ହ୍ୱିଲ ସହିତ ଟାଙ୍ଗରିନ୍ ସେଂଟର୍ କ୍ୟାପ୍‌, ୱାନ୍ ଟୋନ୍ ଭିତର ପାଶ୍ୱର୍, ରାଭେନ୍ ବ୍ଲାକ୍ ଚମଡ଼ା ସିଟ୍ ସହିତ ହନିକମ୍ପ୍ ପାଟର୍ଣ୍ଣ ଏବଂ ଆହୁରି ବହୁତ କିଛି । ଏହାର ମାନୁଆଲ ଟ୍ରାନ୍ସମିସନ ମଡେଲ୍‌ରେ ରିମୋଟ୍ ଇଞ୍ଜିନ ଷ୍ଟାର୍ଟ ସୁବିଧା ରହିଛି । ସେଲଟସ୍ ଆନିଭର୍ସରି ଏଡିସନ୍ ମଡେଲ୍‌ଟି ଚାରିଟି ଆକର୍ଷଣୀୟ ରଙ୍ଗ ଯଥା ୱାନ୍ ମୋନୋଟୋନ୍ ଅରୋରା ବ୍ଲାକ୍ ପର୍ଲ କଲର ଏବଂ ତିନିଟି ଡୁଆଲ୍ ଟୋନ୍ ରଙ୍ଗ୍ ଯଥା ଗ୍ଲାସିୟର ହ୍ୱାଇଟ୍ ପର୍ଲ ସହିତ ଅରୋରା ବ୍ଲାକ୍ ପର୍ଲ, ଷ୍ଟିଲ୍ ସିଲଭର୍ ସହିତ ଅରୋରା ବ୍ଲାକ୍ ପର୍ଲ ଓ ଗ୍ରାଭିଟି ଗ୍ରେ ସହିତ ଅରୋରା ବ୍ଲାକ୍ ପର୍ଲ ରଙ୍ଗରେ ଉପଲବ୍ଧ ହୋଇଛି । କିଆ ସେଲଟସ୍ ଲିମିଟେଡ୍ ଏଡିସନ୍‌ର ଲମ୍ବରେ ୬୦ ଏମ୍‌ଏମ୍ ବୃଦ୍ଧି କରାଯାଇଛି । ଏହାର ସୀମିତ ୬୦୦୦ ୟୁନିଟ୍ ହିଁ ପ୍ରସ୍ତୁତ କରାଯାଇଛି ।
ଏ ସମ୍ପର୍କରେ ଖୋଖ୍ୟୁନ୍ ସିମ୍‌, ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, କିଆ ମୋଟର୍ସ ଇଣ୍ଡିଆ କହିଛନ୍ତି ଯେ, “୨୦୧୯ରେ ସେଲଟସ୍‌ର ଉନ୍ମୋଚନ ସହିତ ଦେଶରେ ଏକ ବ୍ରାଣ୍ଡ୍ ଭାବେ କିଆର ଦୃଢ଼ ମୂଳଦୁଆ ପଡ଼ିଥିଲା । କ୍ରିମିୟମ୍ ସୁବିଧା ସୁଯୋଗ, ନିର୍ଦିଷ୍ଟ ଡିଜାଇନ୍‌, ଉତ୍କୃଷ୍ଟ ମାନ, ଶକ୍ତିଶାଳୀ ଇଞ୍ଜିନ ବିକଳ୍ପ ଏବଂ ଆକର୍ଷଣୀୟ ପ୍ରଦର୍ଶନ ଜରିଆରେ କିଆ ସେଲଟସ୍ ନୂତନ ମାନଦଣ୍ଡ ଧାର୍ଯ୍ୟ କରିଛି ଏବଂ ମିଡ୍‌-ଏସ୍‌ୟୁଭି ବର୍ଗକୁ ମାର୍ଜିତ କରିଛି । ଭାରତରେ ମିଡ୍‌-ଏସ୍‌ୟୁଭି ଗ୍ରାହକଙ୍କ ଚାହିଦା ଅନୁସାରେ ଅପୂରଣୀୟ ଥିବା ସମସ୍ତ ଆବଶ୍ୟକତାକୁ ପୂରଣ କରିବା ଲାଗି କିଆ ସେଲଟସ୍‌ର ଡିଜାଇନ୍ କରାଯାଇଛିି ଓ ତାହା ତୁରନ୍ତ ଲୋକପ୍ରିୟ ହେବା ସହ ସଫଳତା ହାସଲ କରିଛି । ଆଜି, ଆମେ କିଆ ସେଲଟସ୍‌ର ଆନିଭର୍ସରି ଏଡିସନˆୁ ଉନ୍ମୋଚନ କରି ଅତ୍ୟନ୍ତ ଉଲ୍ଲସିତ ଯାହା ଏହି ଦେଶରେ କେବଳ ଏହାର ସଫଳତାକୁ ପାଳନ କରୁନାହିଁ ବରଂ ଭାରତରେ ଆମ ଗ୍ରାହକମାନଙ୍କ ଠାରୁ ଆମେ ପାଇଥିବା ଭଲ ପାଇବାର ଉତ୍ସବକୁ ମଧ୍ୟ ପାଳନ କରୁଛି ।’’


Share It

Comments are closed.