କଟକରେ ଥିବା ଫ୍ଲିପକାର୍ଟର କିରାନା ସହଯୋଗୀ ପାର୍ବଣ ପାଇଁ ପ୍ରସ୍ତୁତ


ଭୁବନେଶ୍ୱର: ବର୍ତମାନ ସମସ୍ତେ ପାର୍ବଣ ରୁତୁ ପାଇଁ ପ୍ରସ୍ତୁତ ଚଳାଇଥିବା ସମୟରେ, ଦେଶର ପ୍ରାୟ ୫୦,୦୦୦ରୁ ଉର୍ଦ୍ଧ କିରାନା ଦେଶରେ ପାଖାପାଖି ଲକ୍ଷ ଲକ୍ଷ ସିପମେଂଟ ପହଂଚାଇବା ପାଇଁ ଫ୍ଲିପକାର୍ଟ ସହିତ ହାତ ମିଳାଇଛନ୍ତି । ଏହା ରାଜ୍ୟରୁ ହଜାର ହଜାର ଖୁଚୁରା ବ୍ୟବସାୟୀମାନଙ୍କୁ ମଧ୍ୟ ସାମିଲ କରିଛି ଯେଉଁମାନେକି ଫ୍ଲିପକାର୍ଟର କିରାନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଏବଂ ଏମାନେ ଆଗକୁ ଥିବା ବିଗ ବିଲିୟନ ଡେଜରେ ଲକ୍ଷ ଲକ୍ଷ ଫ୍ଲିପକାର୍ଟର୍ ଗ୍ରାହକଙ୍କୁ ସୁରକ୍ଷିତ ଭାବେ ସେବା ଯୋଗାଇଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୂଲାଇବେ ।

ସନତ କୁମାର ମହାଳ ହେଉଛନ୍ତି ସେହିଭଳି ଜଣେ କିରାନା ସହଯୋଗୀ, ଯାହାଙ୍କର କଟକରେ ଏକ ଛୋଟ ଗ୍ରୋସରୀ ଏବଂ ଷ୍ଟେସନାରୀ ଦୋକାନ ରହିଛି । ଯଦିଓ ସେ ଏହି ଷ୍ଟୋରକୁ ପାଖାପାଖି ୫ ବର୍ଷରୁ ଅଧିକ ସମୟଧରି ଚଲାଇଆସୁଛନ୍ତି ତଥାପି ଏହାକୁ ପୁରଣ କରିବା ଏକ ଆହ୍ୱାନ ହୋଇ ରହି ଆସିଛି । ଫ୍ଲିପକାର୍ଟର କିରାନା କାର୍ଯ୍ୟକ୍ରମ ତାଙ୍କୁ ନିଜ ପରିବାର ପାଇଁ ଆର୍ଥିକ ସ୍ଥିରତା ଆଣିବାରେ ସକ୍ଷମ କରାଇଛି ।

ଫ୍ଲିପକାର୍ଟର କିରାନା ସହଯୋଗୀ କାର୍ଯ୍ୟକ୍ରମର ଅଂଶ ହେବାରେ ବର୍ତମାନ ସନତଙ୍କୁ ୮ ମାସ ହୋଇଗଲାଣି ଏବଂ ନିଜ ବଳକା ସମୟରେ ପ୍ୟାକେଜ ଡେଲିଭରୀ କରି ସେ ବର୍ତମାନ ନିଜ ରୋଜଗାରକୁ ତିନିଗୁଣ ବଢ଼ାଇପାରିଛନ୍ତି । ବିଗ ବିଲିୟନ ଡେଜ ଉପରେ ନିଜ ମତ ରଖି ସନତ କହିଛନ୍ତି ଯେ, “ସେ ଡେଲିଭରର କରୁଥିବା ଅଂଚଳରେ ଅଧିକ ବାସିନ୍ଦାଙ୍କୁ ଜାଣିଥିବାରୁ, ଏହି ପାର୍ବଣ ରୁତୁରେ ସେ ଅଧିକ ରୋଜଗାର କରିବାର ସୁଯୋଗକୁ ଉପଯୋଗ କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ, “ବର୍ତମାନ ମୁଁ ଦିନକୁ ୫୦ଟି ପ୍ୟାକେଜ ଡେଲିଭରୀ କରୁଛି । ଏହି ପାର୍ବଣ ରୁତୁରେ ୧୦୦ରୁ ଅଧିକ ପ୍ୟାକେଜ ଡେଲିଭରୀ କରି ମୁଁ ଘରକୁ ଅଧିକ ରୋଜଗାର ଆଣିବାକୁ ଚାହୁଁଛି ।”

ସନତ ବର୍ତମାନ ନିଜ ପୁଅର ଭବିଷ୍ୟତ ଶିକ୍ଷା ପାଇଁ ସଂଚୟ କରିବାରେ, ତାଙ୍କ ପରିବାର ପାଇଁ ଜୀବନବୀମା କରିବାରେ ସକ୍ଷମ ଏବଂ ଏକ ଉତମ ଜୀବନଶୈଳୀ ଯୋଗାଇଦେବା ପାଇଁ ମଧ୍ୟ ସମର୍ଥ ହୋଇପାରିଛନ୍ତି । ସେ ଫ୍ଲିପକାର୍ଟରୁ ପୁଅର ବହି ଏବଂ ଷ୍ଟେସନାରୀ ସାମଗ୍ରୀ ଅର୍ଡର କରିବା ମଧ୍ୟ ଆରମ୍ଭ କରିଛନ୍ତି । ଏହି ଅଂଚଳରେ ସନତ ବର୍ତମାନ ଫ୍ଲିପକାର୍ଟର ଡେଲିଭରୀ ସହିତ ସମାର୍ଥକ ହୋଇଯାଇଛନ୍ତି । ସମୟାନୁଯାୟୀ ତତ୍ପରତା ସହିତ ଡେଲିଭରୀ କରିବା ବ୍ୟତୀତ ଗ୍ରାହକମାନେ ନିଜ ଫେରିବା ସମୟରେ ତାଙ୍କ ଦୋକାନରୁ କିଛି ଜିନିଷ ମଧ୍ୟ କିଣୁଛନ୍ତି ।


Share It

Comments are closed.