ସିଏଟ୍ ସ୍ପେସିଆଲିଟି ପକ୍ଷରୁ ଫାର୍ମ ଟାୟାର ରେଞ୍ଜ ବର୍ଦ୍ଧନର ଶୁଭାରମ୍ଭ


ଭୁବନେଶ୍ୱର: ସିଏଟ ସ୍ପେସିଆଲିଟି ପକ୍ଷରୁ ଏହାର ନୂତନ ରେଞ୍ଜର କୃଷି ଟାୟାର “ବର୍ଦ୍ଧନ”ର ଶୁଭାରମ୍ଭ କରାଯାଇଛି । ବର୍ଦ୍ଧନ ଟାୟାରଗୁଡ଼ିକ ଟ୍ରାକ୍ଟରର ପଛପାଖ ପାଇଁ ୧୨.୪-୨୮, ୧୩.୬-୨୮, ୧୪.୯-୨୮ ଏବଂ ୧୬.୯-୨୮ ଆକାର ଏବଂ ଟ୍ରାକ୍ଟର ସମ୍ମୁଖ ପାଇଁ ୬.୦୦-୧୬, ୬.୫୦-୨୦ ଏବଂ ୭.୫୦-୧୬ ଆକାରରେ ଉପଲବ୍ଧ ହେବ । ବର୍ଦ୍ଧନର ପଛପାଖରେ ଥିବା ଗଭୀର ଲଗ୍‌ଗୁଡ଼ିକ କମ୍ ସ୍ଲିପେଜ ସୁନିଶ୍ଚିତ କରିବା ସହିତ ଟାୟାରଗୁଡ଼ିକୁ ଦୀର୍ଘ ଜୀବନ ପ୍ରଦାନ କରିଥାଏ । ଏହାର ସ୍ୱତନ୍ତ୍ର ଲଗ୍ ଡିଫ୍ଲେକ୍ଟରଗୁଡ଼ିକ ଡାଉନଟାଇମକୁ ହ୍ରାସ କରି ପଙ୍କଚରୁ ସୁରକ୍ଷା ଦେଇଥାଏ । ଏହାର କାଦୁଅ ବହିଷ୍କାରକ ଯନ୍ତ୍ର ବା ମଡ୍ ଇଜେକ୍ଟର ଉତ୍କୃଷ୍ଟ ସ୍ୱ-ସ୍ୱଚ୍ଚତା ସୁନିଶ୍ଚିତ କରିଥାଏ ଏବଂ ଏହାର ବିସ୍ତୃତ ଚାଲିବା ଡିଜାଇନ ଟାୟାରର ଭାର ବହନକାରୀ କ୍ଷମତାକୁ ବଢ଼ାଇଥାଏ । ବର୍ଦ୍ଧନର ସମ୍ମୁଖ ହେଉଛି ଏକ ୪ ରିବ୍ ଟାୟାର, ଯାହାଦ୍ୱାରା ଉତ୍କୃଷ୍ଟ ଭାର ବିତରଣ ହୋଇଥାଏ । ଏହି ରିବଗୁଡ଼ିକର ଉଚ୍ଚ ଗଭୀରତା ଟାୟାରକୁ ଲମ୍ବା ଜୀବନ ପ୍ରଦାନ କରିଥାଏ । ସିଏଟ ସ୍ପେସିଆଲିଟି କୃଷିକାର୍ଯ୍ୟ, ଖନନ, ଔଦ୍ୟୋଗିକ ଏବଂ ନିର୍ମାଣ ଉପକରଣ ଭଳି ବିଭିନ୍ନ କ୍ଷେତ୍ରରେ ଅଫ ହାଇୱେ ଟାୟାରଗୁଡ଼ିକର ଏକ ବ୍ୟାପକ ରେଞ୍ଜ ପ୍ରଦାନ କରୁଛି ।
ଏହା ସମ୍ପର୍କରେ ସିଏଟ ସ୍ପେସିଆଲିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ, ଶ୍ରୀ ବିଜୟ ଗମ୍ଭୀର କହିଛନ୍ତି ଯେ, “ବର୍ଦ୍ଧନ ସହିତ ଆମ ପାଖରେ ଗ୍ରାହକମାନଙ୍କୁ ଏକ ଆନ୍ତର୍ଜାତୀୟ ମାନର ଉତ୍ପାଦ ସହିତ ସେବା ପ୍ରଦାନ କରିବାର ସୁଯୋଗ ରହିଛି । ଆମର ଦୃଢ଼ ବିଶ୍ୱାସ ଯେ ଆମର ସୂକ୍ଷ୍ମଦର୍ଶୀ ଗ୍ରାହକମାନେ ସର୍ବଦା ଚାହୁଁଥିବା ଏକ ଦୃଢ଼ ତଥା ନିର୍ଭରଯୋଗ୍ୟ ପ୍ରଦର୍ଶନକାରୀକୁ ଏହି ବର୍ଦ୍ଧନରେ ପାଇବେ ।”


Share It

Comments are closed.