୨୦ ବର୍ଷ ମଧ୍ୟରେ ଚୀନରୁ ପାଂଚଟି ମହାମାରୀ ଆସିଛି, ଏହାକୁ କେଉଁଠି ନା କେଉଁଠି ରୋକିବାକୁ ପଡ଼ିବ-ଆମେରିକା ଏନଏସଏ
କରୋନା ଭାଇରସ ଯୋଗୁଁ ପୁରା ଦୁନିଆ ଏବେ ଚିନ୍ତିତ ଥିବାବେଳେ ଏହି ଭାଇରସକୁ ନେଇ ଦୁନିଆର ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ ମଧ୍ୟରେ ଟକ୍କର ଜାରି ରହିଛି । ଏହା ମଧ୍ୟରେ ଆମେରିକାର ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରାୟନ କହିଛନ୍ତି ଯେ ଗତ ୨୦ବର୍ଷ ମଧ୍ୟରେ ଚୀନରୁ ପାଂଚଟି ମହାମାରୀ ଆସିଛି ଏବଂ ଏହାକୁ କୌଣସି ନା କୌଣସି ବିନ୍ଦୁରେ ଅଟକାଇବାକୁ ପଡ଼ିବ ।
ବର୍ତମାନର କରୋନା ଭାଇରସ ଯୋଗୁଁ ଦୁନିଆର ୨,୯୦,୦୦୦ ଲୋକଙ୍କର ମୃତ୍ୟୁ ପାଇଁ ସେ ଚୀନକୁ ଦାୟୀ କରିଛନ୍ତି । ଓ ବ୍ରାୟନ ମଙ୍ଗଳବାର ଦିନ ହ୍ୱାଇଟ ହାଉସରେ ସମ୍ବାଦଦାତାଙ୍କୁ କହିଛନ୍ତି ଯେ ଦୁନିଆଯାକର ଲୋକ ବାହାରିବେ ଏବଂ ଚୀନ ସରକାରଙ୍କୁ କହିବେ ଯେ ଆମେ ଚୀନରୁ ବାହାରୁଥିବା ଏହି ମାହାମାରୀଗୁଡ଼ିକୁ ସହ୍ୟ କରିବୁ ନାହିଁ, ପଛେ ଏହା ପଶୁ ବଜାରରୁ କିମ୍ବା କୌଣସି ପ୍ରୟୋଗଶାଳାରୁ ବାହାରିଥାଉ ।
ସେ କହିଛନ୍ତି ଯେ ଆମକୁ ଜଣା ଯେ କରୋନା ଭାଇରସ ମହାମାରୀ, ଚୀନର ଉହାନରୁ ବାହାରିଛି ଏବଂ ପରିସ୍ଥିତିଜନିତ ପ୍ରମାଣ ରହିଛି ଯାହା ଦର୍ଶାଉଛି ଯେ ଏହା କୌଣସି ପ୍ରୟୋଗଶାଳା କିମ୍ବା ପଶୁ ବଜାରରୁ ବାହାରିଛି । ଏନଏସଏ କହିଛି ଗତ ୨୦ ବର୍ଷ ମଧ୍ୟରେ ଚୀନରୁ ସାର୍ସ, ଏଭିଆନ ଫ୍ଲୁ, ସ୍ୱାଇନ ଫ୍ଲୁ ଏବଂ କୋଭିଡ-୧୯ ଭଳି ପାଂଚଟି ମହାମାରୀ ଆସିଛି । ଜନ ସ୍ୱାସ୍ଥ୍ୟର ଏଭଳି ଭୟାବହ ପରିସ୍ଥିତି ସହିତ ଦୁନିଆ ଶେଷରେ କେମିତି ରହିପାରିବ, ଯାହାର ଆରମ୍ଭ ଚୀନରୁ ହୋଇ ଏବେ ପୁରା ଦୁନିଆରେ ଖେଳିଯାଇଛି ।
ସେ ଏହା ଜଣାଇନାହାନ୍ତି ଯେ ପଂଚମ ମହାମାରୀ କର ଥିଲା । ଓ ବ୍ରାୟନ କହିଛନ୍ତି ଯେ ଆମେ ଚୀନକୁ ସାହାଯ୍ୟ କରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ପଠାଇବାର ପ୍ରସ୍ତାବ ଦେଇଥିଲୁ ଯାହାକୁ ସେମାନେ ଅସ୍ୱୀକାର କରିଦେଇଥିଲେ ।
Comments are closed.