ଦକ୍ଷିଣପୂର୍ବ ରେଳପଥ ପାଳୁଛି ଅଗ୍ନି ନିରାପତ୍ତା ସପ୍ତାହ

Share It

ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରାଯାଉଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମାର୍ଗଦର୍ଶିକା ଅନୁସାରେ ଜେନେରାଲ ପାୟାର ସର୍ଭିସ୍‌ ନିର୍ଦ୍ଦେଶାଳୟ, ହୋମଗାର୍ଡ ଆଣ୍ଡ୍‌ ୟୁନିୟନ୍‌ ମିନିଷ୍ଟ୍ରି ଅଫ୍‌ ହୋମ୍‌ ଆଫେୟାର୍ସ ସହଯୋଗରେ ଏହି ସଚେତନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୨୪ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ସୋମବାର ଉଦଘାଟନୀ କାର୍ଯ୍ୟକ୍ରମରେ ଦକ୍ଷିଣପୂର୍ବ ରେଳପଥର ଜିଏମ୍‌ ଅନୀଲ କୁମାର ମିଶ୍ର, ଏଜିଏମ୍‌ ସୌମିତ୍ର ମଜୁମଦାର, ପିସିଡିଏମ୍‌ ଡ. ଅଞ୍ଜନା ମାଲହୋତ୍ରା ପ୍ରମୁଖ ଯୋଗଦେଇଥିଲେ। ସଚେତନତା ପାଇଁ ମକ୍‌ ଡ୍ରିଲ୍‌ ସହ ପୋଷ୍ଟର ତିଆରି, କ୍ୱିଜ୍‌ ପ୍ରତିଯୋଗିତା ଆଦି କରାଯାଉଛି।


Share It

Comments are closed.