୨୦୧୦ର ରେକର୍ଡ ଭାଙ୍ଗିଲା ଏପ୍ରିଲ ତାତି
ଦିନକୁ ଦିନ ରାଜ୍ୟରେ ତାତି ଭାଙ୍ଗୁଛି ରେକର୍ଡ ଭାଙ୍ଗିବାରେ ଲାଗିଛି। ଝାରସୁଗୁଡାରେ ଏପ୍ରିଲ ମାସର ତାତିରେ ସର୍ବକାଳୀନ ରେକର୍ଡ କରିଛି। ୧୯୫୩ ପରଠାରୁ ରେକର୍ଡ ହୋଇଥିବା ଏପ୍ରିଲ ମାସର ସର୍ବକାଳୀନ ରେକର୍ଡ ପୂର୍ବରୁ ୪୬.୧ ଡିଗ୍ରୀ ସେଲସିୟସ୍ ରହିଥିଲା। ୨୦୧୦ ଏପ୍ରିଲ ୧୯ରେ ସମାନ ତାପମାତ୍ରା ରେ ରେକର୍ଡ ହୋଇଥିଲା । ତେବେ ମଙ୍ଗଳବାର ଏହି ରେକର୍ଡ ଭାଙ୍ଗିବା ସହ ଝାରସୁଗୁଡ଼ାରେ ୪୬.୨ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି। ସେହପରି ହୀରାକୁଦରେ ୪୪.୭, ସମ୍ବଲପୁରରେ ୪୪.୬, ବୌଦ୍ଧରେ ୪୪.୫, ଟିଟିଲାଗଡ଼ରେ ୪୪, ସୁନ୍ଦରଗଡ଼ ଓ ସୋନପୁରରେ ୪୩.୮, ବଲାଙ୍ଗିରରେ ୪୩.୨, ବରଗଡ଼, ଭବାନୀପାଟଣା ଓ ରାଉରକେଲାରେ ୪୨.୮, ଅନୁଗୁଳରେ ୪୨.୩, ନୂଅପଡ଼ାରେ ୪୨, ତାଳଚେରରେ ୪୦.୬, ପାରଳାଖେମୁଣ୍ଡିରେ ୪୦, କେନ୍ଦୁଝରରେ ୩୯.୯, ଚାନ୍ଦବାଲିରେ ୩୮.୭, ଭୁବନେଶ୍ୱର ୩୬.୭ ଓ ବାଲେଶ୍ୱର ୩୫.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି।
Comments are closed.