ଫାଇଲସ ଗୋ ଆପ୍ ବର୍ତ୍ତମାନ ଓଡିଆ ଭାଷାରେ ଉପଲବ୍ଧ


ଗୁଗୁଲ ପକ୍ଷରୁ ଏହାର ଫାଇଲ ଗୋ ଆପ୍ ଓଡିଆ ଭାଷାରେ ଉପଲବ୍ଧତାକୁ ଘୋଷଣା କରାଯାଇଛି । ଫାଇଲସ୍ ଗୋ ଆପ୍ ମୋବାଇଲରେ ପ୍ରଥମ ଥର ପାଇଁ ଉପଭୋକ୍ତାଙ୍କ ମୋବାଇଲ ଫୋନରୁ ସ୍ପେସକୁ ବୃଦ୍ଧି କରିବା ସହିତ ଅଫଲାଇନ୍ ଥିବାବେଳେ ମଧ୍ୟ ଅନ୍ୟମାନଙ୍କ ସହିତ ଶୀଘ୍ର ଫାଇଲ ସେୟାର କରିବା ପାଇଁ ସୁବିଧା ପ୍ରଦାନ କରିଥାଏ ।

ଉକ୍ତ ଆପର ଶୁଭାରମ୍ଭ ସମୟରୁ ବିଭିନ୍ନ ଭାରତୀୟ ଭାଷା ଯେପରିକି ହିନ୍ଦୀ, ବଙ୍ଗାଳି, ଗୁୁଜୁରାଟୀ, କନ୍ନଡ, ମରାଠୀ, ମାଲାୟାଲମ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁକୁ ସହଯୋଗ ପ୍ରଦାନ କରି ଆସୁଥିବାବେଳେ ଗୁଗୁଲ ପକ୍ଷରୁ ଭାରତୀୟ ଗ୍ରାହକମାନଙ୍କୁ ସାହାଯ୍ୟ କରିବା ପାଇଁ ଅହରହ ଏହି ଆପ୍ ମାଧ୍ୟମରେ ଅନ୍ୟାନ୍ୟ ଭାରତୀୟ ଭାଷାକୁ ସଂଯୋଗ କରାଯାଉଛି । ଏହି ଆପଟି ଭାରତ ପାଇଁ ଗୁଗୁଲରେ ଡିସେମ୍ବର ୨୦୧୭ରେ ଶୁଭାରମ୍ଭ ହୋଇଥିଲା ଏବଂ ଆଣ୍ଡ୍ରଏଡ ୫.୦ (ଲଲିପପ) କିମ୍ବା ତତୁର୍ଦ୍ଧ ଫୋନରେ ଏହା କାର୍ଯ୍ୟ କରିଥାଏ ।

ଏହି ଆପ୍ ବିଭିନ୍ନ କୁଶଳୀ ବୈଶିଷ୍ଟ୍ୟ ଯେପରିକି ବ୍ୟବହାର ହେଉନଥିବା ଆପ୍, ଲମ୍ବା ଫାଇଲସ, ଡୁପଲିକେଟ ଫାଇଲ କିମ୍ବା କମ୍ ରିଜଲ୍ୟୁସନର ଭିଡିଓ ଗୁଡିକୁ ଆପେ ଆପେ ଚିହ୍ନଟ କରିଥାଏ ଏବଂ ଗୁଗୁଲର ଅତ୍ୟାଧୁନିକ ମୋବାଇଲ ଭର୍ସନ ଟେକ୍ନୋଲୋଜିର ବ୍ୟବହାର ବେଳେ ମେମେସର ଚିହ୍ନଟ ସହିତ କେଉଁ ଫାଇଲକୁ ଡିଲିଟ କରିବା ଆବଶ୍ୟକ ସେହି ସମ୍ପର୍କରେ ବ୍ୟକ୍ତିଗତ ସୂଚନା ପ୍ରଦାନ କରିଥାଏ । ଏଥିରେ ମଧ୍ୟ ମେସେଜିଙ୍ଗ ଆପରେ ସେୟାର ହେଉଥିବା ଗୁଡ ମର୍ଣ୍ଣିଙ୍ଗ ଫଟୋ ଅନ୍ତର୍ଭୂକ୍ତ ଯାହାକି ମୋବାଇଲ ଫୋନରେ ବହୁ ସ୍ଥାନ ଗ୍ରହଣ କରିଥାଏ ଏବଂ ଗ୍ରାହକମାନଙ୍କୁ କେବଳ ଗୋଟିଏ କ୍ଲିକରେ ସେଗୁଡିକ କ୍ଲିୟର କରିବାକୁ ସାହାଯ୍ୟ କରିଥାଏ ।

ଏହି ଆପ୍ ସମ୍ବନ୍ଧରେ ଏବଂ ଏହାର ବ୍ୟବହାର ସମ୍ପର୍କରେ ଆଲୋଚନା କରି ଗୁଗୁଲର ନେକ୍ସଟ ବିଲିୟନ ୟୁଜରର ଗ୍ରୁପ ଉତ୍ପାଦ ପରିଚାଳକ ଜୋସ ଉଡୱାର୍ଡ କହିଛନ୍ତି ଯେ, ଏହି ଆପର ଶୁଭାରମ୍ଭ ପର ଠାରୁ ଭାରତରେ ଅଧିକାଂଶ ଉପଭୋକ୍ତା ୧ଜିବିର ସ୍ଥାନ ସଂଚୟ କରିବା ସହିତ ଡାଟାର ବ୍ୟବହାର ବ୍ୟତୀତ ଅନ୍ୟମାନଙ୍କ ସହିତ ବହୁ ଫାଇଲ ସେୟାର କରିପାରିଛନ୍ତି ।”


Share It

Comments are closed.