ଫେରେରୋ ପକ୍ଷରୁ ଫେରେରୋ ରୋସର ମୋମେଂଟସର ଶୁଭାରମ୍ଭ


ଭୁବନେଶ୍ୱର: ଚକୋଲେଟ ଓ କନ୍‌ଫେକ୍ସନାରି ଉତ୍ପାଦ ପ୍ରସ୍ତୁତିରେ ବିଶ୍ୱରେ ଅଗ୍ରଣୀ, ଫେରେରୋ ଗ୍ରୁପର ଏକ ଅଂଶ, ଫେରେରୋ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ‘ଫେରେରୋ ରୋସର ମୋମେଂଟସ’ ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି କମ୍ ମୂଲ୍ୟଯୁକ୍ତ ପ୍ରିମିୟମ ଗିଫ୍ଟିଂ ବ୍ରାଣ୍ଡ, ଯାହାକି ଫେରେରୋ ରୋସର ଦ୍ୱାରା ଅନୁପ୍ରେରିତ ଅଟେ । ଏହି ଉତ୍ପାଦର ଶୁଭାରମ୍ଭ ସହିତ କମ୍ପାନୀର ଉଦ୍ଦେଶ୍ୟ ହେଉଛି ଏହାର ଗ୍ରାହକମାନଙ୍କୁ କମ୍ ମୂଲ୍ୟରେ ପ୍ରିମିୟମ ଉତ୍ପାଦ ପ୍ରଦାନ କରିବା । ଫେରେରୋ ରୋସର ପର୍ବପର୍ବାଣୀ ପାଇଁ ଏକ ଉପଯୁକ୍ତ ପସନ୍ଦ ହେବ । ଏହାକୁ ବିଶେଷ ଭାବରେ ଭାରତୀୟ ଗ୍ରାହକମାନଙ୍କର ପସନ୍ଦକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ୧୨ ଟି ପ୍ୟାକେଟର ମୂଲ୍ୟ ଟ.୧୭୫ ଓ ୨୪ଟି ଫେଷ୍ଟିଭ୍ ପ୍ୟାକର ମୂଲ୍ୟ ଟ.୩୪୯ ରହିଥିବାବେଳେ, ଫେରେରୋ ରୋସର ମୋମେଂଟସ ସାରା ଭାରତରେ ପାରମ୍ପରିକ ତଥା ଆଧୁନିକ ଟ୍ରେଡ୍ ଷ୍ଟୋରମାନଙ୍କରେ ଉପଲବ୍ଧ ରହିଛି । ଏହା ସହିତ ଗ୍ରାହକମାନେ ଫେରେରୋ ରୋସର ମୋମେଂଟସକୁ ମଧ୍ୟ ଇ-କମର୍ସ ପ୍ଲାଟଫର୍ମରେ କ୍ରୟ କରିପାରିବେ ।
ଏହାର ଶୁଭାରମ୍ଭ ଅବସରରେ, ଫେରେରୋ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଷ୍ଟେଫାନୋ ପେଲେ କହିଛନ୍ତି ଯେ, “ଭାରତ ହେଉଛି ଫେରେରୋ ଗ୍ରୁପର ଏକ ଗୁରୁତ୍ୱପୂର୍ଣ୍ଣ ମାର୍କେଟ ଓ କମ୍ ମୂଲ୍ୟରେ ଆମେ ଗ୍ରାହକମାନଙ୍କର ଆବଶ୍ୟକତାକୁ ପୁରଣ କରିବା ପାଇଁ ଉତ୍ପାଦ ପୋର୍ଟଫୋଲିଓକୁ ମଜବୁତ କରୁଛୁ । ଫେରେରୋ ରୋସର ମୋମେଂଟ ହେଉଛି ଚଳିତ ବର୍ଷର ଦ୍ୱିତୀୟ ଉତ୍ପାଦ ଯାହାକୁ ଶୁଭାରମ୍ଭ କରାଯାଇଛି ।”
ଏହି ନୂତନ ଅଫରଟି ଥର୍ମୋରେଜିଷ୍ଟାଂଟ ଅଟେ । ଏହାକୁ ସ୍ୱତନ୍ତ୍ର ଭାବରେ ହର୍ମେଟିକ ପ୍ୟାକେଜିଂରେ ଡିଜାଇନ କରାଯାଇଛି ଯାହାର ଟ୍ରପିକାଲ ବା ଗ୍ରୀଷ୍ମମଣ୍ଡଳୀୟ୍ ତାପମାତ୍ରାରେ ମଧ୍ୟ ଉପଯୁକ୍ତ ସ୍ୱାଦ ବଜାୟ ରହିଥାଏ । ଫେରେରୋ ରୋସର ମୋମେଂଟରେ ରହିଛି ସ୍ୱତନ୍ତ୍ର ହାଜେଲନଟ୍ କ୍ରିମ୍ ତଥା କ୍ରଂଚି ୱାଫର ସେଲ୍ ସହିତ ଫାଇନ୍ ମେରିନ୍‌ଗ୍ୟୁ ନଗେଟ୍ସ । ଫେରେରୋ ରୋସର ମୋମେଂଟସର ପ୍ରାୟ ୬୦% କଂଚା ମାଲକୁ ସ୍ଥାନୀୟ ଉତ୍ସରୁ ଗ୍ରହଣ କରାଯାଇଥାଏ ।


Share It

Comments are closed.