ଗତ ୬ ବର୍ଷରେ ୧୪ ମିଲିୟନ ଲୋକଙ୍କ ଜୀବନରେ ଉନ୍ନତି ଆଣିଛି ଆର୍‌ବି ବିଏସ୍‌ଆଇ ଅଭିଯାନ


ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଉପଭୋକ୍ତା ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା କମ୍ପାନୀ, ରେକିଟ୍ଟ ବେଙ୍କିସର୍ ଏହାର ଫ୍ଲାଗ୍‌ସିପ୍ ବିଏସ୍‌ଆଇ ଅଭିଯାନ ସହିତ ବର୍ତମାନର କୋଭିଡ୍‌-୧୯ ମହାମାରୀ ବିରୋଧୀ ଲଢେଇରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଲାଗି ଏହାର ସାମାଜିକ ପୁଞ୍ଜି ନିବେଶକୁ ୧୦ ୟୁରୋ ମିଲିୟନରୁ ୨୦ ୟୁରୋ ମିଲିୟନକୁ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହି ଅଭିଯାନ ଗତ ୬ ବର୍ଷ ମଧ୍ୟରେ ସଫଳତାର ସହିତ ଭାରତର ୧୪ ମିଲିୟନ ଲୋକଙ୍କ ଜୀବନକୁ ଉନି୍ନତ କରିପାରିଛି । ଅଭିଯାନର ଆମ୍ବାସାଡର ଅମିତାଭ ବଚ୍ଚନଙ୍କ ଦ୍ୱାରା ସମର୍ଥିତ ଏହି ଅଭିଯାନ ଚଳିତ ବର୍ଷ ଭାରତୀୟ ଜନତାଙ୍କୁ ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ପରିବର୍ତନର ଏକ ଚାଳକ ଭାବେ ଆତ୍ମ-ଯତ୍ନ ଅଭ୍ୟାସର ଅନୁପାଳନ କରିବା ପାଇଁ ପ୍ରୋତ୍ସାହିତ କରିବା ଲାଗି ପ୍ରତିବଦ୍ଧ ।
ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ମୁଭ୍‌ମେଂଟ୍ ଦ୍ୱାରା ଆରମ୍ଭ କରାଯାଇଥିବା ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ (ଏନ୍‌ଡିଏଚ୍‌ଏମ୍‌) ସହିତ ସହଭାଗିତାରେ, ଆର୍‌ବି ବିଏସ୍‌ଆଇ ଆଗାମୀ କିଛି ବର୍ଷ ମଧ୍ୟରେ ଦୂର୍ଗମ ଅଂଚଳଗୁଡିକରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ବୃଦ୍ଧି କରିବା ଦିଗରେ ଦୃଢ ସଂସ୍କାର ଆଣିବ । ଏହି ଅଭିଯାନ ସ୍ଥାୟୀ ଉପାୟ ମାଧ୍ୟମରେ ପରିବେଶର ସୁରକ୍ଷା କରିବା ସହିତ ଉନ୍ନତ ସ୍ୱାସ୍ଥ୍ୟ ଅଭ୍ୟାସ, ଉପଯୁକ୍ତ ସାନିଟାଇଜେଶନ ଓ ପର୍ଯ୍ୟାପ୍ତ ପୋଷଣର ପ୍ରଚାର ଉପରେ ଏହି ଅଭିଯାନଗୁଡିକ ଧ୍ୟାନ ଦେବେ । ଡେଟଲ୍ ୧୦୦% ପୁନଃଚକ୍ରଣଯୋଗ୍ୟ ବଟଲ୍‌ର ଶୁଭାରମ୍ଭ ସହିତ ଡେଟଲ୍ ପରିବେଶକୁ ନେଇ ଚିନ୍ତିତ ଥିବା ଉପଭୋକ୍ତାମାନଙ୍କ ନିକଟରେ ପହଂଚିବା ସହିତ ଏକ ହ୍ୟାଣ୍ଡୱାଶ ବଟଲ୍‌ରେ ସମାନ ଜୀବାଣୁ ସୁରକ୍ଷା ପ୍ରଦାନ କରିବା ଜାରି ରଖିଛି । ଏହି ଅଭିଯାନର ସ୍ୱାସ୍ଥ୍ୟ-ଭିତିକ ଗୁରୁତ୍ୱ ହେଉଛି ମା ଓ ପିଲାମାନଙ୍କ ପାଇଁ ଉପଯୁକ୍ତ ପୋଷଣ ।
ଏସମ୍ପର୍କରେ ଆର୍‌ବିର ସିଇଓ ଲକ୍ଷ୍ମଣ ନରସିଂହନ୍ କହିଛନ୍ତି, ‘ଗତ ୬ ବର୍ଷ ହେବ, ଡେଟଲ୍ ବନେଗା ସ୍ୱସ୍ଥ୍ ଇଣ୍ଡିଆ’ ୧୪ ମିଲିୟନ ଭାରତୀୟଙ୍କ ପାଇଁ ଉନ୍ନତ ସ୍ୱଚ୍ଛତା ଓ ସାନିଟେସନ ଅଭ୍ୟାସ ଦିଗରେ ବାସ୍ତବ ବ୍ୟବହାରିକ ପରିବର୍ତନକୁ ପରିଚାଳନା କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେଲ୍ଫ-କେୟାର ବା ଆତ୍ୱ-ଯତ୍ନ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଅଭ୍ୟାସଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ଆମେ ଭାରତର ଲୋକମାନଙ୍କ ପାଇଁ ହେଲ୍‌ଦିଲି ଆପ୍ ଶୁଭାରମ୍ଭ କରୁଛୁ ।” ଡେଟଲ୍ ହାଇଜିନ୍ ଇମ୍ପାକ୍ଟ ବଣ୍ଡ୍ ଆଗାମୀ ୩ ବର୍ଷ ମଧ୍ୟରେ ଇୱାଇ, ୟୁଏସ୍‌ଏଆଇଡି, ଜାଗରଣ ପେହେଲ୍ ଓ ପାଠ୍ ସହିତ ସହଭାଗିତାରେ ଉତରପ୍ରଦେଶରେ ୨.୫ ମିଲିୟନରୁ ଅଧିକ ଶିଶୁଙ୍କ ମଧ୍ୟରେ ଡାଇରିଆର ମାମଲା ହ୍ରାସ କରିବ । ହାଇଜିନ୍ ସ୍କୁଲ୍ କାର୍ଯ୍ୟକ୍ରମ କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ସ୍ୱଚ୍ଛତା ଓ ସାନିଟାଇଜେଶନ ଉପରେ ଧ୍ୟାନ କେନ୍ଦ୍ରିତ କରିବ । ୨୦ ଲକ୍ଷ ସ୍କୁଲ୍ ପିଲାଙ୍କୁ ଏକ ସ୍ୱତନ୍ତ୍ର ଲାଇଫ୍ ସ୍କିଲ ପ୍ରୋଗ୍ରାମରେ ସାମିଲ କରାଯିବ ଯାହାକି ଭାରତ ‘ବାର୍ଡସ୍ ଆଣ୍ଡ ବିସ୍ ଟକ୍‌’ର ୭ଟି ଉତର-ପୂର୍ବାଂଚଳ ରାଜ୍ୟରେ ପରିବ୍ୟାପ୍ତ । ଆର୍‌ବି ବିଏସ୍‌ଆଇ ଏକ ଉନ୍ନତ ଭବିଷ୍ୟତ ପାଇଁ ପ୍ରଭାବ ସୃଷ୍ଟି କରିବା ଲାଗି ବର୍ତମାନ ଏହାର ସମସ୍ତ ଅଭିଯାନଗୁଡିକରେ ୨୫ରୁ ଅଧିକ ସହଯୋଗୀଙ୍କ ସହ ମିଶି କାର୍ଯ୍ୟ କରୁଛି ।


Share It

Comments are closed.