୬ ରେଳ କର୍ମଚାରୀ ସମ୍ମାନିତ
ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସୋମବାର ୬ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର କର୍ତ୍ତବ୍ୟନିଷ୍ଠା, ସତର୍କତା ଏବଂ ଡ୍ୟୁଟି ସମୟରେ ତ୍ୱରିତ କାର୍ଯ୍ୟ ପାଇଁ ସମ୍ମାନିତ କରିଛନ୍ତି। ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱର ରେଳ ସଦନଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ, ପ୍ରମୁଖ ମୁଖ୍ୟ ସୁରକ୍ଷା ଅଧିକାରୀ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅସାଧାରଣ ସେବା ପାଇଁ ସମ୍ମାନିତ ହୋଇଥିବା ରେଳ କର୍ମଚାରୀ ହେଉଛନ୍ତି କାମାକ୍ଷାନଗରର ଟ୍ରେନ ପଏଣ୍ଟସମ୍ୟାନ ଶକ୍ତି ପ୍ରସାଦ ସାହୁ, ସମ୍ବଲପୁର ଗୋଡ଼ଭାଗାର ଟ୍ରକ ମେଣ୍ଟେନର ଦେବରାଜ ସୁନା, ଖୋର୍ଦ୍ଧା ରୋଡ଼ର ଗୁଡ଼ସ ଲୋକୋ ପାଇଲଟ ପୂଣ୍ଣର୍ର୍ଚନ୍ଦ୍ର ପଣ୍ଡା, ରାୟଗଡାର ସହାୟକ ଲୋକୋ ପାଇଲଟ ସୁରକତୁଲ୍ଲା ଶ୍ରୀଚରଣ ତେଜା, ଟିଟିଲାଗ ଟ୍ରାକ ମେଣ୍ଟେନର ପୂଜନ କୁମାର।
ମହାପ୍ରବନ୍ଧକ ଫୁଙ୍କୱାଲ ଏହି କର୍ମଚାରୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସତର୍କତା ଏବଂ ତ୍ୱରିତ କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହ ଯାତ୍ରୀ ସୁରକ୍ଷା ଏବଂ ପରିଚାଳନାଗତ ଦକ୍ଷତା ସୁନିଶ୍ଚିତ କରିବାରେ ରେଳ କର୍ମଚାରୀଙ୍କ ସମର୍ପଣ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
Comments are closed.