କିଟରେ ପଢ଼ୁଥିବା ଶହେ ଛାତ୍ରୀଛାତ୍ରଙ୍କୁ ମିଳିଲା କ୍ୟାମ୍ପସ୍ ପ୍ଲେସମେଣ୍ଟ
କିଟ୍ରେ ପଢ଼ୁଥିବା କିସର ୧୦୦ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କମ୍ପାନୀରେ କ୍ୟାମ୍ପସ ପ୍ଲେସମେଣ୍ଟ ମିଳିଛି। କିଟରେ ଆଇଟିଆଇ, ପଲିଟେକନିକ, ବିଟେକ, ରୁରାଲ ମ୍ୟାନେଜମେଣ୍ଟ ଆଦି ପାଠ୍ୟକ୍ରମରେ ପାଠ ପଢ଼ୁଥିବା କିସ୍ର ଏହି ଛାତ୍ରୀଛାତ୍ରମାନେ କ୍ୟାମ୍ପସ୍ ପ୍ଲେସମେଣ୍ଟ ପାଇବାରେ ସଫଳ ହୋଇଛନ୍ତି। ଏହି ପିଲାଙ୍କ ମଧ୍ୟରୁ କସ୍ର ଶକୁନ୍ତଳା ସୋରେନ ଜିଇ ହେଲ୍ଥକେୟାର କମ୍ପାନୀରେ ସର୍ବାଧିକ ୯.୫ ଲକ୍ଷ ଟଙ୍କା ବାର୍ଷିକ ପ୍ୟାକେଜରେ କ୍ୟାମ୍ପସ ପ୍ଲେସମେଣ୍ଟ ପାଇଛନ୍ତି। ଏଥିରେକିସ୍ ଛାତ୍ରୀଛାତ୍ର ସର୍ବନିମ୍ନ ୪ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ପତ୍ର ପାଇଛନ୍ତି। ଏହି ଛାତ୍ରୀଛାତ୍ରଙ୍କ ବ୍ୟତୀତ କିସ୍ର ଆଉ କିଛି ଛାତ୍ରୀଛାତ୍ର ମଧ୍ୟ କ୍ୟାମ୍ପସ ପ୍ଲେସମେଣ୍ଟ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସୂଚନାଥାଉକି, ପ୍ରତିବର୍ଷ କିସର ପ୍ରାୟ ୨ଶହ ମେଧାବୀ ଛାତ୍ରୀଛାତ୍ର କିଟ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମରେ ବିନାଦେୟରେ ବୈଷୟିକ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥାନ୍ତି । ଏହି ପିଲାମାନେ ପ୍ଲେସମେଣ୍ଟ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିଥାନ୍ତି । ଚଳିତବର୍ଷ ସଫଳ ଛାତ୍ରୀଛାତ୍ରମାନେ ସୋମବାର କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ସାମନ୍ତ କହିଲେ, ଏହି ଛାତ୍ରୀଛାତ୍ରମାନେ ସେମାନଙ୍କ ପରିବାରର ପ୍ରଥମ ଶିକ୍ଷାର୍ଥୀ ହୋଇଥିବା ବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଓ ଅତିରିକ୍ତ କୁଳସଚିବ ପ୍ରମୋଦ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Comments are closed.