କୋଭିଡ୍‌-୧୯ ସମ୍ବନ୍ଧିତ ଭୁଲ ତଥ୍ୟ ବିରୋଧରେ ଫେସ୍‌ବୁକ୍‌ର ନୂଆ ଅଭିଯାନ


ଭୁବନେଶ୍ୱର: କୋଭିଡ୍‌-୧୯ ସମ୍ପର୍କରେ ଅଧିକ ସଠିକ୍‌ ଉତ୍ସ ସହିତ ଲୋକଙ୍କୁ ସଂଯୋଗ କରିବା ଓ ଭୁଲ ତଥ୍ୟ ବିରୋଧରେ ଲଢିବାରେ ସାହାଯ୍ୟ କରିବା ପାଇଁ ଫେସବୁକ ପୂର୍ବ ତୂଳନାରେ ଆହୁରି ଅଧିକ ତତ୍ପର ହୋଇ କାର୍ଯ୍ୟ କରୁଛି । ଫେସବୁକ ପକ୍ଷରୁ ମହାମାରୀ ସମୟରେ ବିଶ୍ୱବ୍ୟାପୀ ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମରୁ କୋଭିଡ୍‌-୧୯ ଉପରେ ୧୨ ମିଲିୟନରୁ ଅଧିକ କ୍ଷତିକାରକମିଥ୍ୟାସୂଚନାହଟାଯାଇଛି, ଯେଉଁଥିରେ ଅନୁମୋଦିତ ଟିକା ଗୁଡିକ ସମ୍ପର୍କରେ ଭୂଲ ତଥ୍ୟ ସାମିଲ ରହିଛି ।ଏହି ପରିପ୍ରେକ୍ଷୀରେ ଆଗାମୀ ସପ୍ତାହ ଗୁଡିକରେ ଫେସବୁକ କୋଭିଡ୍‌-୧୯ ସମ୍ପର୍କିତ ମିଥ୍ୟା ସୂଚନା ଗୁଡିକୁ କିଭଳି ଚିହ୍ନଟ କରାଯିବ ସେସମ୍ପର୍କରେ ଲୋକଙ୍କୁ ସଚେତନ ଓ ସୂଚିତ କରିବା ପାଇଁ ଭାରତରେ ଏକ ନୂତନ ଅଭିଯାନର ଆରମ୍ଭ କରୁଛି ଯେଉଁଥିରେ ଲୋକମାନଙ୍କୁ www.mygov.in/covid-19/ ଭଳି ଏକ ପ୍ରାମାଣିକ ଉତ୍ସ ବିରୋଧରେ ମିଳୁଥିବା ସୂଚନା ଗୁଡିକୁ ଯାଂଚକରିବା ପାଇଁ ପ୍ରୋତ୍ସାହିତ କରାଯିବ ।
ଏହା କୋଭିଡ୍‌-୧୯ ସମ୍ବନ୍ଧିତ ଭୂଲ ସୂଚନା ବିରୋଧରେ ଲଢିବା ପାଇଁ ୬ଟି ସହଜ ଟିପ୍‌ ବିକଶିତ କରିଛି ।ଏହି ଟିପ୍‌ ଗୁଡିକ ଏକାଧିକ ସୃଜନଶୀଳବିଜ୍ଞାପନର ଏକ ସିରିଜ ଓ ଏକ ସମର୍ପିତ ମାଇକ୍ରୋସାଇଟ୍ www.fightcovidmisinfo.com/india/ ଲିଙ୍କ୍‌ ମାଧ୍ୟମରେ ଫେସ୍‌ବୁକ୍‌ରେ ପ୍ରଦର୍ଶିତ ହେବ । ଏହି କ୍ୟାମ୍ପେନ୍ ଓ ୱେବ୍‌ ସାଇଟ୍‌କୁ ଇଂରାଜୀ ଓ ୯ଟି ଭାରତୀୟ ଭାଷା ଯଥାହିନ୍ଦୀ, ତାମିଲ, ତେଲୁଗୁ, ଓଡିଆ, ମାଲାୟଲମ୍‌, ମରାଠୀ, କନ୍ନଡ, ଗୁଜରାଟି ଓ ବେଙ୍ଗଲିରେ ଆରମ୍ଭ କରାଯିବ ।
କୋଭିଡ୍‌-୧୯ ଉପରେ ସଠିକ୍ ଓ ନିର୍ଭରଯୋଗ୍ୟ ସୂଚନା ଓ ଉତ୍ସ ପ୍ରଦାନ କରିବା ପାଇଁ ଏହାର ପ୍ରୟାସକୁ ଜାରିରଖି, ଫେସ୍‌ବୁକ୍ ପକ୍ଷରୁ ଦେଶରକିଛି ଅଗ୍ରଣୀ ଡାକ୍ତରମାନଙ୍କ ସହିତ ସହଭାଗିତାରେ ଏକ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି ।ଏହି ଅଭିଯାନରେ ୧୨ଟି ଭିଡିଓ ସାମିଲ ରହିଛି ଯେଉଁଥିରେ ଡାକ୍ତରମାନେ କୋଭିଡ୍‌-୧୯ ଉପରେ ସବୁଠାରୁ ଅଧିକ ପଚରାଯାଇଥିବା ପ୍ରଶ୍ନର ଉତର ଦେଇଛନ୍ତି ।ଏହି ଭିଡିଓ ସିରିଜ୍‌- ୰ଡକ୍ଟରକୀସୁନୋ https://www.facebook.com/FacebookIndia ରେ ଆରମ୍ଭ ହେବ ଏବଂ ଏହା ପିଲା ମାନଙ୍କଠାରେ କୋଭିଡ୍‌-୧୯, ଡାଇବେଟିସ୍ ଓ କୋଭିଡ୍‌-୧୯, କୋଭିଡ୍‌-୧୯ର ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ଆଦି ପ୍ରମୁଖ ପ୍ରସଙ୍ଗ ଗୁଡିକୁ ଅନ୍ତର୍ଭୁକ୍ତ କରିବ ।ଏହି କୋଭିଡ୍‌-୧୯ ମହାମାରୀ ଓ ଏହାପରେ ମଧ୍ୟ, ଯେପରିଭୂଲ ତଥ୍ୟ ଗୁଡିକର ପ୍ରଭାବୀ ରୂପେ ମୁକାବିଲା କରିବୁ ତାହା ସୁନିଶ୍ଚିତ କରିବା ଲାଗି ଆମେ ସହଯୋଗୀ ଓ ସମୁଦାୟ ଗୁଡିକ ସହିତ କାର୍ଯ୍ୟ କରିବା ଜାରି ରଖିବୁ ବୋଲି ଫେସବୁକ ପକ୍ଷରୁ କୁହାଯାଇଛି ।


Share It

Comments are closed.