ଆଜିଠୁ ଲାଗୁ ହେଉଛି WhatsApp ର ନୂଆ ପ୍ରାଇଭେସି ପଲିସି, ଗ୍ରହଣ ନକଲେ କାମ କରିବନି ଏହିସବୁ ଫିଚର


ହ୍ବାଟସ୍ ଆପର ପ୍ରାଇଭେସି ପଲିସି ମେ ୧୫ ରୁ କାର୍ଯ୍ୟକାରୀ ହୋଇଯାଉଛି। ଏମିତିରେ ଅନେକ କୋଟି ଲୋକ ନୂତନ ପ୍ରାଇଭେସି ପଲିସି ଗ୍ରହଣ କରିଛନ୍ତିତ ପୁଣି ଏମିତି ଅନେକ କୋଟି ଲୋକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଏହାକୁ ଗ୍ରହଣ କରିନାହାଁନ୍ତି | ନିକଟରେ ହ୍ବାଟସ୍ ଆପ୍ ଏହାର ପ୍ରାଇଭେସି ପଲିସି ବିଷୟରେ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କହିଛି ଯେ ସମସ୍ତ ଇଣ୍ଟରନେଟ୍ ଭିତ୍ତିକ ଆପ୍ ଆମ ଭଳି ସମାନ ନୀତି ରହିଛି। ବିଗ୍ ବାସ୍କେଟ୍, କୁ, ଓଲା, ଟ୍ରୁକୋଲାର୍, ଜୋମାଟୋ ଏବଂ ଆରୋଗ୍ୟ ସେତୁ ଆପ୍ ମଧ୍ୟ ବ୍ୟବହାରକାରୀଙ୍କ ତଥ୍ୟ ନେଇଥାଏ | ତେବେ ୧୫ ମେ ପର୍ଯ୍ୟନ୍ତ ଯଦି ଆପଣ ପ୍ରାଇଭେସି ପଲିସି ଗ୍ରହଣ ନକରନ୍ତି ତେବେ ଆପଣଙ୍କ ଆକାଉଂଟ ସହ କ’ଣ ହେବ ଆସନ୍ତୁ ଜାଣିବା|

ହ୍ବାଟସ୍ ଆପ୍ କହିଛି ଯେ ଯେଉଁ ଉପଭୋକ୍ତାଙ୍କର ନୂତନ ପ୍ରାଇଭେସି ପଲିସି ଗ୍ରହଣ କରୁନାହାଁନ୍ତି ସେମାନଙ୍କ ଆକାଉଣ୍ଟ ଡିଲିଟ୍ ହେବ ନାହିଁ, ଏହା ବଦଳରେ ମେସେଜ୍ ଏବଂ କଲ୍ ଭଳି ସେବା ସହିତ କିଛି ସେବା ବନ୍ଦ ହୋଇଯିବ। ଏହାପୂର୍ବରୁ କମ୍ପାନୀ କହିଥିଲା ଯେ ଯେଉଁ ଉପଭୋକ୍ତାମାନେ ପ୍ରାଇଭେସି ପଲିସି ଗ୍ରହଣ କରୁନାହାଁନ୍ତି ସେମାନଙ୍କ ଆକାଉଣ୍ଟ ଡିଲିଟ ହୋଇଯିବ।

ହ୍ବାଟସ୍ ଆପ୍ ଆଜି କହିଛି ଯେ ଏହାର ନୂତନ ଗୋପନୀୟତା ଅପଡେଟ୍ ଗ୍ରହଣ ନକରିବା ଦ୍ବାରା କୌଣସି ଆକାଉଣ୍ଟ୍ ଡିଲିଟ୍ ହେବ ନାହିଁ, କିନ୍ତୁ ‘ଅନେକ ସପ୍ତାହ’ ପରେ ଉପଭୋକ୍ତାମାନେ ଏହି ବିବାଦୀୟ ସର୍ତ୍ତାବଳୀ ଗ୍ରହଣ ନକରିବା ଦ୍ୱାରା ସେମାନଙ୍କର ଚାଟ୍ ତାଲିକା ଦେଖିବାକୁ ମିଳିବ ନାହିଁ। ଶେଷରେ, ସେମାନଙ୍କ ଆପରେ ଫୋନ୍ କଲ୍ କିମ୍ବା ଭିଡିଓ କଲର ଉତ୍ତର ଦେବା ପାଇଁ ଏହି ସୁବିଧା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବ |

ଯଦି ଆପଣ ଏହି ଅପଡେଟ ଗ୍ରହଣ କରନ୍ତି ନାହିଁ, ତେବେ ଆପଣ ହ୍ବାଟସ୍ ଆପର ସମସ୍ତ ଫିଚର ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ | ଆପଣ କିଛି ସମୟ ପାଇଁ କଲ୍ ଏବଂ ନୋଟିଫିକେସନ ପାଇବେ, କିନ୍ତୁ ଆପରୁ ମେସେଜ ପଢ଼ିବାକୁ ସକ୍ଷମ ହେବେ ନାହିଁ କିମ୍ବା କାହାକୁ ମେସେଜ ପଠାଇବାକୁ ସମର୍ଥ ହେବେ ନାହିଁ | ଆପଣ ୧୫ ମେ ପରେ ମଧ୍ୟ ପଲିସି ଗ୍ରହଣ କରିପାରିବେ | କମ୍ପାନୀ ଆପଣଙ୍କୁ ନୋଟିଫିକେସନ ମାଧ୍ୟମରେ ସୂଚନା ଦେବ | ନୂତନ ପ୍ରାଇଭେସି ପଲିସି ସମ୍ପର୍କରେ ହ୍ବାଟସ୍ ଆପ୍ କହିଛି ଯେ ଏହା କେବଳ ବିଜନେସ ଆକାଉଣ୍ଟ ପାଇଁ ଅଟେ। ହ୍ବାଟସ୍ ଆପ୍ କେବଳ ବିଜନେସ ଆକାଉଣ୍ଟରୁ ଚାଟିଂ ପଢ଼ି ଏହାକୁ ପ୍ୟାରେଣ୍ଟ୍ କମ୍ପାନୀ ଫେସବୁକ୍ ସହିତ ସେୟାର କରିବ। ବ୍ୟକ୍ତିଗତ ଚାଟ୍ ସହିତ ନୂତନ ପଲିସିର କୌଣସି ସମ୍ପର୍କ ନାହିଁ |

ଯଦି ଆପଣ ପଲିସି ଗ୍ରହଣ କରିବାକୁ ଚାହୁଁନାହାଁନ୍ତି, ମେ ୧୫ ପୂର୍ବରୁ, ଆପଣ ଆପଣଙ୍କର ପୁରୁଣା ଚାଟଗୁଡ଼ିକୁ ଆଣ୍ଡ୍ରଏଡ୍ କିମ୍ବା ଆଇଫୋନରେ ଏକ୍ସପୋର୍ଟ କରିପାରିବେ | ଆପଣ ଆପଣଙ୍କର ଆକାଉଣ୍ଟ୍ ରିପୋର୍ଟକୁ ମଧ୍ୟ ଡାଉନଲୋଡ୍ କରିପାରିବେ | ଯଦି ଆପଣ ଆଣ୍ଡ୍ରଏଡ୍, ଆଇଫୋନ୍ କିମ୍ବା KaiOS ରୁ ହ୍ବାଟସ୍ ଆପ୍ ଆକାଉଣ୍ଟ୍ ଡିଲିଟ୍ କରନ୍ତି, ତେବେ ଏହା ପୁନର୍ବାର ଆକ୍ଟିଭ ହୋଇପାରିବ ନାହିଁ | ଏହି ପରିପ୍ରେକ୍ଷୀରେ, ଆପଣଙ୍କର ପୁରୁଣା ଚାଟ୍ ଗୁଡିକ ମଧ୍ୟ ଡିଲିଟ ହୋଉଯିବ ଏବଂ ଆପଣ ସମସ୍ତ ହ୍ବାଟସ୍ ଆପ୍ ଗ୍ରୁପରୁ ମଧ୍ୟ ଡିଲିଟ ହୋଇଯିବେ ଏବଂ ଆପଣଙ୍କର ହ୍ବାଟସ୍ ଆପ୍ ବ୍ୟାକଅପ୍ ମଧ୍ୟ ଡିଲିଟ ହୋଇଯିବ |


Share It

Comments are closed.